ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ ପ୍ରଥମେ ୪-୫ ଜଣ ଜାଣିଥିଲେ। ସେହେଉଛନ୍ତି- ପ୍ରଧାନମନ୍ତ୍ରୀ ମୋଦି (PM Modi), ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitaraman) , ଗୃହମନ୍ତ୍ରୀ ରାଜନାଥ ସିଂହ, NSA ଅଜିତ ଡୋଭାଲ ଓ ବାୟୁସେନା ମୁଖ୍ୟ ବିରେନ୍ଦ୍ର ସିଂହ ଧାନୋଆ।
Trending Photos
ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ ଖବର ଲିକ୍ ହେବାକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି। ପ୍ରକୃତ ଷ୍ଟ୍ରାଇକର ୩ ଦିନ ପୂର୍ବରୁ ଟିଭି ଉପସ୍ଥାପକ ଅର୍ଣ୍ଣବ ଗୋସ୍ୱାମୀ ଏହାର ସୂଚନା କିଭଳି ପାଇଲେ ତାହାକୁ ନେଇ ବଡ ପ୍ରଶ୍ନ ଉଠୁଛି। ସେପଟେ ଅର୍ଣ୍ଣବଙ୍କ କଥାକଥିତ ହ୍ୱାଟ୍ସଆପ ଚାଟ୍ ଲିକକୁ ନେଇ ମୋଦି ସରକାରଙ୍କ ଉପରେ କଂଗ୍ରେସ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଏୟାର ଷ୍ଟ୍ରାଇକ ଖବର କିଏ ଅର୍ଣ୍ଣବକୁ ଦେଲା ବୋଲି ଦଳ ପ୍ରଶ୍ନ କରିଛି।
ଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ମଙ୍ଗଳବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି (Rahul Gandhi)ଏକ ପ୍ରେସମିଟ କରିଥିଲେ। ଏଥିରେ ସେ ବାଲାକୋଟ ଏୟାର ଷ୍ଟ୍ରାଇକ (Balakot Airstrike) ଖବର ଲିକ୍ ଘଟଣାକୁ ନେଇ ସେ କେନ୍ଦ୍ର ସରକାର (Modi Govt) କୁ କାଠଗଡାକୁ ଟାଣିଛନ୍ତି। ପ୍ରଧାନମନ୍ତ୍ରୀ, ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ, ଗୃହମନ୍ତ୍ରୀ, NSA ଓ ବାୟୁସେନା ମୁଖ୍ୟଙ୍କୁ ଦଳ ସନ୍ଦେହ ଘେରକୁ ଆଣିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି।
Also Read: Balakot Airstrike ଭାଇରାଲ ଚାଟ୍; ଗିରଫ ହେବେ ବରିଷ୍ଠ ସାମ୍ବାଦିକ!
ରାହୁଲ ଗାନ୍ଧି କହିଛନ୍ତି ଯେ, ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ ପ୍ରଥମେ ୪-୫ ଜଣ ଜାଣିଥିଲେ। ସେହେଉଛନ୍ତି- ପ୍ରଧାନମନ୍ତ୍ରୀ ମୋଦି (PM Modi), ତତ୍କାଳୀନ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitaraman) , ଗୃହମନ୍ତ୍ରୀ ରାଜନାଥ ସିଂହ, NSA ଅଜିତ ଡୋଭାଲ ଓ ବାୟୁସେନା ମୁଖ୍ୟ ବିରେନ୍ଦ୍ର ସିଂହ ଧାନୋଆ। ଏମାନଙ୍କ ମଧ୍ୟରୁ କେହି ଜଣେ ଅର୍ଣ୍ଣବ ଗୋସ୍ୱାମୀ (Arnab Goswami) ଙ୍କୁ ଏୟାର ଷ୍ଟ୍ରାଇକ ପୂର୍ବରୁ ସୂଚନା ଦେଇଥାଇପାରନ୍ତି। ଏହା ଏକ ଅପରାଧିକ ମାମଲା। ତେଣୁ ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ରାହୁଲ କହିଛନ୍ତି।
