ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ! ସରକାର ବଦଳାଇବାକୁ ଯାଉଛନ୍ତି ଏହି ନିୟମ, ଜାଣି ନିଅନ୍ତୁ ନଚେତ୍ ହେବ ଅସୁବିଧା
Advertisement
Article Detail0/zeeodisha/odisha1016459

ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ! ସରକାର ବଦଳାଇବାକୁ ଯାଉଛନ୍ତି ଏହି ନିୟମ, ଜାଣି ନିଅନ୍ତୁ ନଚେତ୍ ହେବ ଅସୁବିଧା

ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MORTH) ଶିଶୁର ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛି । ଯାହାଫଳରେ, ବାଇକରେ ଯାତ୍ରା ସମୟରେ ପିଲାମାନେ ଅଧିକ ସୁରକ୍ଷିତ ରହିବେ । ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ସବୁକିଛି...

ବାଇକ୍ ଚାଳକ ହୋଇଯାଆନ୍ତୁ ସାବଧାନ! ସରକାର ବଦଳାଇବାକୁ ଯାଉଛନ୍ତି ଏହି ନିୟମ, ଜାଣି ନିଅନ୍ତୁ ନଚେତ୍ ହେବ ଅସୁବିଧା

ନୂଆଦିଲ୍ଲୀ: New Bike Rules: ଯଦି ଆପଣ ବାଇକ (Bike) ରେ ଯାତ୍ରା କରନ୍ତି ତେବେ ଏହି ଖବର କେବଳ ଆପଣଙ୍କ ପାଇଁ । ଛୋଟ ଯାତ୍ରା ପାଇଁ ବାଇକ୍ ସର୍ବୋତ୍ତମ ବୋଲି ମନେ କରାଯାଏ । କାରଣ ଏହା କମ୍ ଖର୍ଚ୍ଚରେ ଚାଲିଥାଏ । ଏହା ବ୍ୟତୀତ ଟ୍ରାଫିକ୍ ଜନିତ ରାସ୍ତାରେ ବାଇକ୍ ଯୋଗେ ଯାତ୍ରା କରିବା ମଧ୍ୟ ସମୟ ସଞ୍ଚୟ କରିଥାଏ । ବାଇକ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ସରକାର ନିୟମରେ ପରିବର୍ତ୍ତନ କରିଛନ୍ତି । ଏହି ନିୟମ ଛୋଟ ପିଲାଙ୍କୁ ବସାଇ ଗାଡି ଚଳାଇବା ସହିତ ଜଡିତ । ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MORTH) ଶିଶୁର ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇଛି । ଯାହାଫଳରେ, ବାଇକରେ ଯାତ୍ରା ସମୟରେ ପିଲାମାନେ ଅଧିକ ସୁରକ୍ଷିତ ରହିବେ । ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ ସବୁକିଛି...

ଏହା ହେଉଛି ନୂତନ ନିୟମ

୧. ନୂତନ ପ୍ରସ୍ତାବ ଅନୁଯାୟୀ, ଯେତେବେଳେ ୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ମୋଟରସାଇକେଲରେ ବସାଇ ଯାତ୍ରା କରୁଛନ୍ତି, ସେତେବେଳେ ବାଇକ୍, ସ୍କୁଟର, ସ୍କୁଟି ଇତ୍ୟାଦି ଦୁଇଟି ଚକିଆ ଯାନର ଗତି ସୀମା ୪୦ କିଲୋମିଟରରୁ ଅଧିକ ହେବା ଉଚିତ୍ ନୁହେଁ ।

୨. ୨ ଚକିଆ ବାହନର ଚାଳକ ପଛରେ ବସୁଥିବା ୯ ମାସରୁ ୪ ବର୍ଷ ବୟସର ଛୋଟ  ଶିଶୁଙ୍କୁ କ୍ରାସ୍ ହେଲମେଟ ପିନ୍ଧାଇବେ ।

୩. MORTH ଅନୁଯାୟୀ, ମୋଟରସାଇକେଲ ଚାଳକ ସୁନିଶ୍ଚିତ କରିବେ ଯେ ୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ ସେମାନଙ୍କ ବାଇକ୍ କିମ୍ବା ସ୍କୁଟରରେ ନେବା ପାଇଁ ଏକ ସୁରକ୍ଷା ହର୍ଣ୍ଣ ବ୍ୟବହାର କରିବେ ।

