କୋରୋନା ମହାମାରୀର ମୁକାବିଲା ଏସଆଇଆଇ ପକ୍ଷରୁ କୋଭିସିଲ୍ଡ ବ୍ୟତୀତ ଆହୁରି ୪ଟି ଟିକା ଉପରେ ଗବେଷଣା ଚାଲିଛି।
Trending Photos
ନୂଆଦିଲ୍ଲୀ: କୋରୋନା ମହମାରୀର ମୁକାବିଲା କରିବାକୁ ନେଇ ଦେଶରେ ଆରମ୍ଭ ହୋଇସାରିଛି ଅନ୍ତିମ ଲଢେଇ। ଏହି କ୍ରମରେ ଭାରତୀୟ ଟିକା ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କରାଯାଇଛି ଏକ ବଡ ଘୋଷଣା। ଯାହା କୋଭିଡ୧୯ ବିରୋଧି ଅଭିଯାନକୁ ଆଗେଇ ନେବାରେ ସକ୍ଷମ ହେବ।
ପୁନେ ଭିତ୍ତିକ ଟିକା ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ-ଏସଆଇଆଇ (Serum Institute of India-SII) ପକ୍ଷରୁ କୁହାଯାଇଛି କୋରୋନା ମହାମାରୀର ମୁକାବିଲା କରିବା ପାଇଁ ଆହୁରି ୪ଟି ଟିକା ଉପରେ ଗବେଷଣା ଚାଲିଛି। ପୂର୍ବରୁ ଏସଆଇଆଇ ପକ୍ଷରୁ ନିର୍ମିତ କୋଭିସିଲ୍ଡ (Covishield) କୋରୋନା ଟିକାର ବ୍ୟବହାର ଆରମ୍ଭ ହୋଇସାରିଛି। ଯେଉଁ ନୂଆ ୪ଟି ଟିକା ଉପରେ ଗବେଷଣା ଚାଲିଛି ତାହା ଖୁବ ଶୀଘ୍ର ଶେଷ ହେବ ବୋଲି ଏସଆଇଆଇ ପକ୍ଷରୁ କୁହାଯାଇଛି।
ଏନେଇ ଏସଆଇଆଇ କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଜାଧବ କହିଛନ୍ତି କୋଭିସିଲ୍ଡ ବ୍ୟତୀତ ଆହୁରି ୪ଟି ନୂଆ ଟିକା ଉପରେ ଜୋରସୋରରେ କାମ ଚାଲିଛି। କୋରୋନା ଭାଇରସ ବିରୁଦ୍ଧରେ ଏସଆଇଆଇ ମୋଟ ୫ଟି ବିକଶିତ କରିଛି। ଭାରତ ବ୍ୟତୀତ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ନେଇ କମ୍ପାନୀ ବୁଝାମଣା କରିସାରିଛି।
Also Read: ଆସନ୍ତା ବର୍ଷ ଆସିବ କୋରୋନା ଟିକା! ପ୍ରଥମେ କାହାକୁ ଦିଆଯିବ?
ଏସଆଇଆଇ ନିର୍ମିତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ (Bharat Biotech) ନିର୍ମିତ କୋଭାକ୍ସିନ (Covaxin) କୋରୋନା ଟିକାର ପରୀକ୍ଷଣ ଶେଷ ହେବା ପୂର୍ବରୁ ଏହାର ବ୍ୟବହାର କରିବାକୁ ନେଇ ପ୍ରଶ୍ନ ଉଠିଛି। ଏହା ଉପରେ ପ୍ରତିକ୍ରିୟା ରଖି ଏସଆଇଆଇ ପକ୍ଷରୁ କୁହାଯାଇଛି ଏପରି ପ୍ରଥମ ଥର ହୋଇନାହିଁ। ଯେତେବେଳେ ୪ ବର୍ଷ ପୂର୍ବେ ଆଫ୍ରିକା ମହାଦେଶ ଇବୋଲା ଭାଇରସ ସଂକ୍ରମଣ (Ebola Virus Infection) ମାମଲା ବୃଦ୍ଧି ପାଇଥିଲା ସେତେବେଳେ ଏକ କାନାଡା ଭିତ୍ତିକ ଔଷଧ ନିର୍ମାତା କମ୍ପାନୀ ଏହି ରୋଗର ଟିକା ଉଦ୍ଭାବନ କରିଥିଲା। ସେତେବେଳେ ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିଲା।
ପରୀକ୍ଷଣ ଶେଷ ହେବା ପୂର୍ବରୁ ଏହି ଟିକାକୁ ବ୍ୟବହାର କରିବା ଲାଗି ଅନୁମତି ଦେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization)। ଇବୋଲା ଭାଇରସ ଦ୍ୱାରା ହୋଇଥିବା ରୋଗର ନିରାକରଣରେ ଏହି ଟିକା ସଫଳ ହୋଇଥିଲା।
Also Read: କୋରୋନା ଟିକାକୁ ନେଇ ୨ ଭାରତୀୟ କମ୍ପାନୀ ମୁହାଁମୁହିଁ
ଏସଆଇଆଇ ନିର୍ମିତ ଟିକାକୁ ନେଇ ଉଠିଥିବା ପ୍ରଶ୍ନ ଉପରେ କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ୨୦୦୯ ମସିହାରେ ଏଚ୧ଏନ୧ ଭାଇରସ (H1N1 Virus) ଦ୍ୱାରା ବ୍ୟାପୁଥିବା ସ୍ୱାଇନ ଫ୍ଲୁ ମହାମାରୀ ବାବଦରେ (Swine Flu Pandemic) ଉଲ୍ଲେଖ କରିଥିଲେ। ଏନେଇ ସେ କହିଛନ୍ତି ଏ ରୋଗର ନିରାକରଣ ପାଇଁ ନିର୍ମିତ ହୋଇଥିବା ଟିକାର କ୍ଲିନିକାଲ ପରୀକ୍ଷଣର ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ଏହାକୁ ବିକଶିତ କରି ବ୍ୟବହାର ଉପଯୋଗୀ କରିବା ଲାଗି ବର୍ଷେରୁ ଅଧିକ ସମୟ ଲାଗିଥିଲା।
Also Read: ଆସିଲା ଖୁସି ଖବର; ଆଗାମୀ ସପ୍ତାହରେ ମିଳିବ କୋରୋନା ଟିକା!
ହେଲେ ପାଶ୍ଚାତ୍ୟ ଦେଶର ଔଷଧ ନିର୍ମାତା ଏହି ଟିକାକୁ କେବଳ ୭ ମାସ ମଧ୍ୟରେ ବଜାରରେ ଉପଲବ୍ଧ କରାଇଥିଲେ। ସେତେବେଳେ କେହି ଏହା ଉପରେ ପ୍ରଶ୍ନ ଉଠାଇନଥିଲେ। ସମାନ ଭାବରେ କୋଭିସିଲ୍ଡ ବ୍ୟବାହର ଉପରେ ପ୍ରଶ୍ନ ଉଠାଇବା ଯୁକ୍ତିଯୁକ୍ତ ନୁହେଁ ବୋଲି ଏସଆଇଆଇ କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଜାଧବ କହିଛନ୍ତି।