ଚୀନର ତିଆଞ୍ଜିନ୍ ସହରରେ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଆଇସକ୍ରିମର ତିନୋଟି ନମୁନାରେ କୋରୋନା ଭାଇରସରେ ପଜିଟିଭ ଥିବା ନେଇ ପ୍ରମାଣିତ ହୋଇଛି ।
Trending Photos
ବେଜିଂ: ଗତ ବର୍ଷେ ଧରି କୋରୋନା ଭାଇରସର କୋପରେ ଛଟପଟ ହୋଇଛି ପୁରା ବିଶ୍ୱ । କିଛି କିଛି ଦେଶରେ କୋରୋନାକୁ ମାତ୍ ଦେବାକୁ ଭ୍ୟାକିସେନସନ ଆରମ୍ଭ ହୋଇଥିବା ବେଳେ ଗତକାଲି ଆମ ଦେଶ ଭାରତରେ ଆରମ୍ଭ ହୋଇଛି ପର୍ଯ୍ୟାୟ କ୍ରମ ଟିକାକରଣ । ତେବେ ସବୁଠାରୁ ବଡ଼କଥା ହେଲା ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କୋରୋନା ଭାଇରସକୁ ନେଇ ଏବେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସୁଛି ।
ସୂଚନାନୁସାରେ, ଆଇସକ୍ରିମ୍ (Ice Cream) ରେ କୋରୋନା ଭାଇରସ (Covid-19 Virus) ସକ୍ରିୟ ଥିବା ଜଣାପଡ଼ିଛି । ତିଆଞ୍ଜିନ (Tianjin) ସହରରେ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଆଇସକ୍ରିମର ତିନୋଟି ନମୁନାରେ କୋରୋନା ଭାଇରସରେ ପଜିଟିଭ (Corona Virus Positive) ଥିବା ନେଇ ପ୍ରମାଣିତ ହୋଇଛି । ଆଇସକ୍ରିମରେ କୋରୋନା ସଂକ୍ରମଣ ଖବର ଆସିବା ପରେ ପ୍ରଶାସନକୁ ସତର୍କ କରାଯାଇଛି ଏବଂ ବର୍ତ୍ତମାନ ସଂକ୍ରମଣ ହେବାର ଆଶଙ୍କା ଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ (Contact Tracing) ଚାଲିଛି।
ଗ୍ଲୋବାଲ ଟାଇମ୍ସ (Global Times) ର ରିପୋର୍ଟ ଅନୁଯାୟୀ ଏହି ଆଇସକ୍ରିମରୁ ପ୍ରସ୍ତୁତ ଦୁଗ୍ଧ ପାଉଡର (Milk Powder) ନ୍ୟୁଜିଲ୍ୟାଣ୍ଡ (New Zealand) ଏବଂ ୟୁକ୍ରେନ(Ukraine) ରୁ ଆସିଛି। ଆଇସକ୍ରିମ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏହା ସହ ଷ୍ଟକ ଥିବା ପୁରୁଣା ଏବଂ ନୂଆ ଆସିଥିବା ଷ୍ଟକ୍ ର ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।
Also Read; ଚୀନରେ ଚିନ୍ତା ବଢାଉଛି କୋରୋନାର ନୂଆ ଷ୍ଟ୍ରେନ, ନିର୍ମାଣ ହେଉଛି ୩ ହଜାର ରୁମ ବିଶିଷ୍ଟ କ୍ୱାରେଣ୍ଟାଇନ
ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ଏକ ସ୍ଥାନୀୟ ଖାଦ୍ୟ କମ୍ପାନୀର ୪ ହଜାର ୮୩୬ ଟି ବକ୍ସରେ କୋରୋନା ଭୂତାଣୁ (Corona Virus) ଜନିତ ସଂକ୍ରମଣ ବିଷୟରେ ସୂଚନା ରହିଛି । ଏଥିମଧ୍ୟରୁ ୨ ହଜାର ୦୮୯ ଟି ବକ୍ସ ସଂରକ୍ଷଣରେ ରଖାଯାଇଛି । ହେଲେ ଚିନ୍ତାଜନକ ବିଷୟ ହେଉଛି ୧ ହଜାର ୮୧୨ ଟି ବକ୍ସ ଅନ୍ୟ ରାଜ୍ୟକୁ ପଠାଯାଇଥିଲା ଏବଂ ୯୩୫ ପ୍ୟାକେଟ୍ ଆଇସ୍କକ୍ରିମ୍ (Ice Cream Packet) ସ୍ଥାନୀୟ ବଜାରରେ ମଧ୍ୟ ପହଞ୍ଚିଥିଲା । ତେବେ ଏହି ଆଇସକ୍ରିମ ପ୍ୟାକେଟଗୁଡ଼ିକ ମଧ୍ୟରୁ କେବଳ ୬୫ ଟି ବିକ୍ରି ହୋଇଥିଲା । ଏହି ଆଇସକ୍ରିମ କିଣିଥିବା ଗ୍ରାହକମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନ ଅପିଲ କରିଛି ।
ସେପଟେ ଉକ୍ତ ଆଇସକ୍ରିମ କମ୍ପାନୀରେ କାମ କରୁଥିବା ୧ ହଜାର ୬୬୨ କର୍ମଚାରୀଙ୍କୁ ସେଲ୍ଫ କ୍ୱାରେଣ୍ଟାଇନରେ (Self Isolation) ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଅନ୍ୟପଟେ ୭୦୦ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ (Report Negative) ଆସିଥିଲା । ଏତଦ୍ ବ୍ୟତୀତ ଦୋକାନୀ ତଥା ଏହି ପ୍ୟାକେଟଗୁଡ଼ିକର ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କ ଗତିବିଧି ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି। ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ଖାଦ୍ୟ କମ୍ପାନୀକୁ ଆଇସକ୍ରିମ୍ ର ୨ ହଜାର ୦୮୯ ଟି କ୍ୟାନ୍ ନଷ୍ଟ କରିବାକୁ ପଡିଛି ।
Also Read; କେମିତି ପ୍ରଧାନମନ୍ତ୍ରୀ ହେଲେ ନରେନ୍ଦ୍ର ମୋଦି? ରାଜନାଥ ଥିଲେ ସୂତ୍ରଧର
ଏକ ଗଣମାଧ୍ୟମ ପ୍ରସାରଣକାରୀ ସଂସ୍ଥା ସହ ସାକ୍ଷାତକାରରେ, ଲିଡସ୍ ୟୁନିଭର୍ସିଟି (Leads University)ର ଭାଇରୋଲୋଜିଷ୍ଟ୍ ଡ. ଷ୍ଟିଫେନ ଗ୍ରିଫିନ୍ କହିଛନ୍ତି ଯେ, ଯେ ଆଇସକ୍ରିମର କୋରୋନା ଭାଇରସ ପଜିଟିଭ ଆସିବା ତାହା ମନୁଷ୍ୟଙ୍କ ସମ୍ପର୍କ ହେତୁ ହିଁ ହୋଇପାରେ। କାରଖାନାରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଆଯାଇନାହିଁ ଯେଉଁଥିପାଇଁ ଏହି ଭୟ ପୁଣିଥରେ ସାମ୍ନାକୁ ଆସିଛି । ଆଇସକ୍ରିମକୁ ଥଣ୍ଡା ତାପମାତ୍ରାରେ ରଖାଯାଉଥିବାରୁ ଜୀବାଣୁ ବଞ୍ଚିବାର ସମ୍ଭାବନା ବି ଅଧିକ ଥାଏ। ତଥାପି, ଏହି ଗୋଟିଏ ଘଟଣାରୁ ଭୟ କରିବାର କିଛି ନାହିଁ ବୋଲି ସେ କହିଛନ୍ତି ।