କ'ଣ ସେହି ହିଡିନ୍ କେସ୍? ସମସ୍ତଙ୍କ ଉପରେ ଛଞ୍ଝାଣ ନଜର ରଖିଛନ୍ତି ସରକାର
Advertisement
Article Detail0/zeeodisha/odisha944916

କ'ଣ ସେହି ହିଡିନ୍ କେସ୍? ସମସ୍ତଙ୍କ ଉପରେ ଛଞ୍ଝାଣ ନଜର ରଖିଛନ୍ତି ସରକାର

ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ବିଜୟ ମହାପାତ୍ର କହିଛନ୍ତି, 'ଅନେକ ଲୋକ ଲକ୍ଷଣ ଦେଖାଗଲେ ମଧ୍ୟ ଟେଷ୍ଟ କରିବାକୁ ଆସୁନାହାନ୍ତି। ଯଦି ଜଣେ ଆସିବେ ନାହିଁ ଓ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରିବ ନାହିଁ। ତେଣୁ ଅନେକ ହିଡିନ କେସ ମଧ୍ୟ ରହୁଛନ୍ତି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ନେଇ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ଲଗାତାର ଲୋକାଲ କେସ୍ ଚିହ୍ନଟ ହେଉଛି। ସଂଗରୋଧରୁ ଯେତିକି ମାମଲା ଚିହ୍ନଟ ହେଉଛି, ପ୍ରାୟ ସେତିକି ମାମଲା ସ୍ଥାନୀୟ ଅଞ୍ଚଳରୁ ବାହାରୁଛି। ଅନେକ ଲୋକ କୋଭିଡ୍ ଟେଷ୍ଟ ମଧ୍ୟ କରୁନାହାନ୍ତି। ଫଳରେ ତୃତୀୟ ଲହର ଆସିବାର ଯଥେଷ୍ଟ ସମ୍ଭାବନା ବୃଦ୍ଧି ପାଉଛି। ତେଣୁ ରାଜ୍ୟର କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି। 

ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ବିଜୟ ମହାପାତ୍ର କହିଛନ୍ତି, 'ଅନେକ ଲୋକ ଲକ୍ଷଣ ଦେଖାଗଲେ ମଧ୍ୟ ଟେଷ୍ଟ କରିବାକୁ ଆସୁନାହାନ୍ତି। ଯଦି ଜଣେ ଆସିବେ ନାହିଁ ଓ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରିବ ନାହିଁ। ତେଣୁ ଅନେକ ହିଡିନ କେସ ମଧ୍ୟ ରହୁଛନ୍ତି। ତେଣୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ 3 ମାସ ଇନଟିଗ୍ରେଟେଡ଼ କରାଯିବ। ଯେହେତୁ ଏହି ସମୟରେ ଡେଙ୍ଗୁ ମଧ୍ୟ  ବଢ଼ିଥାଏ। ତେଣୁ ଡେଙ୍ଗୁ ଓ ଏନସିଡିର କିଛି ରୋଗକୁ ନେଇ ମଧ୍ୟ ସର୍ଭିଲାନ୍ସ କରାଯାଉଥିଲା। ଅଗଷ୍ଟ ପର୍ଯ୍ୟନ୍ତ ସର୍ଭିଲାନ୍ସ ଚାଲିବ। କିନ୍ତୁ କୋଭିଡ଼ ପାଇଁ ଆକ୍ଟିଭ ସର୍ଭିଲାନ୍ସ ଓ ସ୍ବତନ୍ତ୍ର ଭାବେ ଡେଙ୍ଗୁ ପାଇଁ ମଧ୍ୟ ଚାଲିବ।' 

Also Read: ଗ୍ରୀନ୍ ଜୋନରେ ୨୬ ଜିଲ୍ଲା; ୫୦୦୦ ଟପିଲା ମୃତ୍ୟୁ ସଂଖ୍ୟା, ୨୦୦୦ ତଳକୁ ଖସୁନି ଦୈନିକ ମାମଲା

'ଆଶା କର୍ମୀମାନଙ୍କ ଦ୍ୱାରା ଯେଉଁ ଡୋର ଟୁ ଡୋର ସର୍ଭେ ଓ ମନିଟର ହେଲା, ତାହା ଦ୍ୱାରା ଏକ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହେଲେ। ମୁଖ୍ୟତଃ ସର୍ଭିଲାନ୍ସ କରି ହିଡିନ କେସ ଗୁଡିକୁ ବାହାର କଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ। ଯଦି ତୃତୀୟ ଲହର ଆସୁଛି ତେବେ ହିଡିନ କେସ ନିଶ୍ଚିତ ରହିବ। ତେଣୁ ଡୋର ଟୁ ଡୋର ସର୍ଭିଲାନ୍ସ ଏକ ଅମୋଘ ଅସ୍ତ୍ର। ଅଗଷ୍ଟ 24 ପରେ ମଧ୍ୟ ସର୍ଭିଲାନ୍ସ ଜୋରସୋରରେ ଚାଲିବ' ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

ସେ ପୁଣି କହିଛନ୍ତି ଯେ, ଇନଟିଗ୍ରେଟେଡ଼ ଡିଜିଜ ସର୍ଭିଲାନ୍ସରେ ସାପ୍ତାହିକ ସର୍ଭିଲାନ୍ସ ହୁଏ। ସେଥିରେ ଡାଟା ଆସିଥାଏ ଏବଂ ଯେଉଁ କର୍ମଚାରୀମାନେ ସର୍ଭିଲାନ୍ସରେ ଯାଇଥାନ୍ତି ସେମାନେ ରିପୋର୍ଟ ଦିଅନ୍ତି। ସବୁ ହାଉସହୋଲ୍ଡ଼ ଟଚ୍ କରିବାକୁ ପ୍ରାଧାନ୍ୟ ଦିଆଯାଉଛି। ତାହାଦ୍ୱାରା ହିଡିନ କେସ ସାମ୍ନାକୁ ଆସିପାରିବ। କାରଣ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନେ ରିପୋର୍ଟ ହିଁ କରୁନାହାନ୍ତି। ଜ୍ଵର ହେଲେ ଔଷଧ ଖାଇଦେଉଛନ୍ତି। ସେଥିପାଇଁ ଯିଏ ବି ଜ୍ଵର ଓ ଥଣ୍ଡା ପାଇଁ ମେଡିସିନ ନେଇ ଖାଉଛନ୍ତି ସେମାନଙ୍କର ତଥ୍ୟ ମେଡିସିନ ଦୋକାନୀମାନେ ସରକାରଙ୍କୁ ଦେବେ ବୋଲି ନିର୍ଦ୍ଦେଶ ରହିଥିଲା। କଟକ, ଭୁବନେଶ୍ୱର, ବାଲେଶ୍ଵର ଓ ବାରିପଦା ସବୁବେଳେ ଫୋକସରେ ରହିଛି।