ମୁମ୍ୱାଇ ଝିଅ ବନିଥିଲେ ପାକିସ୍ତାନୀ ବୋହୂ, ପୋଲିସ ତଦନ୍ତରେ ଆଶ୍ଚର୍ଯ୍ୟଜନକ ତଥ୍ୟ
Advertisement
Article Detail0/zeeodisha/odisha2398520

ମୁମ୍ୱାଇ ଝିଅ ବନିଥିଲେ ପାକିସ୍ତାନୀ ବୋହୂ, ପୋଲିସ ତଦନ୍ତରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ପୋଲିସ ଯେତେବେଳେ ମହିଳାଙ୍କ ପାକିସ୍ତାନ ଯାତ୍ରା ସମ୍ବନ୍ଧରେ ମିଳିଥିବା ସରକାରୀ କାଗଜ ଗୁଡ଼ିକୁ ଯାଞ୍ଚ କଲା ସେତେବେଳେ ଜଣାପଡିଥିଲା ଯେ, ନାଗମା ବେଆଇନ ଭାବେ ନିଜ ନାମ ପରିବର୍ତ୍ତନ କରିଥିଲେ । 

ମୁମ୍ୱାଇ ଝିଅ ବନିଥିଲେ ପାକିସ୍ତାନୀ ବୋହୂ, ପୋଲିସ ତଦନ୍ତରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ମୁମ୍ବାଇରେ ରହୁଥିବା ଜଣେ ମହିଳା ପାକିସ୍ତାନୀ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ମହିଳାଙ୍କ ନାମ ନଗମା ନୁର ମାକସୁଦ ଅଲି ହୋଇଥିବାବେଳେ ସେ ନାମ ବଦଳାଇ ସନମ ଖାନ କରିଥିଲେ । ତେବେ କାହିଁକି ମହିଳାଜଣକ ନିଜ ନାଁକୁ ବଦଳାଇଲେ ତାହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟକର ବିଷୟ ପାଲଟିଛି । ପୋଲିସ ତଦନ୍ତରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି ।

ପୋଲିସ ଯେତେବେଳେ ମହିଳାଙ୍କ ପାକିସ୍ତାନ ଯାତ୍ରା ସମ୍ବନ୍ଧରେ ମିଳିଥିବା ସରକାରୀ କାଗଜ ଗୁଡ଼ିକୁ ଯାଞ୍ଚ କଲା ସେତେବେଳେ ଜଣାପଡିଥିଲା ଯେ, ନାଗମା ବେଆଇନ ଭାବେ ନିଜ ନାମ ପରିବର୍ତ୍ତନ କରିଥିଲେ । ବର୍ତ୍ତମାନ ନାଗମାଙ୍କୁ ପୋଲିସ ହେପାଜତକୁ ନେବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ଅଗଷ୍ଟ ପ୍ରଥମ ସପ୍ତାହରେ ଜାମିନରେ ଜେଲରୁ ମୁକୁଳିଥିବା ନାଗମା ବର୍ତ୍ତମାନ କୋର୍ଟଙ୍କ ବିନା ଅନୁମତିରେ ପାକିସ୍ତାନକୁ ଫେରିପାରିବେ ନାହିଁ।

ସୂଚନା ମୁତାବକ, ନାଗମା ନୁର ପ୍ରାୟ ୧୦ ବର୍ଷ ତଳେ ଜଣେ ଦୋକାନୀଙ୍କ ସାହାଯ୍ୟରେ ସନମ ଖାନଙ୍କ ଆଧାର କାର୍ଡ ପାଇଥିଲେ । ସେତେବେଳେ ତାଙ୍କ ବୟସ 18 ଥିଲା । ଡକ୍ୟୁମେଣ୍ଟରେ ଜାଲିଆତି ହୋଇଥିବା କାରଣରୁ ନାଗମାଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସ କହିବାନୁଯାୟୀ, ନାଗମା ପିଲାଦିନରୁ ନିଜ ନାମକୁ ନାପସନ୍ଦ କରୁଥିଲେ ତେଣୁ ସେ ତାଙ୍କ ନାମ ବଦଳାଇଥିଲେ । ୨୦୨୫ ମସିହାରେ ନାଗମା (ଛଦ୍ମନାମ) ନିଜର ନାମକୁ ବଦଳାଇ ସନାମ ଖାନ କରିଥିଲେ । ପୋଲିସ ସୂଚନାନୁଯାୟୀ, ନାଗାମା ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରି ସମସ୍ତ ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ ।

୨୦୨୯ ମସିହାରେ ନାଗମାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ପରେ ଫେସବୁକ ମାଧ୍ୟମରେ ୨୦୨୧ ମସିହା ମଇ ମାସରେ ନାଗମା ପାକିସ୍ତାନର ବାବର ବଶିର ଅହମ୍ମଦଙ୍କ ସହିତ ଚାଟିଂ କରିଥିଲେ । ନାଗାମାଙ୍କୁ ସେ ନିଜର ବିବାହ ଏବଂ ଦୁଇ ଝିଅ ଅଛନ୍ତି ବୋଲି କହିଥିଲେ । ଉଭୟ ନିଜ ସମ୍ପର୍କକୁ ଅଫିସିଆଲ୍ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ । ୨୦୨୨ ମସିହାରେ, ପରିବାର ସଦସ୍ୟ ମଧ୍ୟ ଭିଡିଓ କଲରେ କଥା ହୋଇଥିଲେ । ପରେ ୨୦୨୩ ମସିହାରେ ପାର୍ସପୋର୍ଟ ତିଆରି କରିବା ପାଇଁ ନାଗମା ନିଜର ପୂର୍ବ ପ୍ରସ୍ତୁତି ଡକ୍ୟୁମେଣ୍ଟ ବ୍ୟବହାର କରିଥିଲେ ।

Also Read- ବଦଳିବ କି ହରିୟାଣା ନିର୍ବାଚନ ତାରିଖ? କମିଶନଙ୍କୁ ଚିଠି ଲେଖିଲା BJP

Also Read- Surya Mangal Gochar 2024: ପ୍ରତି କାର୍ଯ୍ୟରେ ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା