Indian To Space: ୪୦ ବର୍ଷ ପରେ ମହାକାଶ ଯିବେ ଭାରତୀୟ , ଇସ୍ରୋକୁ ଦାୟିତ୍ୱ ଦେଲା NASA
Advertisement

Indian To Space: ୪୦ ବର୍ଷ ପରେ ମହାକାଶ ଯିବେ ଭାରତୀୟ , ଇସ୍ରୋକୁ ଦାୟିତ୍ୱ ଦେଲା NASA

Indian To Space: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ଇସ୍ରୋକୁ ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ବନାଇବା ସହ ୨୦୪୦ ପର୍ଯ୍ୟନ୍ତ ଜହ୍ନରେ ମହାକାଶଚାରୀଙ୍କୁ ସେଠାରେ ଲ୍ୟାଣ୍ଡିଂ କରିବାକୁ ଲକ୍ଷ୍ୟ ରଖିବାକୁ କହିଛନ୍ତି।

 

Indian To Space: ୪୦ ବର୍ଷ ପରେ ମହାକାଶ ଯିବେ ଭାରତୀୟ , ଇସ୍ରୋକୁ ଦାୟିତ୍ୱ ଦେଲା NASA

Indian To Space: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-3 ସଫଳ ଲ୍ୟାଣ୍ଡିଂ କରିବା ପରେ ଭାରତ ଏକ ଇତିହାସ ରଚିଛି। ଆଉ ଭାରତର ଏହି ସଫଳତାକୁ ନେଇ ପୂରା ବିଶ୍ୱ ପ୍ରଂଶସା କରୁଛି। ଆଉ ଏହି କିର୍ତ୍ତିମାନ ସ୍ଥାପନା ପରେ ନାସା ଅର୍ଥାତ୍ National Aeronautics and Space Administration ଭାରତର ସାଥ୍ ଦେବାକୁ ଯାଉଛି। ସୂଚନାନୁଯାୟୀ, ନାସା ଭାରତୀୟଙ୍କୁ ପଠାଇବାକୁ ଯୋଜନା କରୁଛି। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସାର ପ୍ରଶାସକ ବିଲ୍ ନିଲ୍ସନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। 

ଭାରତ ଗସ୍ତରେ ଥିବା ନିଲ୍ସନ କହିଛନ୍ତି ଯେ, ଆମେରିକା ଓ ଭାରତ ଆଗାମୀ ବର୍ଷ ଶେଷ ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀଙ୍କୁ (Indian Astronauts) ମହାକାଶକୁ ପଠାଇବାକୁ ଯୋଜନା ଉପରେ ଜୋରସୋରରେ କାମ କରୁଛନ୍ତି। ନିଲ୍ସନ ନିଜେ ସମ୍ବାଦଦାତାଙ୍କୁ କହିଛନ୍ତି ଯେ, କେଉଁ ଭାରତୀୟ ମହାକାଶଚାରୀ ମହାକାଶକୁ ଯିବେ ତାହା ନିଷ୍ପତ୍ତି ନେବ ଇସ୍ରୋ । ନାସା ଏହି ଚୟନ ପ୍ରକ୍ରିୟାରୁ ଦୂରେଇ ରହିବ। ଆଉ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ, ଯଦି ଭାରତ ଚାହେଁ ତେବେ ନୂଆଦିଲ୍ଲୀରେ ସ୍ପେଶ ଷ୍ଟେସନ ବନାଇବାକୁ ହେଲେ ୱାଂଶିଟନ ଏ ବାବଦରେ ଚିନ୍ତା କରିପାରେ। 

ନାସା ଡାଇରେକ୍ଟର Senator Bill Nelson କହିଛନ୍ତି ଯେ, ୨୦୨୪ ଶେଷ ସୁଦ୍ଧା ବାଣିଜ୍ୟିକ ଅନ୍ତରୀକ୍ଷ ଷ୍ଟେସନ ବା ମହାକାଶ ଗବେଷଣା ସଂସ୍ଥା କରାଯାଇପାରିବ । ମୋତେ ଲାଗୁଛି ଯେ, ୨୦୪୦ ସୁଦ୍ଧା ଭାରତ ଆଉ ଏକ ଅନ୍ତରକ୍ଷୀ ଷ୍ଟେସନ  ଭାରତରେ କରିବାକୁ ଚାହୁଁଛି । ଯଦି ଭାରତ ଚାହୁଁଛି ଆମେ ସହଯୋଗ କରୁ ତେବେ ଆମେ ନିଶ୍ଚିତ ଭାବେ ସହଯୋଗ କରିବୁ । ମାତ୍ର ଏହା ଭାରତ ଉପରେ ନିର୍ଭର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ଇସ୍ରୋକୁ ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ବନାଇବା ସହ ୨୦୪୦ ପର୍ଯ୍ୟନ୍ତ ଜହ୍ନରେ ମହାକାଶଚାରୀଙ୍କୁ ସେଠାରେ ଲ୍ୟାଣ୍ଡିଂ କରିବାକୁ ଲକ୍ଷ୍ୟ ରଖିବାକୁ କହିଛନ୍ତି।

Bill Nelson ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହ ସାକ୍ଷାତ କରିଥଲେ। ସବୁ ବରିଷ୍ଠଙ୍କ ସହ ଆଲୋଚନା କରିବା ପରେ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବେଙ୍ଗାଲୁରୁ ସ୍ଥିତ ଇସ୍ରୋକୁ ଯିବା ସହ ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କୁ ଭେଟିବାକୁ ବି କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ୧୯୮୪ ମସିହା ଏପ୍ରିଲ ୨ ରେ ଜଣେ ଭାରତୀୟ ମହାକାଶରେ ପହଞ୍ଚିବାରେ ସଫଳ ହୋଇଥିଲେ। ସେ ଥିଲେ ବାୟୁସେନାର ୱିଙ୍ଗ କମାଣ୍ଡର ରାକେଶ ଶର୍ମା(Rakesh Sharma)। ଏବେ ନାସା ର ଘୋଷଣା ପରେ ପୁଣିଥରେ ଜଣେ ଭାରତୀୟ ମହାକାଶ ଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

Also Read: Cyclone Update: ଛନକା ପୂରାଇଲାଣି ବାତ୍ୟା, ଆଜି ତୀବ୍ର ଅବପାତରେ ହେବ ପରିଣତ !

Also Read: Tunnel Rescue: ଉଦ୍ଧାର ହେଲା ୪୧ ଜୀବନ, କାମ ଦେଲା ଆର୍ନୋଲ୍ଡ ଡିକ୍ସଙ୍କ ଏହି ରଣନୀତି !

Also Read: Balijatra Stall: ବାଲିଯାତ୍ରାରେ ଜୀ ସାର୍ଥକ ଦେବ ଭରପୂର ମନୋରଞ୍ଜନ ସହିତ ଆକର୍ଷଣୀୟ ପୁରସ୍କାର