ସେ ପୁଣି କହିଛନ୍ତି, ''ଅର୍ଣ୍ଣବଙ୍କ ହ୍ୱାଟ୍ସଆପ ଚାଟ (Whatsapp Chat Lick) ଘଟଣାର ତଦନ୍ତ ହେବା ଆବଶ୍ୟକ। କିନ୍ତୁ ସେଭଳି କିଛି ହେବ ନାହିଁ। କାରଣ, ସେହି ସୂଚନା ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଇଥାଇ ପାରନ୍ତି। ଆଧିକାରିକ ଭାବେ କେବଳ ୫ ଜଣଙ୍କ ନିକଟରେ ବାଲାକୋଟ ଏୟାର ଷ୍ଟ୍ରାଇକର ଆଗୁଆ ସୂଚନା ରହିବା କଥା। କିନ୍ତୁ ଷଷ୍ଠ ବ୍ୟକ୍ତି ଜାଣିବା ଦେଶର ସୁରକ୍ଷା ପ୍ରତି ବିପଦ। କିଏ ଜଣେ କହୁଛି, CRPF ଜବାନ ଶହୀଦ ହେବା ଆମପାଇଁ ଖୁସି ଖବର। ଆଉ ଏହାକୁ ହିଁ ଦେଶଦ୍ରୋହୀ କୁହାଯାଏ।"
Also Read: ସୁରକ୍ଷା ବଳକୁ ମିଳିଲା ବଡ ସଫଲତା; ଘାଟିରେ ୭୦ ପ୍ରତିଶତ କମିଛି ଆତଙ୍କୀ ହମଲା
ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନ (Loksabha Election 2019) ର ୨ ମାସ ପୂର୍ବେ ଅର୍ଥାତ ଫେବୃଆରୀ ୧୪ରେ ପୁଲୱାମାରେ ଆତଙ୍କୀ ହମଲା ହୋଇଥିଲା। ସେଥିରେ ୪୦ CRPF ଜବାନ ଶହୀଦ ହୋଇଥିଲେ। ଆଉ ଏହାର ପ୍ରତିଶୋଧ ନେବାକୁ ଭାରତ ସେହି ଫେବୃଆରୀ ୨୬ ତାରିଖରେ ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା। କିନ୍ତୁ ଏହି ଏୟାର ଷ୍ଟ୍ରାଇକର ୩ ଦିନ ପୂର୍ବରୁ ଟିଭି ଉପସ୍ଥାପକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଖରେ ସୂଚନା ପହଞ୍ଚି ଯାଇଥିଲା। ଯାହାର ପ୍ରମାଣ TRP ସ୍ମାମର ତଦନ୍ତ ବେଳେ ଅର୍ଣ୍ଣବଙ୍କ ହ୍ୱାଟ୍ସଆପ ଚାଟରୁ ମିଳିଛି।
ଦେଶର ଗୁଇନ୍ଦା ସୂଚନା ଅଣଆଧିକାରିକ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ଏକ ଦଣ୍ଡନୀୟ ଅପରାଧ। ଏପରି ମାମଲାକୁ NIA ତଦନ୍ତ କରିଥାଏ। ବିଶେଷ କରି ଦେଶଦ୍ରୋହ ବା ଦେଶର ସୁରକ୍ଷା ସମ୍ୱନ୍ଧୀୟ ମାମଲାରେ ସରକାର ନିଜ ଆଡୁ ମାମଲା ରୁଜ୍ଜୁ କରି ତଦନ୍ତ କରନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅର୍ଣ୍ଣବଙ୍କ ହ୍ୱାଟ୍ସଆପ ଚାଟ୍ ଲିକକୁ ନେଇ କୌଣସି ମାମଲା ରୁଜ୍ଜୁ ହୋଇନାହିଁ। ସେପଟେ ସରକାରଙ୍କ ପକ୍ଷରୁ ମଧ୍ୟ ଘଟଣାକୁ ନେଇ କୌଣସି ସ୍ପଷ୍ଚିକରଣ ଦିଆଯାଇନାହିଁ। ସେପଟେ କିନ୍ତୁ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ NIA ନୋଟିସ ପଠାଇଥିବା ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି।