China ଉପରେ ନାହିଁ ଭରସା; ଏହି ଦେଶର ଟିକା ନେଲେ Nepal ପ୍ରଧାନମନ୍ତ୍ରୀ
କୋରୋନା କବଳରୁ ରକ୍ଷା ପାଇବା ଲାଗି ଦେଶର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକ ଟିକା ନେବାକୁ ଆଗେ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ: ଭାରତ ସହ ବେଇମାନି ଏବଂ ଚୀନ ସହ ବନ୍ଧୁତା କରିବା ପରେ ଏବେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ମୁଣ୍ଡରେ ବୁଦ୍ଧି ପଶିଛି। ବିଗତ କିଛି ମାସ ଧରି ଚୀନକୁ ନିଜର ସବୁଠାରୁ ଭରସାଯୋଗ୍ୟ ବନ୍ଧୁ ଦେଶର ମାନ୍ୟତା ଦେଉଥିବା ନେପାଳ ପ୍ରଧାନମନ୍ତ୍ରୀ ଓଲି ଏବେ ଭାରତ ଉପରେ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି।
ଏହିକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ ଓଲି ଏବଂ ତାଙ୍କ ପତ୍ନୀ ରାଧିକା ଶାକ୍ୟ ମାର୍ଚ୍ଚ ୭ ତାରିଖ ରବିବାର ତ୍ରିଭୁବନ ୟୁନଭରସିଟି ଶିକ୍ଷଣ (Tribhuvan University Teaching Hospital) ଠାରେ ଭାରତ ନିର୍ମିତ କୋରାନା ଟିକା (India Made Corona Vaccine) କୋଭିସିଲ୍ଡ (Covishield) ନେଇଛନ୍ତି। ଖାଲି ପ୍ରଧାମନ୍ତ୍ରୀ ନୁହଁନ୍ତି ନେପାଳ ଅର୍ଥମନ୍ତ୍ରୀ ବିଷ୍ଣୁ ପୌଡେଲ, ସ୍ୱାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ, ବିଦେଶ ମନ୍ତ୍ରୀ ପ୍ରଦୀପ ଗ୍ୟାବଲି ପ୍ରମୁଖ ଭାରତୀୟ କୋରୋନ ଟିକା ନେଇଛନ୍ତି।
Also Read: ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ
ଟିକା ନେବା ପରେ ନେପାଳ ପ୍ରଧାନମନ୍ତ୍ରୀ ଓଲି (Nepal Prime Minister Oli) କହିଛନ୍ତି ଭାରତ ନିର୍ମିତ କୋଭିଡ୧୯ ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। କୋରୋନା କବଳରୁ ରକ୍ଷା ପାଇବା ଲାଗି ଦେଶର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକ ଟିକା ନେବାକୁ ଆଗେ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
କୋଭିସିଲ୍ଡ ଟିକାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ (Oxford University) ଏବଂ ଆଷ୍ଟ୍ରୋଜେନକା ଫାର୍ମା କମ୍ପାନୀ (Astra Zeneca Pharma Company) ପକ୍ଷରୁ ବିକଶିତ କରାଯାଇଛି। ଯାହାକୁ ଭାରତରେ ପୁନେସ୍ଥିତ (Pune) ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (Serum Institute of India-SII) ପକ୍ଷରୁ ନିର୍ମାଣ କରାଯାଉଛି।
Also Read: ଔକାତକୁ ଆସିଗଲା ପାକିସ୍ତାନ; ଭାରତରୁ ମାଗଣାରେ ନେବ କୋରୋନା ଟିକା!
ଏତିକିରେ ଶେଷ ହୋଇନାହିଁ ଟିକା ରାଜନୀତି। ଟିକା କୂଟନୀତି (Vaccine Diplomacy) ମାଧ୍ୟମରେ କୋରୋନା ମୁକାବିଲା ପାଇଁ ଆନ୍ତର୍ଜାତୀୟ ସ୍ତରରେ ନେତୃତ୍ୱ ନେବାକୁ ଅଣ୍ଟାଭିଡିଛି ଭାରତ। ଯାହାକୁ ସହଜେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହିଁ ଚୀନ। ଭାରତର ଏହି ଅଭିଯାନକୁ ରୋକିବା ପାଇଁ ଚୀନ ଅନ୍ୟ ଦେଶଙ୍କୁ ଧମକାଉଥିବା ନେଇ ଗତ ମାସରେ ଖବର ଆସିଥିଲା। ଏପରିକି ସିନୋଭାକ କୋରୋନା ଭ୍ୟାକସିନ କ୍ରୟ କରିବା ପାଇଁ ନେପାଳ ଉପରେ ଚାପ ପକାଇଥିଲା ଚୀନ। କାରଣ ଏହି ଟିକାକୁ ଚୀନ ଦ୍ୱାରା ବିକଶିତ କରାଯାଇଛି।
Also Read: ଚୀନରେ ପୁଣି ଆତଙ୍କ: Ice Cream ରୁ ଆସିଲା କୋରୋନା ଭାଇରସର ନୂଆ ଷ୍ଟ୍ରେନ୍ !
ଏନେଇ ନେପାଳ ବିଦେଶ ମନ୍ତ୍ରଣାଳୟ ସହ କାଠମାଣ୍ଡୁସ୍ଥିତ ଚୀନ ଦୂତାବାସ ମଧ୍ୟରେ ହୋଇଥବା ପତ୍ର ଦିଆନିଆରୁ ଏକଥା ସାମ୍ନାକୁ ଆସିଛି। ଏନେଇ ନେପାଳୀ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ସିନୋଭାକ କୋରୋନା ଭ୍ୟାକସିନ କ୍ରୟ କରିବା ପାଇଁ ଦେଶର ସରକାରଙ୍କ ଉପରେ ଚାପ ପକାଉଛି ଚୀନ।
ନେପାଳୀ ମିଡିଆ ରିପୋର୍ଟ ଅନୁସାରେ ଚୀନ ଏହି ଟିକା ବାବଦରେ ପର୍ଯ୍ୟାପ୍ତ ପରିମାଣର ତଥ୍ୟ ନଦେଇ ଏହାକୁ କିଣିବା ପାଇଁ ନେପାଳ ସରକାରଙ୍କୁ ବାଧ୍ୟ କରୁଛନ୍ତି। ଏନେଇ କାଠମାଣ୍ଡୁ ଉଦ୍ଦେଜେଶ୍ୟରେ ବେଜିଂ ପକ୍ଷରୁ କୁହାଯାଇଥିଲା ଡେରି ନକରି ସିନୋଭାକ ଭ୍ୟାକସିନ ମାଧ୍ୟମରେ କୋରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବା ଆବଶ୍ୟକ। ଏପ୍ରସଙ୍ଗରେ ଚୀନ ବିଦେଶ ମନ୍ତ୍ରୀ (Chinese Foreign Minister) ୱାଙ୍ଗ ୟି (Wang Yi) ନେପାଳୀ ପ୍ରତିପକ୍ଷ (Nepali Counterpart) ପ୍ରଦୀପ ଗ୍ୟାବଲିଙ୍କ (Pradeep Gyawali) ସହ ଫୋନ ଯୋଗେ ଆଲୋଚନା କରିଥିଲେ। ଚୀନୀ ଫାର୍ମା କମ୍ପାନୀ (Chinese Pharma Company) ସାୟନୋଫାର୍ମ (Sinopharm) ପକ୍ଷରୁ ସିନୋଭାକ କୋରୋନା ଭ୍ୟାକସିନ (Sinovac Corona Vaccine) ନିର୍ମାଣ କରାଯାଉଛି।
Also Read: ଚାଲୁଣୀ କହୁଛି ଛୁଞ୍ଚିକୁ...
