ଝାଡ଼ଖଣ୍ଡ ବିଜେପି ପାଇଁ ମୋଦି କାଳ!
Advertisement
Article Detail0/zeeodisha/odisha615326

ଝାଡ଼ଖଣ୍ଡ ବିଜେପି ପାଇଁ ମୋଦି କାଳ!

ଜଣେ ଗଢିଥିଲେ ଜଣେ ଭାଙ୍ଗୁଛନ୍ତି

ଝାଡ଼ଖଣ୍ଡ ବିଜେପି ପାଇଁ ମୋଦି କାଳ!

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ସୋମବାର ପ୍ରକାଶ ପାଇଥିବା ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ବିଜେପି ପାଇଁ ଥିଲା ଖୁବ୍ ନିରାଶଜନକ । ତେବେ ବିଜେପି ଯେ କେବଳ ସରକାର ଗଠନ କରିବା ପାଇଁ ଅସଫଳ ହୋଇଛି ତାହା ନୁହଁ ବରଂ ରାଜ୍ୟ ବିଧାନସଭାରେ ସବୁଠାରୁ ବଡ଼ ରାଜନୈତିକ ଦଳର ମାନ୍ୟତା ମଧ୍ୟ ହରାଇଛି । ଯାହାକି ବିଜେପିକୁ ଶକ୍ତ ଝଟକା ଦେଇଛି । ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ବିଜେପିକୁ ୨୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଜେଏମଏମ ନେତୃତ୍ୱାଧୀନ ମେଣ୍ଟକୁ ୪୭ ଆସନ ମିଳିଥିବା ବେଳେ ଜେଏମଏମକୁ କେବଳ ମିଳିଛି ୩୦ ଆସନ । ଯାହାକି ବିଧାନସଭାରେ ସବୁଠାରୁ ବଡ଼ ରାଜନୈତିକ ଦଳ ବିବେଚିତ ହୋଇଛି । ଆଉ ବିଜେପି ୨୫ ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । 

ଆଉ ଏହି ନମ୍ୱର ବିଜେପି ଶିବିରକୁ ଜୋର କା ଝଟକା ଦେଇଛି । ତେବେ ଝାରଖଣ୍ଡ ଗଠନ ହେବା ଦିନରୁ ବିଜେପି ବିରୋଧୀ ଆସନରେ ବସିଛି ନହେଲେ ଶାସକ ଦଳ ସାଜିଛି, ଆଉ ସବୁବେଳେ ପାଇଁ ଝାଡ଼ଖଣ୍ଡ ରାଜ୍ୟର ସବୁଠାରୁ ବଡ଼ ରାଜନୈତିକ ଦଳ ଭାବେ ବିବେଚିତ ହୋଇ ଆସିଛି । ମାତ୍ର ୨୦୧୯ ନିର୍ବାଚନ ବିଜେପିଠୁ ସରକାର ବନାଇବାର ସ୍ୱପ୍ନ ଛଡ଼ାଇନେବା ସହିତ ବଡ଼ ରାଜନୈତିକ ଦଳର ସମ୍ମାନ ମଧ୍ୟ ଛଡ଼ାଇ ନେଇଛି । 

୨୦୦୦ ମସିହାରେ ଯେତେବେଳେ କେନ୍ଦ୍ରରେ ବାଜପେୟୀ ସରକାରର ରାଜ ଥିଲା ସେତେବେଳେ ଝାରଖଣ୍ଡ ବିହାରଠାରୁ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ଆଉ ୮୧ଟି ବିଧାନସଭା ମଣ୍ଡଳୀ ହୋଇଥିଲା । ଆଉ ୨୦୦୦ ମସିହାରେ ବିଜେପିର ୩୨ ଜଣ ବିଧାୟକ ଥିଲେ । ଆଉ ବିଜେପି ସବୁଠାରୁ ବଡ଼ ରାଜନୈତିକ ଦଳ ଥିଲା । ତେବେ ଗୋଟିଏ ପ୍ରକାର କୁହାଯାଇପାରେ ଯେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଦଳ ଝାଡ଼ଖଣ୍ଡରେ ନିଜର ଆଧିପତ୍ୟ ବିସ୍ଥାର କରିବା ସହିତ ଝାଡ଼ଖଣ୍ଡକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇ ଝଡ଼ଖଣ୍ଡକୁ ଗଢ଼ି ତୋଳି ଥିଲା ।

୨୦୦୫ ମସିହା ନିର୍ବାଚନରେ ମଧ୍ୟ ବିଜେପି ପୁଣି ୩୦ ଆସନରେ ବିଜୟ ହୋଇ ବଡ଼ ଦଳ ହେବାର ତାଜକୁ ମୁଣ୍ଡାଇ ରଖିଥିଲା । ଏବଂ ୨୦୦୯ ନିର୍ବାଚନରେ ବିଜେପିର ସଂଖ୍ୟା ଯଦିଓ କମିଥିଲା କିନ୍ତୁ ସେ ଜେଏମଏମ ସହ ୧୮-୧୮ ଆସନ ହାସଲ କରି ସବୁଠାରୁ ବଡ଼ ଦଳର ସମ୍ମାନ ବଜାୟ ରଖିଥିଲା । 

୨୦୧୪ ନିର୍ବାଚନରେ ପୁଣି ବିଜେପିର ଝାରଖଣ୍ଡରେ ଐତିହାସିକ ବିଜୟ ହୋଇଥିଲା । ଯେଉଁଥିରେ ସେ ୩୭ଟି ବିଧାନସଭାରେ ନିଜର ଝଣ୍ଡା ପୋତି ଥିଲା । ସହଯୋଗୀ ଷ୍ଟୁଣ୍ଡେଣ୍ଟ ୟୁନିୟନ ସହ ମେଣ୍ଟ କରି ପୂର୍ଣ୍ଣ ବହୁମତ ସାବ୍ୟସ୍ତ କରି ସରକାର ଗଠନ କରିବା ସହ ବଡ଼ ଦଳ ହେବାର ସମ୍ମାନକୁ ଜାବୁଡ଼ି ଧରିଥିଲା ।

୨୦୧୪ରେ ମୋଦି ମ୍ୟାଜିକ କାମ ଦେଇଥିବା ବେଳେ ୨୦୧୯ ନିର୍ବାଚନରେ ମୋଦି ମ୍ୟାଜିକ ଫେଲ ମାରିଯାଇଥିଲା । ଚଳିତ ନିର୍ବାଚନରେ ମୋଦି ଓ ଶାହା ଖୁବ୍ ପରିଶ୍ରମ କରିଥିଲେ ମଧ୍ୟ ୨୫ ଆସନ ପାଇ ନିଜର ଧୋତି ଖୋଲା ସ୍ଥିତି ନେଇ ଆସିଥିଲା । ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶରେ ମୋଦି ମ୍ୟାଜିକ ଫେଲ ମାରିବା ପରେ ଝାଡ଼ଖଣ୍ଡରେ ମଧ୍ୟ ସମାନ ସ୍ଥିତ ଦେଖିବାକୁ ମିଳିଛି । ତେଣୁ ଗୋଟିଏ ପ୍ରକାର କହିବାକୁ ଗଲେ ଝାରଖଣ୍ଡରେ ମୋଦି ଯାଦୁର ଅସର କମି କମି ଯାଉଛି ।