ଅଭୁଲା-୧୯: ବିଶ୍ୱ ପାଇଁ ଅନେକ ଘଟଣାର ମୁକସାକ୍ଷୀ
Advertisement
Article Detail0/zeeodisha/odisha616349

ଅଭୁଲା-୧୯: ବିଶ୍ୱ ପାଇଁ ଅନେକ ଘଟଣାର ମୁକସାକ୍ଷୀ

ନଜର ପକାନ୍ତୁ ୨୦୧୯ ବର୍ଷର ସମଗ୍ର ବିଶ୍ୱ ପାଇଁ ରହିଥିବା ବେଶ ଘଟଣା ବହୁଳ

ଅଭୁଲା-୧୯: ବିଶ୍ୱ ପାଇଁ ଅନେକ ଘଟଣାର ମୁକସାକ୍ଷୀ

ନୂଆଦିଲ୍ଲୀ: ସରିଯାଉଛି 2019 । ଆଉ କିଛି ଦିନ ପରେ ବିଦାୟ ନେବ ଏହି ବର୍ଷ । ଛାଡ଼ିଯିବ ଅନେକ ଖଟାମିଠା ଘଟଣାର ଛାପ । ଇତିହାସ ପାଲଟିଯିବ ଏହି ବର୍ଷ । ତେବେ ଏହି ବର୍ଷ ସମଗ୍ର ବିଶ୍ୱ ପାଇଁ ରହିଥିବା ବେଶ ଘଟଣା ବହୁଳ । ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ହେଉ ଅବା ନୂଆ ରାଷ୍ଟ୍ର ଗଠନ । ସବୁ ଘଟଣାର ମୁକସାକ୍ଷୀ ପାଲଟିଛି ଏହି 2019 । ତେବେ ଆସନ୍ତୁ ନଜର ପକାଇବା କିଛି ପ୍ରମୁଖ ଘଟଣା ଉପରେ...

କରତାରପୁର କରିଡ଼ର

fallback
ଭାରତ ପାଇଁ ଏହି ବର୍ଷ ରହିଥିଲା ବେଶ ଗୁରୁତ୍ୱପୂର୍ଣ୍ଣ । ପଞ୍ଜାବର କରତାରପୁର କରିଡ଼ରକୁ ନେଇ ବେଶ ତୁମ୍ଭିତୋଫାନ ହୋଇଥିଲା । ଏପରିକି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ଏହା ସତ୍ତ୍ୱେ ଦୁଇ ଦେଶର ଶିଖ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ନିମନ୍ତେ କରତାରପୁର କରିଡ଼ରକୁ ବର୍ଷ ଶେଷ ଆଡ଼କୁ ଖୋଲାଯାଇଥିଲା । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକଙ୍କ 550ତମ ଜୟନ୍ତୀ ଉପଲକ୍ଷେ ନଭେମ୍ବର 12ରେ ଏହି କରିଡ଼ରକୁ ଖୋଲାଯାଇଥିଲା । 4.7 କିମି ଦୀର୍ଘ ଏହି କରିଡ଼ର ଦେଇ ଭାରତୀୟ ଶିଖମାନେ ବିନା ଭିସାରେ ପାକିସ୍ତାର ଗୁରୁଦ୍ୱାର ଦରବାର ସାହିବକୁ ଯାଇଥିଲେ । ସେହିପରି ପାକିସ୍ତାନର ଶିଖମାନେ ଭାରତର ଗୁରଦ୍ୱାର ଡେରା ବାବାକୁ ପରିଦର୍ଶନ କରିବାର ସୁଯୋଗ 
ପାଇଥିଲେ ।

କୁଳଭୂଷଣ ମାମଲାfallback
2019ରେ ଭାରତରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା କୁଳଭୂଷଣ ମାମଲା । ଗୁପ୍ତଚର କାର୍ଯ୍ୟରେ ଦୋଷୀ ସାବ୍ୟସ୍ତ ହୋଇ ପାକିସ୍ତାନ ସାମରିକ ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡାଦେଶ ପାଇଥିଲେ ଭାରତୀୟ ନାଗରିକ କୁଳଭୂଷଣ ଯାଦବ । ତେବେ ଏହି ମାମଲାରେ ଭାରତ ଆନ୍ତର୍ଜାତିକ ଅଦାଲତ(ଆଇସିଜେ)ରେ ମାମଲା ଲଢି ବଡ଼ ବିଜୟ ହାସଲ କରିଥିଲା । ଜୁଲାଇ 17 ତାରିଖରେ ଆଇସିଜେ ପାକିସ୍ତାନ ସାମରିକ ଅଦାଲତର ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଥିଲେ । ଏହା ସହିତ କୁଳଭୂଷଣଙ୍କୁ ଦେଖା କରିବା ପାଇଁ ଭାରତୀୟ ଦୂତାବାସ ଅଧିକାରୀଙ୍କୁ ମଧ୍ୟ ଅନୁମତି ଦେବା ଏବଂ ସମଗ୍ର ମାମଲାର ପୁନର୍ବିଚାର କରିବାକୁ ଆଇସିଜେ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ 2016 ମାର୍ଚ୍ଚ 25 ତାରିଖରେ କୁଳଭୂଷଣଙ୍କୁ ଇରାନରୁ 
ଗିରଫ କରି ପାକିସ୍ତାନ ତାଙ୍କ ବିରୋଧରେ ଗୁପ୍ତଚର ଅଭିଯୋଗ ଆଣିଥିଲା । 

