Advertisement
Article Detail0/zeeodisha/odisha2311566
Zee OdishaOdisha National-InternationalNEET: ଆଜି ସରକାରଙ୍କୁ ନିଟ୍ ପ୍ରସଙ୍ଗରେ ବିରୋଧୀ ସଂସଦରେ ଘେରିବେ

NEET: ଆଜି ସରକାରଙ୍କୁ ନିଟ୍ ପ୍ରସଙ୍ଗରେ ବିରୋଧୀ ସଂସଦରେ ଘେରିବେ


NEET: ଆଜି ବିରୋଧି ସଂସଦରେ ଉଠାଇବେ ନିଟ୍ ପ୍ରସଙ୍ଗ।  ବିରୋଧି ଦଳ ଶୁକ୍ରବାର ନିଟ୍ ପରୀକ୍ଷାରେ ଅନିୟମିତତା  ଏବଂ ପ୍ରଶ୍ନପତ୍ର ଲିକ୍  ପ୍ରସଙ୍ଗ ଉଠାଇବେ।  ଏହି ପ୍ରସଙ୍ଗରେ ସେମାନେ  ସରକାରଙ୍କୁ ଘେରିବେ। 

NEET: ଆଜି ସରକାରଙ୍କୁ ନିଟ୍ ପ୍ରସଙ୍ଗରେ ବିରୋଧୀ ସଂସଦରେ ଘେରିବେ

NEET: ଆଜି ବିରୋଧି ସଂସଦରେ ଉଠାଇବେ ନିଟ୍ ପ୍ରସଙ୍ଗ।  ବିରୋଧି ଦଳ ଶୁକ୍ରବାର ନିଟ୍ ପରୀକ୍ଷାରେ ଅନିୟମିତତା  ଏବଂ ପ୍ରଶ୍ନପତ୍ର ଲିକ୍  ପ୍ରସଙ୍ଗ ଉଠାଇବେ।  ଏହି ପ୍ରସଙ୍ଗରେ ସେମାନେ  ସରକାରଙ୍କୁ ଘେରିବେ।  ଏବଂ ଉତ୍ତର ଦାବି କରିବେ।  ଏଥିପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି।  ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଏବଂ ଏହା ଉପରେ ଆଲୋଚନା ହେବ।  ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀ ତାଙ୍କ ଜବାବ୍ ରଖିବେ।  ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ  ଆଲୋଚନା ବେଳେ ବିରୋଧି  ଏହାକୁ ଉଠାଇବେ ବୋଲି କହିଛନ୍ତି। 

ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Weather Update: ଆଜି ରାଜ୍ୟରେ ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Add Zee News as a Preferred Source

ପୂର୍ବରୁ ବିରୋଧି ଦଳ ନେତା ରାହୁଲ ଗାନ୍ଧି ସଂସଦରେ ସେ ଏହି ପ୍ରସଙ୍ଗ ଉଠାଇବେ ବୋଲି କହିଥିଲେ।  ଗୁରୁବାର ସଂନ୍ଧ୍ୟାରେ ବିରୋଧି ଦଳ ନେତାମାନେ  ଏକ ବୈଠକରେ ଏକତ୍ରିତ ହୋଇ  ଏହି ନିଷ୍ପତ୍ତି ନେଇଥିବା  କଂଗ୍ରେସ୍ ସାଧାରଣ ସମ୍ପାଦକ ଜୟରାମ୍ ରମେଶ କହିଛନ୍ତି।  ସରକାର ଏହାର ମୁକାବିଲା ଲାଗି ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।  ସୂଚନାଯୋଗ୍ୟ , ନିଟ୍ ପେପର ଲିକ୍ ଘଟଣାରେ ସିବିଆଇ ତଦନ୍ତ କରାଯାଉଛି। ଏନଟିଏ ମହାନିର୍ଦ୍ଦେଶକଙ୍କୁ ପଦରୁ ହଟାଯାଇଛି ବୋଲି ସୂଚନା ମିଳିଛି। 

About the Author