ଶିକ୍ଷକ ଜଗିବେ ଶ୍ମଶାନ; ୨ଟି ସିଫ୍ଚରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ
Advertisement
Article Detail0/zeeodisha/odisha895476

ଶିକ୍ଷକ ଜଗିବେ ଶ୍ମଶାନ; ୨ଟି ସିଫ୍ଚରେ ଡ୍ୟୁଟି କରିବାକୁ ନିର୍ଦ୍ଦେଶ

କୋରୋନା ଯୋଦ୍ଧା ଭାବେ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଆଉ ଏବେ ଦେଶର ଭବିଷ୍ୟତ ଗଢୁଥିବା ଗୁରୁଙ୍କୁ ଶ୍ମଶାନ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଜେପି ଶାସିତ ମଧ୍ୟପ୍ରଦେଶର ଧର ଜିଲ୍ଲାର SDM ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

 ସୌ- ସୋସିଆଲ ମିଡିିଆ

ଭୋପାଲ: ସୀମା ଟପିଲା ଶିକ୍ଷକଙ୍କୁ ତାଡନା! ଜନଗଣନାଠୁ ଆରମ୍ଭ କରି ଭୋଟର ତାଲିକା ପ୍ରସ୍ତୁତ କରିବାରେ ପ୍ରଥମେ ଶିକ୍ଷକଙ୍କୁ ନିୟୋଜନ କରାଯାଉଥିଲା। ତାପରେ କୋରୋନା ଯୋଦ୍ଧା ଭାବେ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଆଉ ଏବେ ଦେଶର ଭବିଷ୍ୟତ ଗଢୁଥିବା ଗୁରୁଙ୍କୁ ଶ୍ମଶାନ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଜେପି ଶାସିତ ମଧ୍ୟପ୍ରଦେଶର ଧର ଜିଲ୍ଲାର SDM ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
 
ମଧ୍ୟପ୍ରଦେଶର ଧର ଜିଲ୍ଲା (Dhar District) SDM ଏକ ନୂତନ ନିର୍ଦ୍ଦେଶନାମ ଜାରି କରିଛନ୍ତି। ଯଦି ଏହି ଆଦେଶ ଗ୍ରହଣ କରାଯାଏ, ତେବେ ବୃଦ୍ଧି ପାଉଥିବା କୋରୋନା (Coronavirus) ମାମଲା ମଧ୍ୟରେ ଶବଦାହ ଶିକ୍ଷକଙ୍କ କର୍ତ୍ତବ୍ୟ ପାଲଟିବ। ଆଦେଶ ଅନୁଯାୟୀ, ଶିକ୍ଷକମାନେ ବର୍ତ୍ତମାନ ଦୁଇଟି ସିଫ୍ଟରେ ଶବଦାହ ଏବଂ ଅସ୍ଥି ବିସର୍ଜନ ଘାଟରେ ଡ୍ୟୁଟି କରିବେ। ୮ ଜଣ ଶିକ୍ଷକ ୨ଟି ଶ୍ମଶାନରେ ଡ୍ୟୁଟି କରିବେ। ପ୍ରଥମ ସିଫ୍ଟ ସକାଳ ୬ଟାରୁ ମଧ୍ୟାହ୍ଣ ଗୋଟାଏ ଓ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ଣ ଗୋଟାଏରୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବ।

Also Read: ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ୍

ଡ୍ୟୁଟିରେ ଥିବା ଶିକ୍ଷକମାନେ (Teacher) ଅନ୍ତିମ ସଂସ୍କାର ଏବଂ ଅସ୍ଥି ବିସର୍ଜନ ଉପରେ ନଜର ରଖିବେ। ଏଥିସହ ଏହି ଆଦେଶରେ ଦର୍ଶାଯାଇଛି ଯେ, ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ୨ଟି ଶ୍ମଶାନରେ ବାହର ଶବ ସତ୍କାର ଓ ଅସ୍ଥି ବିସର୍ଜନକୁ ନିଷିଦ୍ଧ କରାଯାଇଛି। ବଢୁଥିବା କୋରୋନା ସଂକ୍ରମଣ ଓ କୋଭିଡ୍ ମୃତକଙ୍କ ଦାହସଂସ୍କାର ଉପରେ ରୋକ ଲଗାଇବା ପାଇଁ ପ୍ରଶାନ ଏଭଳି ନିଷ୍ପତି ନେଇଛି। ତେବେ ଧର SDMଙ୍କ ନିର୍ଦ୍ଦେଶନାମକୁ ଅନେକ ନିନ୍ଦା କରିଛନ୍ତି।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ (Madhya Pradesh) ରେ କୋରୋନା ଡ୍ୟୁଟିରେ ଥିବା ପ୍ରାୟ ୭୦୦ ଶିକ୍ଷକଙ୍କର ମୃତ୍ୟୁ ଘଟିଛି। ୨୮୦୦ରୁ ଅଧିକ ଶିକ୍ଷକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏସବୁ ଦେଖିବା ପରେ ମଧ୍ୟପ୍ରଦେଶ ସରକାର ଶିକ୍ଷକମାନଙ୍କୁ କୋରୋନା ୱାରିୟର ମାନ୍ୟତା ଦେଇନାହାଁନ୍ତି। ଏହାକୁ ନେଇ ଶିକ୍ଷକମାନଙ୍କ ମଧ୍ୟରେ କ୍ରୋଧ ରହିଛି। ଆଉ ଏବେ ସେମାନଙ୍କୁ ଶଶ୍ମାନ ଡ୍ୟୁଟିରେ ଲଗାଯାଉଛି।