Independence Day 2021: ଜାତୀୟ ପତାକା ଉଡାଇଲା ମାଙ୍କଡ
Advertisement
Article Detail0/zeeodisha/odisha970063

Independence Day 2021: ଜାତୀୟ ପତାକା ଉଡାଇଲା ମାଙ୍କଡ

ଏଥର ସ୍ୱାଧିନତା ଦିବସ ଅବସରରେରେ ହୋଇଥିବା ପତାକା ଉତ୍ତୋଳନର ଭିଡି଼ଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। 

Independence Day 2021: ଜାତୀୟ ପତାକା ଉଡାଇଲା ମାଙ୍କଡ

ନୂଆଦିଲ୍ଲୀ: ନିକଟରେ ଦେଶବ୍ୟାପୀ ପାଳିତ ହୋଇଯାଇଥିଲା ୭୫ତମ ସ୍ୱାଧିନତା ଦିବସ। ଗତ ବର୍ଷ ଭଳି ଚଳିତ ଥର ମଧ୍ୟ କୋରୋନା କଟକଣାରେ ପାଳିତ ହୋଇଥିଲା ଏହି ଜାତୀୟ ଦିବସ। ଏହି ଅବସରରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ହେଲେ ଏଥର ସ୍ୱାଧିନତା ଦିବସ ପାଳନ ଅବସରରେ ଘଟିଯାଇଥିବା ଏକ ଘଟଣାର ଭିଡି଼ଓ ସୋସିଆଲ ମଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। 

ଚଳିତ ବର୍ଷ ପାଳିତ ହୋଇଥିବା ୭୫ତମ ସ୍ୱାଧିନତା ଦିବସ (Independence Day 2021) ଅବସରରେ ହୋଇଯାଇଛି ଅନନ୍ୟ ପତାକା ଉତ୍ତୋଳନ (Unique Flag Hoisting)। ଏଥର ମଣିଷ ବଦଳରେ ସ୍ୱାଧିନତା ଦିବସରେ ତ୍ରୀରଙ୍ଗା ଉଡାଇଥିଲା ଏକ ମାଙ୍କଡ ((Monkey Hosting Tri Colour)। ଯାହାର ଭିଡି଼ଓ ସୋସିଆଲ ମଡିଆରେ (Viral Video on Social Media) ଖୁବ ଭାଇରାଲ ହେଉଛି। 

ଏହି ଭିଡି଼ଓରେ ଦେଖିବାକୁ ମିଳିଛି ସ୍ୱାଧିନତା ଦିବସ ଅବସରରେ ଏକ ବିଦ୍ୟାଳୟର ଛାତ ଉପରେ ପତାକା ଉତ୍ତୋଳନ କରିବାକୁ ବ୍ୟବସ୍ଥା କରାଯାଇଛି। ହେଲେ ଛାତ ଉପରେ ଥିବା ୨ ମାଙ୍କଡଙ୍କ ମଧ୍ୟରୁ ଜଣେ ପତାକା ଉଡାଇବାକୁ ଚେଷ୍ଟା କରୁଛି। ପ୍ରଥମେ ଯେତେବେଳେ ପତାକା ଖୋଲିନଥିଲା ସେତେବେଳେ ସେହି ମାଙ୍କଡ ଉପରକୁ ଚଢି ଜାତୀୟ ପତାକାକୁ ଖୋଲିଦେବା ସହ ଏହାକୁ ଉଡାଇ ଦେଇଥିଲା। ଏହି ଭିଡିଓ କେଉଁ ଅଞ୍ଚଳର ତାହା ଜଣାପଡି଼ନାହିଁ।  

Also Read: Changing World: ସମୟ ସହ ତାଳ ଦେଇ ଚାଲୁଛନ୍ତି ମଣିଷଙ୍କ ପୂର୍ବଜ

ପତାକା ଉତ୍ତୋଳିତ ହୋଇଯିବା ପରେ ଏଥିରେ ରହିଥିବା ଫୁଲ ତଳକୁ ଖସିବା ପରେ ସେଠାରେ ଛିଡା ହୋଇଥିବା ଲୋକେ କରତାଳି ଦେଇ ଏହାକୁ ସ୍ୱାଗତ ଜଣାଇଥିଲେ। ସ୍ୱାଧିନତା ଦିବସ ଅବସରରେ ମାଙ୍କଡ ଦ୍ୱାରା କରାଯାଇଥିବା ପତାକା ଉତ୍ତୋଳନର ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ରଖି ଜଣେ ୟୁଜର କହିଛନ୍ତି ପଶୁ ହୋଇଥିବା ସତ୍ତ୍ୱେ ଜାତୀୟ ପତାକାକୁ ସଠିକ୍ ଉପାୟରେ ଉଡାଇଥିଲା.