ଆମେରିକାରେ 'ହାଓଡ଼ି ମୋଦୀ'

fallback
ବର୍ଷ ତମାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ପ୍ରମୁଖ ସହର ଗୁଡ଼ିକ ବୁଲିଛନ୍ତି । ତେବେ ସେପ୍ଟମ୍ବର ମାସରେ ମୋଦିଙ୍କ ଆମେରିକା ଗସ୍ତ ବେଶ ଚର୍ଚ୍ଚାରେ ରହିଥିଲା । ମୋଦି ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ସମଗ୍ର ବିଶ୍ୱର ନଜର ତାଙ୍କ ଆଡ଼କୁ କେନ୍ଦ୍ରିଭୂତ କରିପାରିଥିଲେ । ସେପ୍ଟେମ୍ବର 22 ତାରିଖରେ ଆମେରିକାର ହୋଷ୍ଟନ ସହରରେ ଅନୁଷ୍ଠିତ ହୋଇଥିଲା ହାଓଡ଼ି ମୋଦି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ପ୍ରବାସୀ ଭାରତୀଙ୍କୁ ସମ୍ବୋଧନ କରିଥିଲେ । ଏଥିରେ ପ୍ରାୟ 50 ହଜାର ପ୍ରବାସୀ ଭାରତୀୟ ଯୋଗ ଦେଇଥିଲେ । 

ସେହିଭଳି ବର୍ଷର ଚର୍ଚ୍ଚିତ ଘଟଣା ମଧ୍ୟରୁ ଆମେରିକା ଓ ଇସ୍ରାଏଲ ୟୁନେସ୍କୋରୁ ଓହରିଯିବା ଥିଲା ଅନ୍ୟତମ । ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଓହରିଯିବା ଘଟଣା ସମଗ୍ର ବିଶ୍ୱରେ ବେଶ ଚର୍ଚ୍ଚିତ ହୋଇଥିଲା । ଜାତିସଂଘର ଶିକ୍ଷା । ବିଜ୍ଞାନ, ଓ ସାଂସ୍କୃତିକ ଏଜେନ୍ସିରୁ ଏହି ଦୁଇ ରାଷ୍ଟ୍ରର ଓହରିଯିବା ନିଷ୍ପତ୍ତି ଜାତିସଂଘକୁ ଏକ ଶକ୍ତିଶାଳୀ ଝଟକା ଲାଗିଥିଲା । ଅଭିଯୋଗ ହୋଇଥିଲା ୟୁନେସ୍କୋ ଇସ୍ରାଏଲ ବିରୋଧରେ ମନମୁଖୀ କାର୍ଯ୍ୟ କରୁଛି । ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ସହଯୋଗରେ ଏହି ଏଜେନ୍ସି ଗୁଡ଼ିକର ଗଠନ ହୋଇଥିଲା । 

ଆବି ଅହମ୍ମଦଙ୍କୁ ଶାନ୍ତି ନୋବେଲ

fallback
ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କୁ ଶାନ୍ତି ପାଇଁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିଥିଲା । ପଡ଼ୋଶୀ ରାଷ୍ଟ୍ର ଇରିଟ୍ରିୟା ସହିତ ଇଥିଓପିଆର ଦୀର୍ଘ 20 ବର୍ଷର ତିକ୍ତତା ଦୂର କରିବା ଦିଗରେ ଗୁରୁଦାୟିତ୍ୱ ତୁଲାଇତିଲେ ଆବି । ସମସ୍ୟାର ସମାଧାନ, ଅନ୍ତର୍ଜାତୀୟ ସ୍ତରରେ ସହଯୋଗିତା ତଥା ଶାନ୍ତି ପ୍ରତିଷ୍ଠା ଦିଗରେ ଆବିଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ମିଳିଥିଲା । 

