Advertisement
Article Detail0/zeeodisha/odisha2311529
Zee OdishaWeatherWeather Update: ଆଜି ରାଜ୍ୟରେ ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ଆଜି ରାଜ୍ୟରେ ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା।  ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କିଛି କିଛି ସ୍ଥାନରେ ଲଗାଣ ବର୍ଷା ହେଉଥିବା ବେଳେ  ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେଉଛି। ୩୦ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ଜୁଲାଇ ୧ରୁ ବର୍ଷାର ପରିମାଣ କମିବ। କିନ୍ତୁ ୩ ତାରିଖ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡି଼ଶାରେ ଅତି ପ୍ରବଳ ବର୍ଷା ରେକର୍ଡ଼ ହୋଇଛି।  ମାଲକାନଗିରିରେ ସର୍ବାଧିକ ବର୍ଷା ୪୭.୨ ମିମି ବର୍ଷା ରେକର୍ଡ଼ ହୋଇଥିବା ବେଳେ ଖୋର୍ଦ୍ଧାରେ ୪୬, ନୟାଗଡରେ ୪୪, କଟକରେ ୧୫.୪, କେନ୍ଦୁଝରରେ ୧୩.୬, ଯାଜପୁରରେ ୧୨,ଫୁଲବାଣୀରେ ୧୦.୮ ମିମି ବର୍ଷା ରେକର୍ଡ଼ ହୋଇଛି। ଶୁକ୍ରବାର, ଶନିବାର ଓ ରବିବାର ୩ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।  

Add Zee News as a Preferred Source

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆଜି(ଶୁକ୍ରବାର) ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି  ୩୦ରୁ ୪୦ କିମି ବେଗରେ ପବନ ବହିବ।  ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, ସମ୍ବଲପୁର , ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର  ଓ ମୟୂରଭଂଜ ଜିଲ୍ଲାକୁ ବର୍ଷା ସହ ବିଜୁଳି ଘଡ଼ଘଡି ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 

ସେହିପରି ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୂରଭଂଜ, ପୁରୀ,ଖୋର୍ଦ୍ଧା, କଟକ, ଯାଜପୁର,  ଝାରସୁଗୁଡା, ସମ୍ବଲପୁର, ବରଗଡ, ସୁନ୍ଦରଗଡ ଜିଲ୍ଲାକୁ  ଓ୍ବାର୍ଣ୍ଣିଂ ଜାରି ହୋଇଛି।  ସେହିପରି, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ  ୟେଲୋ ଆଲର୍ଟ ଜାରି କରିଛି ବିଭାଗ। କିନ୍ତୁ ଶନିବାର ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ପ୍ରଭାବ କମିବ।  ଜୁନ୍ ମାରେ ଏବେ ଯାଏଁ ମୌସୁମୀ ବର୍ଷା ଅଭାବୀ ରହିଛି।  ୮ ତାରିଖରୁ ରାଜ୍ୟରେ ମୌସୁମୀ ଓଡିଶା ଛୁଇଁବା ସତ୍ତ୍ବେ  ଶୁଷ୍କବାୟୁ  ପ୍ରବାହ ଲାଗି ଏହା ଆଗକୁ ବଢିପାରୁ ନଥିଲା।  ଜୁନ୍ ୨୧ରେ ମୌସୁମୀ ବାୟୁ ପୂରା ଓଡି଼ଶା ଛୁଇଁବା ପରେ ବର୍ଷା ଲାଗି ରହିଛି।

About the Author