Nambi Narayanan: ମୁଁ ଜଣେ ହିନ୍ଦୁ, ହିନ୍ଦୁ ହେବା ପାପ?
Advertisement
Article Detail0/zeeodisha/odisha1264616

Nambi Narayanan: ମୁଁ ଜଣେ ହିନ୍ଦୁ, ହିନ୍ଦୁ ହେବା ପାପ?

Nambi Narayanan: ପୂର୍ବତନ ଇସ୍ରୋ ବୈଜ୍ଞାନିକ ନମ୍ବୀ ନାରାୟଣନ୍ ହିନ୍ଦୁ ପରିଚୟକୁ ଟାର୍ଗେଟ କରୁଥିବା ସମାଲୋଚକଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି। 

Nambi Narayanan: ମୁଁ ଜଣେ ହିନ୍ଦୁ, ହିନ୍ଦୁ ହେବା ପାପ?

Nambi Narayanan: ପୂର୍ବତନ ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ଇସ୍ରୋ ବୈଜ୍ଞାନିକ ନମ୍ବୀ ନାରାୟଣନ୍ ହିନ୍ଦୁ ପରିଚୟକୁ ଟାର୍ଗେଟ କରୁଥିବା ସମାଲୋଚକଙ୍କୁ ଏକ ଉପଯୁକ୍ତ ଉତ୍ତର ଦେଇଛନ୍ତି। ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ନମ୍ବୀ ନାରାୟଣନ କହୁଛନ୍ତି ହିନ୍ଦୁ ହେବା ପାପ? ନିକଟରେ ଜୀବନୀକୁ ନେଇ ନିର୍ମିତ ହୋଇଥିବା 'ରକେଟ୍ରି: ଦି ନମ୍ବୀ ଇଫେକ୍ଟ' ନାମକ ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଥିବା ହିନ୍ଦୁ ପରିଚୟକୁ ଟାର୍ଗେଟ କରୁଥିବା ସମାଲୋଚକଙ୍କୁ ଏପରି ଜବାବ ଦେଇଛନ୍ତି। 

ଭିଡିଓ ଜରିଆରେ ନମ୍ବୀ ନାରାୟଣନ୍ କହୁଛନ୍ତି, ଏହା ବେଳେବେଳେ ମଜା ଭଳି ଲାଗେ। କେହି ଜଣେ ସମୀକ୍ଷା ଲେଖିଥିଲେ ଯେଉଁଥିରେ ସେ କହିଥିଲେ ଯେ ନମ୍ବୀ ନାରାୟଣନଙ୍କୁ ହିନ୍ଦୁ ଭାବେ ଦର୍ଶାଯାଇଛି। ନମ୍ବୀ ନାରାୟଣନ୍ କିଛି ଉତ୍ସବ ପାଳନ କରୁଛନ୍ତି। ସୁପ୍ରଭାତମ ପାଠ କରୁଛନ୍ତି। ସେ ହେଉଛନ୍ତି ବ୍ରାହ୍ମଣ ଏବଂ ସେ ହେଉଛନ୍ତି ଜଣେ ହିନ୍ଦୁ। ହିନ୍ଦୁତ୍ୱ ଦେଖାଯାଉଛି। ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ ଯେ ମୁଁ ହେଉଛି ଜଣେ ହିନ୍ଦୁ। ମୋର କହିବାର ଅର୍ଥ ହେଉଛି ଏହା ଯେ ମୋତେ ନିଜକୁ ହିନ୍ଦୁ ବୋଲି କହିବାରେ କୌଣସି ଲଜ୍ଜାବୋଧ ହେଉନାହିଁ। କ'ଣ ହିନ୍ଦୁ ହେବା ପାପ? 

ସେ ଜଣେ ହିନ୍ଦୁ ଏବଂ ତେଣୁ ତାଙ୍କୁ ଫିଲ୍ମରେ ହିନ୍ଦୁ ରୂପେ ଚିତ୍ରିତ କରାଯାଇଛି। ତାଙ୍କୁ ମୁସଲମାନ କିମ୍ବା ଖ୍ରୀଷ୍ଟିଆନ ଭାବରେ ଦର୍ଶାଯାଇପାରିବ ନାହିଁ। କେବଳ ସେ ଜଣେ ବ୍ରାହ୍ମଣ ନୁହନ୍ତି ଯଦି ସେ ବ୍ରାହ୍ମଣ ଥିଲେ ତାହେଲେ ଲୋକେ ତାଙ୍କୁ (ବ୍ରାହ୍ମଣ) କାହିଁକି କାଟିବାକୁ ଚାହାଁନ୍ତି? କ'ଣ ବ୍ରାହ୍ମଣ ହେବା ପାପ? ମୁଁ ଜଣେ ବ୍ରାହ୍ମଣ ନୁହେଁ ତାହା ଏକ ଭିନ୍ନ ପ୍ରଶ୍ନ। ଯଦି ଜଣେ ବ୍ରାହ୍ମଣ ସହଯୋଗୀ ଅଛନ୍ତି ତାହେଲେ ଆପଣ ତାଙ୍କୁ ଛୋଟ ବୋଲି ଭାବିବେ? ଏପରି ବହୁତ ବ୍ରାହ୍ମଣ ଅଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନ ଦେଇଛନ୍ତି। କେବଳ ଜଣେ ନୁହେଁ। ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ତାଲିକା ଦେଇପାରେ।  ଗୋଟିଏ କଥା ହେଉଛି ଆମେ ଅନାବଶ୍ୟକ ଭାବରେ ଏହି ପ୍ରସଙ୍ଗକୁ ପ୍ରୋତ୍ସାହିତ କରୁଛୁ।

ଚାକିରି ସମୟରେ ତାଙ୍କୁ ଭୁଲ୍ ଭାବରେ ହଟାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବତନ ଇସ୍ରୋ ବୈଜ୍ଞାନିକ ନମ୍ବୀ ନାରାୟଣନ୍ କହିଛନ୍ତି ଯେ ତାଙ୍କର କୌଣସି ରାଜନୈତିକ ଦଳ ସହ କୌଣସି ସମ୍ପର୍କ ନାହିଁ। ଯଦି କେହି ରାଜନୀତିରେ ତାଙ୍କର ନାମ ବଢାଉଛନ୍ତି ତାହେଲେ ସେ ଏପରି କରିବା ଠିକ ନୁହେଁ। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ପ୍ରଶଂସା ପାଇଛନ୍ତି। ଉଭୟଙ୍କ ରାଜନୀତି ଅଲଗା।

Also Read: Hinduphobia: ବିଦେଶ ମାଟିରୁ ପ୍ରସାରିତ ହେଉଛି ହିନ୍ଦୁ ବିରୋଧି ଏଜେଣ୍ଡା