Changing World: ସମୟ ସହ ତାଳ ଦେଇ ଚାଲୁଛନ୍ତି ମଣିଷଙ୍କ ପୂର୍ବଜ
Advertisement
Article Detail0/zeeodisha/odisha934264

Changing World: ସମୟ ସହ ତାଳ ଦେଇ ଚାଲୁଛନ୍ତି ମଣିଷଙ୍କ ପୂର୍ବଜ

ମଣିଷ କରୁଥିବା ବିଭିନ୍ନ କାମକୁ ନକଲ କରିବାରେ ବେଶ ସିଦ୍ଧହସ୍ତ ଏହି ଜୀବ। 

Changing World: ସମୟ ସହ ତାଳ ଦେଇ ଚାଲୁଛନ୍ତି ମଣିଷଙ୍କ ପୂର୍ବଜ

ନୂଆଦିଲ୍ଲୀ: ସମୟ ସହ ଯେ କେବଳ ମଣିଷ ତାଳ ଦେଇ ଚାଲୁଛନ୍ତି ତାହା କହିବା ଏବେ ସମ୍ପୂର୍ଣ୍ଣ ଭାବେ ଠିକ ହେବ ନାହିଁ। ଏପରି ଅନେକ ପ୍ରାଣୀ ଅଛନ୍ତି ଯେଉଁମାନେ ବିଭିନ୍ନ ସମୟରେ ମଣିଷ ଭଳି କାର୍ଯ୍ୟ କରୁଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳୁଛି। 

ଜୀବ ଜଗତରେ ମାଙ୍କଡ ହେଉଛି ଏକ ଚତୁର ପ୍ରାଣୀ। ଯିଏ କାମ କରିବା ଭଳି ବିଭିନ୍ନ ସମୟରେ ମଣିଷ ଭଳି ନିଜର ବୁଦ୍ଧିର ପ୍ରୟୋଗ କରିଥାଏ। ଖାଦ୍ୟ ସଂଗ୍ରହ କରିବା ହେଉ କିମ୍ବା ଆତ୍ମରକ୍ଷା ଅନେକ ସମୟରେ ମାଙ୍କଡ ନିଜ ବୁଦ୍ଧି ବଳରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମାତ ଦେବାରେ ସକ୍ଷମ ହୋଇଛି। ମଣିଷ କରୁଥିବା ବିଭିନ୍ନ କାମକୁ ନକଲ କରିବାରେ ବେଶ ସିଦ୍ଧହସ୍ତ ଏହି ଜୀବ। 
 
ହୋଟେଲ ଭଳି ଖାଦ୍ୟ ପଦାର୍ଥ ବିକ୍ରି ହେଉଥିବା ସ୍ଥାନରେ କାର୍ଯ୍ୟ କରିବା ଲାଗି ନିୟୋଜିତ ହୋଇଥାନ୍ତି ଲୋକେ। ହେଲେ କେବେ ଆପଣ ଶୁଣିଛନ୍ତି କି ଜଳଖିଆ ଦୋକାନରେ ମାଙ୍କଡ ମାଜୁଛି ବାସନ। ଆଜ୍ଞା ହିଁ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଠି ଗୋଟିଏ ମାଙ୍କଡ ଏପରି କାର୍ଯ୍ୟ କରୁଛି। 

  

ବିଭିନ୍ନ ସମୟରେ ଦେଖାଯାଏ ଅନ୍ୟ ଜୀବଙ୍କୁ ଚିଡାଇବା ଭଳି କାର୍ଯ୍ୟ କରିଥାଏ ମାଙ୍କଡ। ହେଲେ ଏଠାରେ ଦେଖିବାକୁ ମିଳିଛି ଏହାର ଓଲଟା। ନିଜକୁ ବଞ୍ଚାଇବାକୁ ଯାଇ ଗୋଟିଏ ଗଛର ଡାଳକୁ ଡାଳ ଲମ୍ଫ ମାରି ଚିତାବାଘ ଭଳି ଶିକାରୀ ପ୍ରାଣୀକୁ ବୋକା ବନାଇଛି ମାଙ୍କଡ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ଜୀବ ଗଛ ଚଢିବାରେ ବେଶ ମାହିର।    

ଗଛରେ ଚଢିବା ପରେ ଏବେ ମେଟ୍ରୋ ଟ୍ରେନରେ ଯାତ୍ରା କରୁଛି ମାଙ୍କଡ। ଆଉ ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଗୋଟିଏ  ମେଟ୍ରୋରେ ପ୍ରବେଶ କରିବା ପରେ ଏଣେତେଣେ ବୁଲୁଛି। ପୁଣି ଜଣେ ଯାତ୍ରୀଙ୍କ ନିକଟକୁ ଚାଲିଯାଇ ତାଙ୍କ ନିକଟରେ ବସିଯାଉଛି। କେବଳ ଏତିକି ନୁହେଁ ଜଣଙ୍କ ଘରେ ରୋଷେଇ କରିବା ଲାଗି ବ୍ୟବହୃତ ହେଉଥିବା ପରିବା କାଟିବା କାମ କରୁଛି ମାଙ୍କଡ।