ଏହି ମନ୍ଦିରକୁ କୁହାଯାଏ ନର୍କର ଦ୍ୱାର; ନିକଟରେ ପହଞ୍ଚିବା କ୍ଷଣି ହୋଇଥାଏ ମୃତ୍ୟୁ!
Advertisement

ଏହି ମନ୍ଦିରକୁ କୁହାଯାଏ ନର୍କର ଦ୍ୱାର; ନିକଟରେ ପହଞ୍ଚିବା କ୍ଷଣି ହୋଇଥାଏ ମୃତ୍ୟୁ!

ତୁର୍କୀର ପ୍ରାଚୀନ ସହର  ହେରାପୋଲିସ ଠାରେ ଏହି ମନ୍ଦିର ଅବସ୍ଥିତ। 

ଏହି ମନ୍ଦିରକୁ କୁହାଯାଏ ନର୍କର ଦ୍ୱାର; ନିକଟରେ ପହଞ୍ଚିବା କ୍ଷଣି ହୋଇଥାଏ ମୃତ୍ୟୁ!

Gate of Hell: ବିଶ୍ୱରେ ଏପରି ଅନେକ ସ୍ଥାନ ରହିଛି ଯେଉଁଠି ଅନେକ ରହସ୍ୟଜନକ ଘଟଣା ଘଟିଥାଏ। ଏପରି ଏକ ସ୍ଥାନ ତୁର୍କୀ ଠାରେ ରହିଛି। ଯେଉଁ ସ୍ଥାନକୁ ନେଇ ଏହା ଦାବି କରାଯାଏ ଏଠାରେ ଏପରି ଏକ ମନ୍ଦିର ରହିଛି ଯିଏ ସେଠାକୁ ଯାଇଥାଏ ସେ ଆଉ କେବେ ଫେରି ନଥାଏ।

ତୁର୍କୀର ପ୍ରାଚୀନ ସହର  ହେରାପୋଲିସ ଠାରେ ଏହି ମନ୍ଦିର ଅବସ୍ଥିତ। ଏହି ଏହି ପ୍ରାଚୀନ ମନ୍ଦିର ବାବଦରେ ଏହା କୁହାଯାଇଥାଏ ଯେ ଏଠାରେ ନର୍କକୁ ଯିବା ଲାଗି ଦ୍ୱାର ରହିଛି। ଯଦି କୌଣସି ଜଣେ ବ୍ୟକ୍ତି ଏହି ମନ୍ଦିରକୁ ଯାଆନ୍ତି ତାହେଲେ ତାଙ୍କ ତାଙ୍କ ଶବ ବାବଦରେ ମଧ୍ୟ ଜଣାପଡ଼ିନଥାଏ। 

ScienceAlert.Com ନାମକ ଏକ Website ପକ୍ଷରୁ କୁହାଯାଇଛି ବିଗତ କିଛି ବର୍ଷ ଧରି ଏଠାରେ ରହସ୍ୟମୟ ମୃତ୍ୟୁ ଘଟଣା ଘଟୁଛି। ଆଶ୍ଚର୍ଯ୍ୟର କଥା, ମଣିଷ ବ୍ୟତୀତ ପଶୁ, ପକ୍ଷୀ ମଧ୍ୟ ଏହି ମନ୍ଦିର ସଂସ୍ପର୍ଶରେ ଆସିଲେ ମଧ୍ୟ ସେମାନେ ଜୀବିତ ରହୁନାହାଁନ୍ତି। ଲୋକେ ଏହାକୁ ନର୍କର ଦ୍ୱାର (Gate of Hell) ବୋଲି କହିଥାନ୍ତି।

ଏହି ମନ୍ଦିରକୁ ନେଇ ଲୋକଙ୍କ ବିଶ୍ୱାସ ରହିଛି ୟୁନାନୀ ଦେବତାଙ୍କ ବିଷାକ୍ତ ନିଶ୍ୱାସ କାରଣରୁ ଏଠାକୁ ଆସୁଥିବା ମଣିଷଙ୍କ ମୃତ୍ୟୁ ହେଉଛି। ଗ୍ରୀକ୍-ରୋମାନ୍ କାଳରେ ଏକ ନିୟମ କରାଯାଇଥିଲା ଯେ ଯଦି କୌଣସି ବ୍ୟକ୍ତି ଏହି ମନ୍ଦିରକୁ ଯାଆନ୍ତି ତାହେଲେ ତାଙ୍କ ମୁଣ୍ଡ କାଟା କରାଯିବ। 

ମାତ୍ର ତୁର୍କୀସ୍ଥିତ ହେରାପୋଲିସ ସହରରେ ଅବସ୍ଥିତ ଏହି ମନ୍ଦିରର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଛନ୍ତି ବୈଜ୍ଞାନିକ। ଏହି ମନ୍ଦିରର ତଳ ଭାଗରୁ ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍  ଲଗାତାର ଭାବେ ନିର୍ଗତ ହେଉଛି। ଯାହା ଫଳରେ ଏହି ମନ୍ଦିର ସଂସ୍ପର୍ଶରେ ଆସୁଥିବା ମଣିଷ ଅଥବା ଅନ୍ୟ କୌଣସି ଜୀବଜନ୍ତୁ ଏଠାକୁ ଆସିବା ମାତ୍ରେ ପ୍ରାଣ ହରାଇଥାନ୍ତି।

ବୈଜ୍ଞାନିକ ଗବେଷଣା ଅନୁସାରେ ଏହି ମନ୍ଦିର ତଳେ ନିର୍ମିତ ଗୁମ୍ଫାରେ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ମିଳିଛି। ସାଧାରଣତଃ କେବଳ ୧୦% କାର୍ବନ ଡାଇଅକ୍ସାଇଡ୍ ଜଣେ ବ୍ୟକ୍ତିଙ୍କୁ ମାତ୍ର ୩୦ ମିନିଟ ମଧ୍ୟରେ ଚିରନିଦ୍ରାରେ ଶୁଆଇ ଦେଇପାରେ। ଏହି ଗୁମ୍ଫା ଭିତରେ ଥିବା ଏଭଳି ବିଷାକ୍ତ ଗ୍ୟାସର ପରିମାଣ ହେଉଛି ୯୧%। ଏହି ଗୁମ୍ଫା  ମଧ୍ୟରୁ ଏଭଳି ବିଷାକ୍ତ ବାଷ୍ପ ବାହାରିବା କାରଣରୁ  ମଣଇଶ ସମେତ କୀଟପତଙ୍ଗ,  ପଶୁପକ୍ଷୀ, ଜୀବଜନ୍ତୁ ଏହି ମନ୍ଦିର  ସଂସ୍ପର୍ଶରେ ଆସିବା କ୍ଷଣି ପ୍ରାଣ ହରାଇଥାନ୍ତି।

Also Read: ଏଠାରେ ଠାବ ହେଲା ଦୁନିଆର ସବୁଠୁ ବଡ଼ ଗୁମ୍ଫା; ମିଳିଲା ବିପୁଳ ପରିମାଣର...