ସୂଚନାଯୋଗ୍ୟ 1998-2000 ମସିହାରୁ ଇଥିଓପିଆ ଓ ଇରିଟ୍ରିଆ ମଧ୍ୟରେ ଲାଗି ରହିଥିଲା ସୀମା ବିବାଦ । ଏହି ବିବାଦ ଦୀର୍ଘ 20 ଧରି ଲାଗି ରହିଥିଲା । ଫଳରେ ଉଭୟ ଦେଶ ମଧ୍ୟରେ ତିକ୍ତତା ମଧ୍ୟ ବୃଦ୍ଧି ପାଇଥିଲା । ତେବେ 2018 ମସିହାରେ ଆବି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଏହି ତିକ୍ତତାର ସମାଧାନ ପାଇଁ ପ୍ରଥମ ପଦକ୍ଷେପ ଗ୍ରହଣ କରିଥିଲେ ଆବି । ଇରିଟ୍ରିଆର ସମସ୍ତ ବିଦ୍ରୋହୀଙ୍କୁ ନିସର୍ତ୍ତ ମୁକ୍ତ କରିଥିଲେ ଆବି । ଏହା ସହିତ ସେ ଇରିଟ୍ରିଆ ପ୍ରତି ହୋଇଥିବା ବର୍ବରତା ପାଇଁ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ । ଏହା ସହିତ ଆବି ଶାନ୍ତି ପାଇଁ ଯେଉଁ ପଦକ୍ଷେପମାନ ଗ୍ରହଣ କରିଥିଲେ, ତାହାକୁ ସମସ୍ତ ପଡ଼ୋଶୀ ରାଷ୍ଟ୍ର ମଧ୍ୟ ଗ୍ରହଣ କରିଥିଲେ । 

ବାଗଦାଦୀର ମୃତ୍ୟୁ

ବର୍ଷର ଶେଷ ଆଡ଼କୁ ବାଗଦାଦୀର ଆତ୍ମହତ୍ୟା ଘଟଣା ବିଶ୍ୱକୁ ଏକ ପ୍ରକାର ଶାନ୍ତି ପ୍ରଦାନ କରିଥିଲା । ଦୀର୍ଘଦିନ ଧରି ଆତଙ୍କ ଖେଳାଇ ଥିବା ଅବୁ ବକର ଅଲ ବାଗଦାଦୀକୁ ମାରିବା ପାଇଁ ଆମେରିକା ସେନା ସିରିଆ ଉପରେ ଆକ୍ରମଣ କରିଥିଲା । ସିରିଆର ଉତ୍ତର ପଶ୍ଚିମାଞ୍ଚଳ ଅନ୍ତର୍ଗତ ଇଡଲିବ ପ୍ରଦେଶ ସ୍ଥିତ ବାଗଦାଦୀର ଆଡ୍ଡା ଉପରେ ଆମେରିକା ସେନା ଆକ୍ରମଣ କରିଥିଲା । ତେବେ ଆମେରିକା ସେନା ହାତରେ ମରିବା ଅପେକ୍ଷା ସେ ଆତ୍ମଘାତୀ ଆକ୍ରମଣରେ ନିଜକୁ ଉଡ଼ାଇ ଦେଇଥିଲା । ଏହି ବିସ୍ଫୋରଣରେ ବାଗଦାଦୀ ଓ ତାହାର 3 ସନ୍ତାନଙ୍କ ମୃତ୍ୟୁ ଘଟିଥିଲା । ଅକ୍ଟୋବର 27 ତାରିଖରେ ଏହି ଘଟଣା ଘଟିଥିଲା । 

ଶ୍ରୀଲଙ୍କାର ନିର୍ବାଚନ

ନଭେମ୍ୱରରେ ହୋଇଥିବା ଶ୍ରୀଲଙ୍କାର ନିର୍ବାଚନ ମଧ୍ୟ ଚଳିତ ବର୍ଷ ବେଶ ଚର୍ଚ୍ଚାରେ ରହିଥିଲା । ଏହି ନିର୍ବାଚନରେ ଗୋଟାବାୟା ରାଜପକ୍ଷ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ଶାସକ ଦଳର ପ୍ରାର୍ଥୀ ସାଜିଥ ପ୍ରେମଦାସାଙ୍କୁ ପ୍ରାୟ 13 ଲକ୍ଷ ଭୋଟରେ ପରାସ୍ତ କରିଥିଲେ । ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଗୋଟାବାୟାଙ୍କ ନିର୍ବାଚନକୁ ନେଇ ଭାରତ ବେଶ ଚିନ୍ତାରେ ରହିଥିଲା । ରାଜପକ୍ଷ ବଂଶଧର ଚୀନ ସପକ୍ଷବାଦୀ ଭାବେ ବେଶ ପରିଚିତ । ରାଜପକ୍ଷଙ୍କ ଭାଇ ମହିନ୍ଦା ରାଜପକ୍ଷ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଭାଇ ରାଷ୍ଟ୍ରପତି ଭାବେ ଗୋଟାବାୟା ରାଜପକ୍ଷ ନିର୍ବାଚିତ ହୋଇଥିଲେ ।