କୋରୋନା ସଂକଟ ବେଳେ ଦେଶବାସୀଙ୍କ ଜୀବନ ରକ୍ଷା କରିବାକୁ ଯାଇ ସମଗ୍ର ଦେଶରେ ମଜବୁତ ଲକଡାଉନ (Strict Lockdown) ଲାଗୁ କରିଥିଲେ ମୋଦି ସରକାର । ବିଶ୍ୱ ମହାମାରୀ କୋଭିଡ୧୯ (World Pandemic Covid19) ମୁକାବିଲା ଲାଗି ଏପରି ନିଷ୍ପତ୍ତି ନେବାରେ ଭାରତ ପ୍ରଥମ ଦେଶ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଭିଡିଓ କନଫରେନ୍ସିଂ (Video Conferencing) ମାଧ୍ୟମରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
Trending Photos
ଭୁବନେଶ୍ୱର: ଦେଶର ଆର୍ଥିକ ଅବସ୍ଥା ବାବଦରେ ସବୁବେଳେ ସଜାଗ ଅଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର। କୋରୋନା ସଂକଟ (Corona Crisis) ବେଳେ ଦେଶର ଅର୍ଥନୀତିକୁ ସୁଧାରିବା ଲାଗି 'ଗରିବ କଲ୍ୟାଣ ଯୋଜନା' (Garib Kalyan Yojana), 'ଆତ୍ମନିର୍ଭର ଭାରତ'(Atmanirbhar Bharat) ଆଦି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଶନିବାର ଓଡିଶା ରାଜ୍ୟ ବିଜେପି ପ୍ରଦେଶ କାର୍ଯ୍ୟକାରିଣୀ (Odisha BJP State Executive) ବୈଠକକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (BJP National President JP Nadda)।
କୋରୋନା ସଂକଟ ବେଳେ ଦେଶବାସୀଙ୍କ ଜୀବନ ରକ୍ଷା କରିବାକୁ ଯାଇ ସମଗ୍ର ଦେଶରେ ମଜବୁତ ଲକଡାଉନ (Strict Lockdown) ଲାଗୁ କରିଥିଲେ ମୋଦି ସରକାର । ବିଶ୍ୱ ମହାମାରୀ କୋଭିଡ୧୯ (World Pandemic Covid19) ମୁକାବିଲା ଲାଗି ଏପରି ନିଷ୍ପତ୍ତି ନେବାରେ ଭାରତ ପ୍ରଥମ ଦେଶ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଭିଡିଓ କନଫରେନ୍ସିଂ (Video Conferencing) ମାଧ୍ୟମରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
କେବଳ ସ୍ୱାସ୍ଥ୍ୟରକ୍ଷା ନୁହେଁ କୋରୋନା ସଂକଟ ବେଳେ ଦେଶର ଅର୍ଥନୀତିକୁ ସୁଧାରିବା ଲାଗି 'ଗରିବ କଲ୍ୟାଣ ଯୋଜନା', 'ଆତ୍ମନିର୍ଭର ଭାରତ' ଆଦି ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୋଦି ସରକାର । ଏହାକୁ ଜାତିସଂଘର ମହାସଚିବ (United Nation Secretary General) ତାରିଫ କରିଥିଲେ ବୋଲି କହିଛନ୍ତି ଜେପି ନଡ୍ଡା ।
କୋରୋନା ସଂକଟ ବେଳେ ଆସିଥିବା ସମସ୍ତ ବିପଦର ମୁକାବିଲା କରିବା କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର (Modi Govt) ସଫଳ ହୋଇଛନ୍ତି । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଇ ନୂତନ ଶିକ୍ଷା ନୀତି ପ୍ରଣୟନ କରିଥିବା ଜଣାଇଛନ୍ତି।
ରାଜ୍ୟରେ କ୍ଷମତାସୀନ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାରକୁ (Naveen Pattnaik laid BJD Govt) ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏନେଇ ସେ କହିଛନ୍ତି ହୀନ ରାଜନୀତି କରିବାକୁ ଯାଇ ଓଡିଶାରେ ଆୟୁଷ୍ମାନ ଭାରତ ଭଳି ଯୋଜନା ଲାଗୁ ନକରି ଗରିବ ଲୋକଙ୍କୁ କେନ୍ଦ୍ରର ବିଜେପି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସୁବିଧାର ଲାଭ ନେବାରୁ ବଞ୍ଚିତ କରିଛନ୍ତି । ଏହା ଦ୍ୱାରା ଓଡିଶାର ପ୍ରାୟ ୨ କୋଟି ଲୋକ ଉପକୃତ ହୋଇଥାନ୍ତେ । ପ୍ରାୟ ୨ ବର୍ଷ ଅତିକ୍ରମ କରାଯାଇଥିଲେ ମଧ୍ୟ ଗରିବ ଲୋକେ ଏହାର ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି।
ଏହା ସହିତ ନଡ୍ଡା କହିଛନ୍ତି ମୁଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି କେନ୍ଦ୍ରର ମୋଦି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଯୋଜନାକୁ ରାଜ୍ୟରେ ଲାଗୁ କରନ୍ତୁ । ଯାହାର ସୁଫଳ ସାଧାରଣ ଲୋକଙ୍କୁ ମିଳିବ ।