କୋରୋନାର ଆଉ ଏକ variant ଚିହ୍ନଟ, ପୁରୁଣା ଅପେକ୍ଷା ୧୫ ଗୁଣା ଅଧିକ ମାରାତ୍ମକ
Advertisement

କୋରୋନାର ଆଉ ଏକ variant ଚିହ୍ନଟ, ପୁରୁଣା ଅପେକ୍ଷା ୧୫ ଗୁଣା ଅଧିକ ମାରାତ୍ମକ

ଏବେ ଭାରତରେ ଆଉ ଏକ ନୂଆ variants ଚିହ୍ନଟ ହୋଇଛି। ଦକ୍ଷିଣ ଭାରତୀୟ ଅଞ୍ଚଳରେ ଚିହ୍ନଟ ଏହି ଷ୍ଟ୍ରେନର ନାମ  N440K ରଖାଯାଇଛି। ଏହା ସାଧାରଣ କୋରୋନା ଭୂତାଣୁ ଅପେକ୍ଷା ୧୫ ଗୁଣା ଅଧିକ ଶକ୍ତିଶାଳୀ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ସାରା ବିଶ୍ୱରେ SARS-CoV-2ର ବିଭିନ୍ନ ପ୍ରକାର variants ଉତ୍ପନ୍ନ ହେବା ଜାରି ରଖିଛି। ଏବେ ଭାରତରେ ଆଉ ଏକ ନୂଆ variants ଚିହ୍ନଟ ହୋଇଛି। ଦକ୍ଷିଣ ଭାରତୀୟ ଅଞ୍ଚଳରେ ଚିହ୍ନଟ ଏହି ଷ୍ଟ୍ରେନର ନାମ  N440K ରଖାଯାଇଛି। ଏହା ସାଧାରଣ କୋରୋନା ଭୂତାଣୁ ଅପେକ୍ଷା ୧୫ ଗୁଣା ଅଧିକ ଶକ୍ତିଶାଳୀ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ହାଇଦ୍ରାବାଦସ୍ଥିତ ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) କୋରୋନାର ନୂତନ variants N440K ଆବିଷ୍କାର କରିଛି। ପୂର୍ବ ଭାଇରସ ଅପେକ୍ଷା N440K ୧୫ ଗୁଣା ଅଧିକ ସଂକ୍ରମଣ କରିପାରିବ। ଡବଲ ମ୍ୟୁଟେଣ୍ଟ B1.617 ଏବଂ B1.618 ତୁଳନାରେ ମଧ୍ୟ ଏହା ଅଧିକ ଶକ୍ତିଶାଳୀ ହୋଇପାରେ।

Also Read: ଶିକ୍ଷକ ଜଗିବେ ଶ୍ମଶାନ; ୨ଟି ସିଫ୍ଚରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ

ପ୍ରଥମ ତରଙ୍ଗ ସମୟରେ ଏବଂ ପରେ N440K ଦକ୍ଷିଣ ଭାରତରେ ପରିବର୍ତ୍ତନ ହୋଇଥଲା। କିନ୍ତୁ ଡବଲ ମ୍ୟୁଟେଣ୍ଟ, N440Kକୁ ଧୀରେ ଧୀରେ ରିପ୍ଲେସ କରୁଛି। ମହାରାଷ୍ଟ୍ରର ତଥ୍ୟାନୁସାରେ ୨୦୨୧ ଫେବୃଆରୀ ତୁଳନାରେ ମାର୍ଚ୍ଚରେ B.1.617 ପ୍ରକାରର ବୃଦ୍ଧି ଘଟିଛି ଏବଂ N440K ସହିତ ବଂଶାନୁକ୍ରମିକ ଅନୁପାତରେ ହ୍ରାସ ଘଟିଛି।

CCMBର ଦିବ୍ୟା ତେଜ ସୋପତୀଙ୍କ କହିବାନୁସାରେ, ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ, ଦ୍ୱିତୀୟ ଲହର ପ୍ରାୟ ଚାରି ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ଦକ୍ଷିଣ ଭାରତୀୟ ରାଜ୍ୟ ତୁଳନାରେ B.1.617 ବିସ୍ଫୋରଣ  N440Kକୁ ପରିବର୍ତ୍ତିତ ହୋଇଛି। କେରଳରେ ଯଦିଓ GISAIDରେ ଅଧିକ ତଥ୍ୟ ଉପଲବ୍ଧ ନାହିଁ, ଆମେ gencov2.genomes.inରୁ ଦେଖିପାରୁଛୁ ଯେ ବର୍ତ୍ତମାନ B.1.1.7 ବଢୁଛି, କିନ୍ତୁ N440K ୨୦%ରୁ କମ୍ ଜିନୋମରେ ଅଛି।

Also Read: ଦେଶରେ ପ୍ରଥମ; ୮ ସିଂହ କୋରୋନା ପଜିଟିଭ୍ ଚିହ୍ନଟ

ସେପଟେ ଆନ୍ଧ୍ରରେ N440K variants ଚିହ୍ନଟ ପରେ ଓଡିଶା ସରକାର ସତର୍କ ହୋଇଛନ୍ତି। ଓଡିଶା-ଆନ୍ଧ୍ର ସୀମାକୁ ସିଲ କରାଯାଇଥିବା ବେଳେ ରେଳଷ୍ଟେସନରେ ଯାଞ୍ଚ କଡାକଡି କରାଯାଇଛି। ତେଲେଙ୍ଗାନା ଓ ଆନ୍ଧ୍ରରୁ ଆସୁଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି। ଯଦି କୋରୋନା ଟିକାର ୨ଟି ଡୋସ୍ ନେଇଥିଲେ ୭ ଦିନ ଘରେ ଆଇସୋଲେନସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।