'ଅମ୍ଫାନ୍' ଯୋଗୁଁ ମୌସୁମୀ ଆସିବାରେ ହୋଇପାରେ ବିଳମ୍ୱ: ପାଣିପାଗ ବିଭାଗ
Advertisement

'ଅମ୍ଫାନ୍' ଯୋଗୁଁ ମୌସୁମୀ ଆସିବାରେ ହୋଇପାରେ ବିଳମ୍ୱ: ପାଣିପାଗ ବିଭାଗ

ଏଠାରେ କହି ରଖୁଛୁ ଯେ, ବୁଧବାର ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅମ୍ଫାନ ତାଣ୍ଡବ ରଚିଥିଲା । କୋଲକାତାର ଘୂର୍ଣ୍ଣିବଳୟ ଏତେ ଶକ୍ତିଶାଳୀ ଥିଲା ଯେ ବଡ଼ ବଡ଼ ଗଛ ଓ ବୈଦ୍ୟୁତିକ ପୋଲ ଉପୁଡ଼ି ଯାଇଥିଲା । ଘର ଭାଙ୍ଗି ହୋଇଯାଇଥିଲା । ଏହା ବ୍ୟତୀତ ପଶ୍ଚିମବଙ୍ଗରେ ୭୨ ଜଣ ପ୍ରାଣ ହରାଇଛନ୍ତି ।

'ଅମ୍ଫାନ୍' ଯୋଗୁଁ ମୌସୁମୀ ଆସିବାରେ ହୋଇପାରେ ବିଳମ୍ୱ: ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ ମୌସୁମୀ ଆସିବାରେ ବିଲମ୍ୱ ହୋଇପାରେ । ଏପରି ମହାବାତ୍ୟା ଅମ୍ଫାନ ଯୋଗୁଁ ହୋଇପାରେ । ଭାରତ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁବାର କହିଛନ୍ତି ଯେ, ଭାରତରେ ସାଇକ୍ଲୋନ୍ ଅମ୍ଫାନ୍ ହେତୁ ମୌସୁମୀ ଆସିବାରେ ବିଳମ୍ବ ହୋଇପାରେ । ମୌସୁମୀ ଜୁନ ୧ ପରିବର୍ତ୍ତେ ଜୁନ୍ ୫ରେ କେରଳର ଦକ୍ଷିଣ ତଟକୁ ସ୍ପର୍ଶ କରିପାରେ ।

ସେ କହିଛନ୍ତି, ସାଧାରଣତଃ  ମୌସୁମୀ ଜୁନ ୨ ସୁଦ୍ଧା କେରଳରେ ପହଞ୍ଚିଥାଏ । କିନ୍ତୁ ଅମ୍ଫାନ୍ କାରଣରୁ ଏଥର ପବନ ବିଶୃଙ୍ଖଳିତ ହୋଇଛି । ଏଭଳି ପରିସ୍ଥିତିରେ ଆମେ ମୌସୁମୀରେ ବିଳମ୍ବ ଅନୁମାନ କରୁଛୁ । ଆଶା କରୁଛୁ ଯେ ଜୁନ ୧ ପରିବର୍ତ୍ତେ ଜୁନ ୫ରେ କେରଳରେ ମୌସୁମୀ ଛୁଇଁବ । ମହାପାତ୍ର ଏହା ମଧ୍ୟ କହିଛନ୍ତି ଯେ, ମହାବାତ୍ୟା ଅମ୍ଫନ୍ ଦେଶର ପାଗ ଉପରେ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଛି ।