Mumbai Attack: ହୃଦଘାତରେ ଆଜମ ଚୀମାର ମୃତ୍ୟୁ, ୨୬/୧୧ ମୁମ୍ବାଇ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ
Advertisement
Article Detail0/zeeodisha/odisha2137516

Mumbai Attack: ହୃଦଘାତରେ ଆଜମ ଚୀମାର ମୃତ୍ୟୁ, ୨୬/୧୧ ମୁମ୍ବାଇ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

Mumbai Attack: ପ୍ରାୟତଃ ୬ ୬ ଜଣ ବଡିଗାର୍ଡଙ୍କ ସହିତ ଲ୍ୟାଣ୍ଡ କ୍ରୁଜରରେ ବୁଲୁଥିବାର ନଜର ଆସିଥିଲେ । ସେ ଥରେ ବହାବଳପୁରରେ ଶିବିରରେ ତାଲିମ ନେଉଥିବା ଜିହାଦୀମାନଙ୍କୁ ବ୍ରେନୱାସ ପାଇଁ ପୂର୍ବତନ ଆଇଏସଆଇ ମୁଖ୍ୟ ଜେନେରାଲ ହମିଦ ଗୁଲ, ବ୍ରିଗେଡିୟର୍ ରିଆଜ୍ ଏବଂ କର୍ଣ୍ଣେଲ ରାଫିକଙ୍କୁ ଆଣିଥିଲେ।

 

Mumbai Attack: ହୃଦଘାତରେ ଆଜମ ଚୀମାର ମୃତ୍ୟୁ, ୨୬/୧୧ ମୁମ୍ବାଇ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

Mumbai Attack: ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ମୁଖ୍ୟ ନେତା ଆଜମ ଚିମାର ଦେହାନ୍ତ ହୋଇଛି। କୁହାଯାଉଛି ଯେ ହୃଦଘାତରେ ଆଜମ ଚିମାର ମୃତ୍ୟୁ ଘଟିଛି। ୨୬/୧୧ ଆତଙ୍କବାଦୀ ଆକ୍ରମଣ ଏବଂ ଜୁଲାଇ ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ଏବଂ ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀମାନଙ୍କ ମଧ୍ୟରୁ ଅନ୍ୟତମ। ଚିମାଙ୍କ ମୃତ୍ୟୁ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଭାରତୀୟ ଗୁପ୍ତଚର ସଂସ୍ଥାକୁ ଲଶ୍କର ଆତଙ୍କବାଦୀଙ୍କ ହତ୍ୟା ଘଟଣାରେ ଅଭିହିତ କରିଛି, ଯଦିଓ ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ତାଙ୍କ ମୃତ୍ୟୁକୁ ନେଇ ପାକିସ୍ତାନର ଜିହାଦି ସର୍କଲରେ କଳ୍ପନାଜଳ୍ପନା ଜାରି ରହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର(Mumbai Terror Attack) ମାଷ୍ଟରମାଇଣ୍ଡ ୭୦ ବର୍ଷିୟ ଆଜମ ଚିମା ଥିଲେ, ସେ ଏଥିପାଇଁ କସାବ ଏବଂ ଅନ୍ୟ ଆତଙ୍କବାଦୀଙ୍କୁ ତାଲିମ ଦେଇଥିଲେ। ଜୁଲାଇ ୨୦୦୬ ରେ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ସମେତ ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣରେ ସେ ଜଣେ ପ୍ରମୁଖ ଷଡଯନ୍ତ୍ରକାରୀ ଥିଲା ବୋଲି ସୂଚନା ରହିଛି। ଚିମାଙ୍କ ମୃତ୍ୟୁ ପରେ ଭାରତର ଦାବି ଦୃଢ ହୋଇଛି ଯେ ଭାରତୀୟ ସହରରେ ଆତଙ୍କବାଦ ବିସ୍ତାର କରୁଥିବା ଆତଙ୍କବାଦୀମାନେ ପାକିସ୍ତାନରେ ଅଛନ୍ତି।

ଚିମା ୨୦୦୮ ରେ ବହାବଳପୁରରେ ଲସ୍କର କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ଜକି-ଉର-ରେହମାନ-ଲାଖଭିର ଅପରେସନ୍ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା। ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ (Mumbai Attack) ନିଯୁକ୍ତମାନଙ୍କୁ ତାଲିମ ଦେବା ବ୍ୟତୀତ ପୁରା ଯୋଜନା ସଂପୂର୍ଣ୍ଣ କରିବାର ଦାୟିତ୍ୱ ଗ୍ରହଣ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ ଦୁଇ ଦଶନ୍ଧି ପୂର୍ବରୁ ପାକିସ୍ତାନର ବହାବଳପୁରରେ ଜୀବନ ବିତାଇଥିଲେ। ଯେଉଁଠାରେ ସେ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ରହୁଥିଲେ।

ସେ ମାନଚିତ୍ର ପଢିବାରେ ପାରଦର୍ଶୀ ଥିଲେ, ଭାରତର ମାନଚିତ୍ର ବିଷୟରେ ତାଙ୍କର ଭଲ ଜ୍ଞାନ ଥିଲା । କେବଳ ଏତିକି ନୁହେଁ ପଞ୍ଜାବୀ ଭାଷା ସେ ମଧ୍ୟ ସେ ଜାଣିଥିଲେ। ସେ ପ୍ରାୟତଃ ୬ ୬ ଜଣ ବଡିଗାର୍ଡଙ୍କ ସହିତ ଲ୍ୟାଣ୍ଡ କ୍ରୁଜରରେ ବୁଲୁଥିବାର ନଜର ଆସିଥିଲେ । ସେ ଥରେ ବହାବଳପୁରରେ ଶିବିରରେ ତାଲିମ ନେଉଥିବା ଜିହାଦୀମାନଙ୍କୁ ବ୍ରେନୱାସ ପାଇଁ ପୂର୍ବତନ ଆଇଏସଆଇ ମୁଖ୍ୟ ଜେନେରାଲ ହମିଦ ଗୁଲ, ବ୍ରିଗେଡିୟର୍ ରିଆଜ୍ ଏବଂ କର୍ଣ୍ଣେଲ ରାଫିକଙ୍କୁ ଆଣିଥିଲେ।

Also Read: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ଶିକ୍ଷା ସ୍ବେଚ୍ଛାସେବୀଙ୍କ ଦରମା

Also Read: ଅମ୍ବାନୀ ଫ୍ୟାମିଲି ଫଙ୍କସନରେ ସାମିଲ ହେଲେ ପପ୍ ସିଙ୍ଗର ରିହାନା