ଏହି ରାଜ୍ୟରେ ଦେଖାଦେଲା ତେଲ ସଙ୍କଟ! ବାଇକକୁ ୫ ଓ କାରକୁ ମିଳୁଛି ମାତ୍ର ୧୦ ଲିଟର
Advertisement

ଏହି ରାଜ୍ୟରେ ଦେଖାଦେଲା ତେଲ ସଙ୍କଟ! ବାଇକକୁ ୫ ଓ କାରକୁ ମିଳୁଛି ମାତ୍ର ୧୦ ଲିଟର

ମିଜୋରାମ ସରକାର (Mizoram Government) ଙ୍କ ନିଷ୍ପତ୍ତି ଅନୁଯାୟୀ, ୧୨, ୮ ଏବଂ ୬ ଚକିଆ ଯାନକୁ ସର୍ବାଧିକ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ ଏବଂ ପିକଅପ୍ ଟ୍ରକ୍ ପରି ମଧ୍ୟମ ମୋଟର ଯାନକୁ ସର୍ବାଧିକ ୨୦ ଲିଟର ଡିଜେଲ୍ ଦିଆଯିବ।

ପ୍ରତିକାତ୍ମକ ଫଟୋ

ଆଇଜୋଲ୍: ଆସାମ-ମିଜୋରାମ ଜମି ବିବାଦ ମଧ୍ୟରେ ମିଜୋରାମରେ ଇନ୍ଧନ ଅଭାବ ସମସ୍ୟା ସାମ୍ନାକୁ ଆସିଛି। ଯାନବାହାନକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ପେଟ୍ରୋଲ କିମ୍ବା ଡିଜେଲ ଦିଆଯିବ ବୋଲି ମିଜୋରାମ ସରକାର ନିଷ୍ପତ୍ତି ନେଇଛନ୍ତି। ଜାତୀୟ ରାଜପଥ ୩୦୬ ବନ୍ଦ ହେତୁ ମିଜୋରାମରେ ତୈଳ ସଙ୍କଟ ଦେଖାଦେଇଛି।

ମିଜୋରାମ ସରକାର (Mizoram Government) ଙ୍କ ନିଷ୍ପତ୍ତି ଅନୁଯାୟୀ, ୧୨, ୮ ଏବଂ ୬ ଚକିଆ ଯାନକୁ ସର୍ବାଧିକ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ ଏବଂ ପିକଅପ୍ ଟ୍ରକ୍ ପରି ମଧ୍ୟମ ମୋଟର ଯାନକୁ ସର୍ବାଧିକ ୨୦ ଲିଟର ଡିଜେଲ୍ ଦିଆଯିବ। ଏହା ବ୍ୟତୀତ ସ୍କୁଟରକୁ ସର୍ବାଧିକ ୩ ଲିଟର, ବାଇକକୁ ୫ ଲିଟର ଏବଂ କାରକୁ ସର୍ବାଧିକ ୧୦ ଲିଟର ତେଲ ମିଳିବ। ଏହା ବ୍ୟତୀତ ପେଟ୍ରୋଲ ପମ୍ପ ଗୁଡିକ ପ୍ରତିଦିନ ରାଜ୍ୟ ଆଇନ ମେଟ୍ରୋଲୋଜି ବିଭାଗକୁ ସେମାନଙ୍କ ପାଖରେ ଗଚ୍ଛିତ ଥିବା ଇନ୍ଧନ ପରିମାଣର ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

Also Read: ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଆସାମ ସହିତ ସୀମା ବିବାଦ ଆରମ୍ଭ ହେବା ପରଠାରୁ ମିଜୋରାମରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣ ପ୍ରଭାବିତ ହୋଇଛି। କେବଳ ନିର୍ଦ୍ଦିଷ୍ଟ ପରିମାଣରେ ଯାନବାହାନକୁ ତେଲ ଦେବା ପାଇଁ ସମସ୍ତ ପେଟ୍ରୋଲ ପମ୍ପକୁ ନିର୍ଦ୍ଦେଶ ଦିଆଯାଇଛି। ମିଜୋରାମ ସରକାର ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବୋତଲ କିମ୍ବା ଡବାରେ କାହାକୁ ପେଟ୍ରୋଲ କିମ୍ବା ଡିଜେଲ ଦିଆଯିବ ନାହିଁ। କେବଳ ପେଟ୍ରୋଲ ପମ୍ପକୁ ଆସୁଥିବା ଯାନଗୁଡ଼ିକୁ ତେଲ ଦିଆଯିବା ଉଚିତ୍ | ଯାହାଫଳରେ ଇନ୍ଧନର କଳା ବଜାରୀକୁ ରୋକା ଯାଇ ପାରିବ।

ସୂଚନାଯୋଗ୍ୟ, ଜୁଲାଇ ୨୬ରେ ଆସାମ ଏବଂ ମିଜୋରାମ ସୀମା  (Assam Mizoram Land Dispute) ରେ ରକ୍ତାକ୍ତ ସଂଘର୍ଷ ଏବଂ ଗୁଳି ବିନିମୟ ପରେ ଜାତୀୟ ରାଜପଥ ୩୦୬ ଭାବିତ ହୋଇଛି। ଏହି ହିଂସାରେ ଆସାମର ୬ ଜଣ ପୋଲିସ୍ ପ୍ରାଣ ହରାଇଥିଲେ ଏବଂ ସାଧାରଣ ନାଗରୀକଙ୍କ ସମେତ ୧୦୦ ଜଣ ଆହତ ହୋଇଥିଲେ।