ଚୀନ, ନେପାଳକୁ ପ୍ରଥମେ ମାଗଣା ଏବ ଏହା ପରେ ଟିକା କିଣିବାକୁ କହିଥିଲା। କାଠମାଣ୍ଡୁସ୍ଥିତ ଦୂତାବାସ ପକ୍ଷରୁ ନେପାଳ ସରକାରଙ୍କ ଉଦ୍ଦେଶ୍ୟରେ ଚୀନ ଦ୍ୱାରା ଏକ ଧମକପୂର୍ଣ୍ଣ ଚିଠି ଦିଆଯାଇ କୁହଯାଇଥିଲ ଦେଶରେ ଟିକାକରଣ କାର୍ଯ୍ୟ ଆରମ୍ଭ କରିଦେବା ଆବଶ୍ୟକ। ଯଦି ନେପାଳ ଏହା ନକରେ ତାହେଲେ ବେଶ ଲମ୍ବା ସମୟ ଧରି ଅପେକ୍ଷା କରିବାକୁ ହେବ। ଚିଠି ମାଧ୍ୟମରେ ନେପାଳକୁ ଚୀନ ନିଜ ଦ୍ୱାରା ବିକଶିତ କରିଥିବା କ୍ରୟଂ କରିବା ଲାଗି କହୁଛି। ଯଦିଓ ଚୀନ ଦୂତାବାସ ପକ୍ଷରୁ ଏନେ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ, ହେଲେ ଏପରି ପତ୍ର ମିଳିଥିବା ନେଇ ନେପାଳ ଅଧିକାରୀ ସ୍ପଷ୍ଟ କରିଛନ୍ତି।
ନେପାଳ ଭଳି ବନ୍ଧୁ ଦେଶଙ୍କୁ ଭାରତ ପକ୍ଷରୁ ମାଗଣା କୋରୋନା ଟିକା ଉପହାର ସ୍ୱରୂପ ଦିଆଯାଉଛି। ଏହାକୁ ନେଇ ଭାରତ ସରକାରଙ୍କୁ ପ୍ରଂଶସା କରିଥିଲେ ନେପାଳ। କୋରୋନା ମହାମାରୀ ବିରୁ୍ଦ୍ଧରେ ଲଢେଇ କରିବା ପାଇଁ ଭାରତ ପକ୍ଷରୁ ଭ୍ୟାକସିନ୍ ମୈତ୍ରୀ ଅଭିଯାନ (Vaccine Maitri Mission) ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ବିଶ୍ୱସ୍ତରରେ ଭାରତର ଏକ ସକରାତ୍ମକ ଛବି ନିର୍ମିତ ହୋଇଛି। ଏହା ଦ୍ୱାରା ବିଶ୍ୱ ସମୁଦାୟରେ ଭାରତ ପ୍ରତିଷ୍ଠା ବଢୁଥିବାରୁ ଏହାକୁ ନେଇ ବିଚଳିତ ହୋଇଉଠିଛି ଚୀନ। ପ୍ରଥମେ ନେପାଳକୁ ୩ ଲକ୍ଷ ମାଗଣା ସିନୋଭାକ କୋରୋନା ଭ୍ୟାକସିନ ଦେବାକୁ କହୁଥିଲା ଚୀନ ହେଲେ ପଛରେ ଟିକା ନେବାକୁ ଧମକାଇ ଚୀନ। ବ୍ରାଜିଲ ଠାରେ ଏହି ଚୀନ ନିର୍ମିତ ଟିକାର ସଫଳ କାର୍ଯ୍ୟକାରିତ ମାତ୍ରା ୫୦ ପ୍ରତିଶତ ରହିଥିବା ଏକ ପରୀକ୍ଷଣରୁ ଜଣାପଡିଥିଲା। ଏହା ପରେ ଏହାକୁ ବିକଶିତ କରିବା ପାଇଁ ଚାଲିଥିବା କାର୍ଯ୍ୟକୁ ବନ୍ଦ କରାଯାଥିଲା। ଯାହା ଦ୍ୱାରା ଚୀନର ବିଶ୍ୱ ସମୁଦାୟରେ ଛବି ପ୍ରଭାବିତ ହୋଇଥିଲା।