ଭାରତ ଓ ଚୀନ୍ ମଧ୍ୟରେ ଦ୍ୱାଦଶ ରାଉଣ୍ଡ ସାମରିକ କମାଣ୍ଡର ସ୍ତରୀୟ ଆଲୋଚନାରେ ଗୋଗ୍ରା ପାଟ୍ରୋଲିଂ ପଏଣ୍ଟରୁ ସେନା ହଟାଇବାକୁ ସହମତି ପ୍ରକାଶ ପାଇଛି, ଯଦିଓ ଏହା ସତ୍ତ୍ୱେ ମୋଦି ସରକାର ଏହି ସକରାତ୍ମକ ଫଳାଫଳକୁ ବିବାଦର ସମାପ୍ତି ବୋଲି ବିଚାର କରୁନାହାଁନ୍ତି ।
Trending Photos
ନୂଆଦିଲ୍ଲୀ: ପୂର୍ବ ଲଦ୍ଦାଖକୁ (Eastern Ladakh) ନେଇ ଭାରତ ଓ ଚୀନ୍ (China) ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି । ଚୀନ୍ର ଜିଦ୍ ମନୋଭାବ ଏବଂ ପୂର୍ବ ଲଦ୍ଦାଖକୁ ନେଇ ଏକ ଠୋସ୍ ଫଳାଫଳ ନ ଆସିବା ପର୍ଯ୍ୟନ୍ତ ମୋଦି ସରକାର (Modi Govt) ମଧ୍ୟ ଏହି ପ୍ରସଙ୍ଗକୁ ହାଲୁକା କରିବାକୁ ଚାହୁଁନାହାଁନ୍ତି । ଏହାର କାରଣ ହେଉଛି ୩୧ ଜୁଲାଇରେ ଚୁସୁଲରେ ଦ୍ୱାଦଶ ରାଉଣ୍ଡ ସାମରିକ ଆଲୋଚନା ପରେ ଭାରତ ଆହୁରି କଥାବାର୍ତ୍ତା ଜାରି ରଖିବାକୁ କହିଛି । ଦ୍ୱାଦଶ ରାଉଣ୍ଡ ଆଲୋଚନା ପରେ ଚୀନ୍ର (China) ମନୋଭାବ ହ୍ରାସ ପାଇଛି ଓ ପୂର୍ବ ଲଦାଖର ୧୭ଏ ପାଟ୍ରୋଲିଂ ପଏଣ୍ଟରୁ ଉଭୟ ଦେଶ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ସହମତ ହୋଇଛନ୍ତି । ଦୁଇ ଦେଶ ମଧ୍ୟରେ ବିବାଦୀୟ ସ୍ଥାନ ୧୭ଏ ଗୋଗ୍ରା ନାମରେ ଜଣାଶୁଣା ।
ଅରୁଣାଚଳ ପ୍ରଦେଶରେ ୧୯୮୬ ର ସୁମଦୋରଙ୍ଗ ଚୁ ସାମରିକ ବିବାଦର ସମାଧାନ ପାଇଁ ପ୍ରାୟ ଆଠ ବର୍ଷ ସମୟ ଲାଗିଥିବାର ଦୃଷ୍ଟିରେ ରଖି ମୋଦି ସରକାର ପୂର୍ବ ଲଦ୍ଦାଖରେ ବର୍ତ୍ତମାନର ସ୍ଥିତିକୁ ନେଇ ଏକପାଖିଆ ଭାବେ ଦୁର୍ବଳ ହୋଇ ନ ପାରି ସାମରିକ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତୀୟ ସେନା ପୂର୍ବ କ୍ଷେତ୍ର ଉପରେ ତୀକ୍ଷ୍ଣ ନଜର ରଖିଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଏହା ଏପରି ଏକ ରାତି, ଯାହାର ସକାଳ କେବେ ହେବ ଏପର୍ଯ୍ୟନ୍ତ ଜଣା ନାହିଁ ।”
ଅଧିକ ପଢ଼ନ୍ତୁ: ହକିରେ ବ୍ରୋଞ୍ଜ ଜିତିଲା ଭାରତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଅସଲି 'ହିରୋ', ଜାଣନ୍ତୁ କାରଣ
ଲଦ୍ଦାଖର ଲେଫ୍ଟନେଣ୍ଟ ଜେନେରାଲ ପି.ଜି.କେ ମେନନ୍ (Lt Gen PGK Menon)କହିଛନ୍ତି, 'ଦୁଇ ସେନା ମଧ୍ୟରେ ଥିବା ସମସ୍ତ ବିବାଦୀୟ ପଏଣ୍ଟଗୁଡିକର ସମାଧାନ କରିବା ଆବଶ୍ୟକ । ଏଥିରେ ଡେପସଙ୍ଗ ବଲ୍ଗ ଏବଂ ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍ସ ଅନ୍ତର୍ଭୁକ୍ତ । ଯେଉଁଠାରେ ଚୀନ୍ ସେନା ଏକ ଆକ୍ରମଣାତ୍ମକ ରୂପ ନେଉଛି ।
ଅଧିକ ପଢ଼ନ୍ତୁ: ଭ୍ୟାକ୍ସିନ୍ ଲଗାଇ ସାରିଛନ୍ତି କି ଆପଣ? ଏହି କମ୍ପାନୀ ଦେଉଛି ମାଗଣାରେ ମୁଭି ଟିକେଟ୍, ଏହିପରି କରନ୍ତୁ ବୁକ୍
ଆପଣଙ୍କୁ କହିରଖୁଛୁ ଯେ ଫେବୃଆରୀରେ ଉଭୟ ଦେଶ ପାଙ୍ଗଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟ ପ୍ରତ୍ୟାହାର କରିଥିଲେ । ଜୁଲାଇ ୩୧ ରେ ଦୁଇ ଦେଶ ମଧ୍ୟରେ ସାମରିକ ଆଲୋଚନା ପରେ ୨ ଅଗଷ୍ଟରେ ମିଳିତ ବୟାନ ଜାରି କରାଯାଇଥିଲା । ମିଳିତ ବୟାନ ପରେ ଉଭୟ ଦେଶ ଗୋଗ୍ରା ଠାରୁ ନିଜର ସୈନ୍ୟ ପ୍ରତ୍ୟାହାର କରିଛନ୍ତି । ସେହି ସମୟ ମଧ୍ୟରେ ପାଟ୍ରୋଲିଂ ପଏଣ୍ଟ -୧୫ ହଟ ସ୍ପ୍ରିଙ୍ଗ ଓ ଡିପସଙ୍ଗର ସମାଧାନ ଖୋଜିବା ପାଇଁ ଉଭୟ ପକ୍ଷ ଆଲୋଚନା ଜାରି ରଖିଥିଲେ । ଉଭୟ ପକ୍ଷ ମଧ୍ୟ ସହମତ ହୋଇଥିଲେ ଯେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଶାନ୍ତି ଓ ସ୍ଥିରତା ଜରୁରୀ ଅଟେ ।