କିପରି ହେବ ଶିଶୁଙ୍କ ସୁରକ୍ଷା

ସୁରକ୍ଷା ହର୍ଣ୍ଣ ହେଉଛି ଏକ ଶିଶୁ ପିନ୍ଧିଥିବା ଏପରି ଏକ ଜ୍ୟାକେଟ୍, ଯାହାର ଆକାର ଏଡଜେଷ୍ଟ କରାଯାଇହେବ । ଏହାକୁ ପିନ୍ଧିବା ପରେ ଶିଶୁର ସୁରକ୍ଷା ବଢ଼ିଥାଏ । କାରଣ ପିଲାଟିକୁ ବାନ୍ଧି ରଖିବା ପାଇଁ ଏହା କାମ କରେ । ବାସ୍ତବରେ, ସୁରକ୍ଷା ହର୍ଣ୍ଣରେ କିଛି ଫିତା ଥାଏ, ଯାହା ଚାଳକଙ୍କର କାନ୍ଧରେ ଲାଗିଥାଏ ।

ନଭେମ୍ବର ପର୍ଯ୍ୟନ୍ତ ପରାମର୍ଶ ଓ ଆପତ୍ତି 

ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସ୍ତାବ ଉପରେ ଲୋକଙ୍କ ଆପତ୍ତି ଓ ପରାମର୍ଶ ଲୋଡିଛି । ଯେପରି ବାଇକରେ ପିଲାମାନଙ୍କର ସୁରକ୍ଷା ପାଇଁ ସୁରକ୍ଷା ହର୍ଣ୍ଣ ଅଛି । ସେହିଭଳି କାରରେ ଚାଇଲ୍ଡ ଲକ୍ ସହିତ ଅନ୍ୟାନ୍ୟ ଫିଚର୍ସ ଦିଆଯାଇଛି । ଏହି ବ ଫିଚର୍ସ ମାଧ୍ୟମରେ ପିଲାମାନଙ୍କର ସୁରକ୍ଷା ବଢ଼ିଥାଏ ।

ଜାନୁଆରୀ ୨୦୨୩ରୁ ହେବ ଲାଗୁ

ସୂଚନା ଅନୁଯାୟୀ, ନଭେମ୍ବର ଶେଷ ସୁଦ୍ଧା ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ବିଜ୍ଞପ୍ତି ଉପରେ ଆପତ୍ତି ମାଗିଛନ୍ତି । ଯାହା ବି ଆପତ୍ତି ଆସିବ, ସେଗୁଡ଼ିକର ସମାଧାନ ହେବ । ଏହା ପରେ ଗେଜେଟ୍ ଜାରି କରି ସଂଶୋଧନ କରାଯିବ । ବିଜ୍ଞପ୍ତିରେ ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ ସଂଶୋଧନର ଏକ ବର୍ଷ ପରେ ନୂତନ ନିୟମ ପ୍ରଯୁଜ୍ୟ ହେବ । ଅର୍ଥାତ ଡିସେମ୍ବର ସୁଦ୍ଧା ଆପତ୍ତି ସମାଧାନ ହେବା ପରେ ଏଥିରେ ସଂଶୋଧନ କରିଦିଆଯିବ ଓ ଏକ ବର୍ଷ ପରେ ଯାତ୍ରୀ ୨୦୨୨ ଶେଷ କିମ୍ବା ଜାନୁୟାରୀ ୨୦୨୩ରେ ଏହା କାର୍ଯ୍ୟକାରୀ ହେବ ।

ଗୋଟିଏ ଦିନରେ ଦୁର୍ଘଟଣାରେ ହାରାହାରି ୩୧ ଶିଶୁଙ୍କ ହୋଇଥାଏ ମୃତ୍ୟୁ

ସଡକ ପରିବହନ ମନ୍ତ୍ରଣାଳୟ ଅନୁଯାୟୀ, ୨୦୧୯ରେ ସାରା ଦେଶରେ ସଡକ ଦୁର୍ଘଟଣାରେ ୧୧,୧୬୮ ଶିଶୁଙ୍କର ମୃତ୍ୟୁ ଘଟିଛି । ଏହି ଅନୁଯାୟୀ, ଗୋଟିଏ ଦିନରେ ହାରାହାରି ୩୧ ପିଲାଙ୍କର ମୃତ୍ୟୁ ଘଟିଛି, ଯାହା ସଡ଼କ ଦୁର୍ଘଟଣା ହେତୁ ମୃତ୍ୟୁର ଆଠ ପ୍ରତିଶତ ଅଟେ । ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା ୧୧.୯୪ ପ୍ରତିଶତ ଅଧିକ ଥିଲା ।

ଏହା ବି ପଢ଼ନ୍ତୁ:-ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଚଢ଼ିଲା ଟ୍ରକ୍, ୩ ମୃତ

ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି; ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୩୩ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଆର୍ୟନ ଖାନ ମାମଲାରେ ସାକ୍ଷୀ କେ.ପି ଗୋସାଭି ଗିରଫ

ଏହା ବି ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଲେ ଦେଇଥାଏ ଧନ ଲାଭର ସଙ୍କେତ