ପାକିସ୍ତାନରେ ଭାରତୀୟ ମିସାଇଲ୍ ମାଡ଼ ଘଟଣା; ରାଜ୍ୟସଭାରେ ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ
Advertisement

ପାକିସ୍ତାନରେ ଭାରତୀୟ ମିସାଇଲ୍ ମାଡ଼ ଘଟଣା; ରାଜ୍ୟସଭାରେ ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ମାର୍ଚ୍ଚ ୯ ତାରିଖରେ ଘଟିଥିବା ଘଟଣା ବିଷୟରେ କହିବାକୁ ଚାହେଁ। ଯାଞ୍ଚ ବେଳେ ଦୁର୍ଘଟଣାବଶତଃ ମିସାଇଲ୍ ଉତକ୍ଷେପଣ ହୋଇଥିଲା। ସନ୍ଧ୍ୟା ପ୍ରାୟ ସାତଟା ସମୟରେ ମିସାଇଲ ୟୁନିଟ୍ ପକ୍ଷରୁ ରୁଟିନ ମେଣ୍ଟେନାନ୍ସ ଓ ଇନସ୍ପେକସନ୍ କରାଯାଉଥିଲା।

ସୌ: ସୋସିଆଲ ମି଼ଡିଆ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ମାସାଇଲ ପଡିବା ଘଟଣାକୁ ନେଇ ଏବେ ବିଦେଶରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଘଟଣାରେ ପାକସ୍ତାନର ନିକଟତର ବନ୍ଧୁ କୁହାଯାଉଥିବା ଚୀନ ମୁଣ୍ଡ ପୁରାଇଛି। ଭାରତ ଓ ପାକିସ୍ତାନ ମିଳିତ ଭାବେ ଘଟଣାର ତଦନ୍ତ କରନ୍ତୁ ବୋଲି କହିଛି। ଅନ୍ୟପଟେ ପାକିସ୍ତାନରେ ଭାରତୀୟ ମିସାଇଲ୍ ମାଡ଼ ଘଟଣାକୁ ନେଇ ମଙ୍ଗଳବାର ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିକ୍ରିୟା ଦେଇଛନ୍ତି। 

ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, 'ମୁଁ ଗୃହକୁ ମାର୍ଚ୍ଚ ୯ ତାରିଖରେ ଘଟିଥିବା ଘଟଣା ବିଷୟରେ କହିବାକୁ ଚାହେଁ। ଯାଞ୍ଚ ବେଳେ ଦୁର୍ଘଟଣାବଶତଃ ମିସାଇଲ୍ ଉତକ୍ଷେପଣ ହୋଇଥିଲା। ସନ୍ଧ୍ୟା ପ୍ରାୟ ସାତଟା ସମୟରେ ମିସାଇଲ ୟୁନିଟ୍ ପକ୍ଷରୁ ରୁଟିନ ମେଣ୍ଟେନାନ୍ସ ଓ ଇନସ୍ପେକସନ୍ କରାଯାଉଥିଲା। ଏହି ସମୟରେ ଦୁର୍ଘଟଣାବଶତଃ ଗୋଟିଏ ମିସାଇଲ ରିଲିଜ୍ ହୋଇଯାଇଥିଲା। ପରେ ମିସାଇଲଟି ପାକିସ୍ତାନରେ ପଡିଥିବା ଜଣାପଡିଲା।'

Also Read: ପଞ୍ଚାୟତ ନିର୍ବାଚନ ଫଳାଫଳ: ବିଜେଡି ଖେଳିଲା ମହିଳା ଓ OBC କାର୍ଡ, ସ୍ୱାଭିମାନ ଅଞ୍ଚଳକୁ ନେଇ ଏମିତି

ପ୍ରତିରକ୍ଷା ମନ୍ତ୍ରୀ ଏହି ଘଟଣାକୁ ଅଗ୍ରହଣୀୟ ବୋଲି କହିବା ସହ ମିସାଇଲ ମାଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଘଟଣାକୁ ଗୁରୁତର ସହିତ ନେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ମିସାଇଲ ମାଡର ପ୍ରକୃତ କରାଣ ଜଣାପଡିବ। କିନ୍ତୁ ଏହା ଏକ ଅପ୍ରତ୍ୟାଷିତ ଘଟଣା। ମିଶାଇଲର ଯାଞ୍ଚ ଓ ରକ୍ଷଣବେକ୍ଷଣ ବେଳେ ଉପଯୁକ୍ତ SOP ପାଳନ କରାଯାଇଛି ନା ନାହିଁ ତାହାର ସମୀକ୍ଷା କରାଯାଉଛି।  

ମିସାଇଲର ସୁରକ୍ଷାକୁ ନେଇ ବିରୋଧି ଉଠାଇଥିବା ପ୍ରଶ୍ନର ଉତ୍ତରରେ ରାଜନାଥ ସିହଂ କହିଛନ୍ତି, 'ଆମେ ମାରଣାସ୍ତ୍ରର ସୁରକ୍ଷା ଓ ନିରାପତାକୁ ସର୍ବାଧିକ ପ୍ରଥମିକତା ଦେଉ। ଏହି ଘଟଣାରେ ଯଦି କୌଣସି ତ୍ରୁଟି ଥାଏ ତେବେ ତାହା ତୁରନ୍ତ ସାମନାକୁ ଆସିବ। ମୁଁ ଗୃହକୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ, ଆମର ମିସାଇଲ ସିଷ୍ଟମ ସୁରକ୍ଷିତ ଅଛି। ଆମର ନିରାପତା ପ୍ରକ୍ରିୟା ଏବଂ ପ୍ରୋଟୋକୋଲ ଉଚସ୍ତରୀୟ।'