ବଦଳିଯିବ ଅଫିସର ନିୟମ, କର୍ମଚାରୀଙ୍କୁ ମିଳିବ ଏସବୁ ସୁବିଧା
Advertisement

ବଦଳିଯିବ ଅଫିସର ନିୟମ, କର୍ମଚାରୀଙ୍କୁ ମିଳିବ ଏସବୁ ସୁବିଧା

ଶ୍ରମ ଆଇନ (Labour Law) ର ପରିବର୍ତ୍ତନ ଅନୁଯାୟୀ, କମ୍ପାନୀମାନଙ୍କୁ ସେମାନଙ୍କ ସିଟିସି (CTC) ତୁଳନାରେ କର୍ମଚାରୀଙ୍କ ବେସିକ ବେତନ (Basic Salary) ୫୦ ପ୍ରତିଶତ ଦେବାକୁ ପଡିବ ।

ବଦଳିଯିବ ଅଫିସର ନିୟମ, କର୍ମଚାରୀଙ୍କୁ ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ବଡ ଖବର ରହିଛି । କେନ୍ଦ୍ର ସରକାର (Central Govt) ଶ୍ରମ ଆଇନର ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ନୂତନ ଆର୍ଥିକ ବର୍ଷ ୧ ଏପ୍ରିଲ ୨୦୨୧ରୁ ଆରମ୍ଭ ହେବ । ଏହା ସହିତ ଦେଶରେ ଶ୍ରମ ଆଇନ (Labour Law) ର ନିୟମରେ ମଧ୍ୟ ପରିବର୍ତ୍ତନ ଲାଗୁ ହୋଇଯିବ । ଯାହା ଅନ୍ତର୍ଗତ ୧୫ ମିନିଟରୁ ଅଧିକ କାର୍ଯ୍ୟ କରିବାକୁ ଓଭରଟାଇମ୍ (Overtime) ବୋଲି ବିବେଚନା କରାଯିବ । ଏଥିସହ କମ୍ପାନୀମାନଙ୍କୁ ନିଜ କର୍ମଚାରୀଙ୍କୁ ଦିଆଯାଉଥିବା CTC (କଷ୍ଟ ଟୁ କମ୍ପାନୀ) ରେ କିଛି ପରିବର୍ତ୍ତନ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲା ବଢ଼ିବା ପରେ ମହାରାଷ୍ଟ୍ରର ଏହି ଜିଲ୍ଲାରେ ଲାଗିଲା ଲକଡାଉନ

ବେସିକ ବେତନକୁ ୫୦ ପ୍ରତିଶତ ବୃଦ୍ଧି କରିବାକୁ ପଡିବ 

ଶ୍ରମ ଆଇନ (Labour Law) ର ପରିବର୍ତ୍ତନ ଅନୁଯାୟୀ, କମ୍ପାନୀମାନଙ୍କୁ ସେମାନଙ୍କ ସିଟିସି (CTC) ତୁଳନାରେ କର୍ମଚାରୀଙ୍କ ବେସିକ ବେତନ (Basic Salary) ୫୦ ପ୍ରତିଶତ ଦେବାକୁ ପଡିବ । ବାସ୍ତବରେ ନୂତନ ନିୟମ ଅନୁଯାୟୀ ଜଣେ କର୍ମଚାରୀଙ୍କ ଭତ୍ତା ମୋଟ ବେତନର ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ । ଏହାର ପ୍ରଭାବ ଏହା ହେବ ଯେ କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ ଗ୍ରାଚ୍ୟୁଟି (Gratuity) ରେ ବୃଦ୍ଧି ଘଟିବ । ବୋନସ୍ (Bonus), ପେନସନ୍ ଏବଂ ପିଏଫ (PF) ଯୋଗଦାନ ସହିତ ହିଁ HRA, ଓଭରଟାଇମ୍ ଇତ୍ୟାଦିକୁ ଦରମା ବାହାରେ ରଖିବାକୁ ପଡିବ । ଏହି ପରିବର୍ତ୍ତନଗୁଡିକ ଯୋଗୁଁ ବର୍ତ୍ତମାନ ଏପ୍ରିଲ ୧ରୁ କର୍ମଚାରୀଙ୍କ ବେତନ ସଂରଚନାରେ ଏକ ବଡ ପରିବର୍ତ୍ତନ ଦେଖାଯିବ ।

ଅଧିକ ପଢ଼ନ୍ତୁ:-ଭାରତରେ ରହିଛି ୭୬୮୪ ପ୍ରକାରର କୋରୋନା ଭୂତାଣୁ! ସବୁଠାରୁ ଅଧିକ ଦକ୍ଷିଣ ରାଜ୍ୟରେ

୧୫ ମିନିଟ ଅଧିକ କାମ କଲେ ଧରାଯିବ ଓଭରଟାଇମ୍

ନୂତନ ଶ୍ରମ ନିୟମ ଅନୁଯାୟୀ, ଯଦି କର୍ମଚାରୀମାନେ ନିର୍ଦ୍ଧାରିତ ସମୟଠାରୁ ୧୫ ମିନିଟ୍ ଅଧିକ କାର୍ଯ୍ୟ କରନ୍ତି, ତେବେ ତାହାକୁ ଓଭରଟାଇମ ବୋଲି ଧରାଯିବ । ଅନ୍ୟପକ୍ଷେ  ବର୍ତ୍ତମାନ ନିୟମ ଅନୁଯାୟୀ, କର୍ମଚାରୀମାନେ ନିର୍ଦ୍ଧାରିତ ସମୟଠାରୁ ଅଧ ଘଣ୍ଟାରୁ ଅଧିକ କାର୍ଯ୍ୟ କଲେ ଓଭରଟାଇମ୍ ବୋଲି ଧରାଯାଏ । ଯାହା ବର୍ତ୍ତମାନ ୧୫ ମିନିଟକୁ ହ୍ରାସ କରାଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନାର ନୂଆ ଷ୍ଟ୍ରେନକୁ ନେଇ ବହୁତ ବଡ଼ ଖରାପ ଖବର ଦେଲେ ଏମ୍ସ ନିର୍ଦ୍ଦେଶକ

ସପ୍ତାହରେ ୩ଟି ଛୁଟିର ପ୍ରସ୍ତାବ

ନୂତନ ଶ୍ରମ ଆଇନ ଅନୁଯାୟୀ, କର୍ମଚାରୀମାନଙ୍କୁ ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ସୁବିଧା ମିଳିପାରେ । ପ୍ରସ୍ତାବ ଅନୁଯାୟୀ ଯଦି କୌଣସି କର୍ମଚାରୀ ଚାରି ଦିନରେ ୪୮ ଘଣ୍ଟା କାମ କରନ୍ତି, ତେବେ ତାଙ୍କୁ ସପ୍ତାହରେ ତିନିଟି ଛୁଟି ଦିଆଯାଇପାରେ । ତଥାପି, ଏଥିପାଇଁ କର୍ମଚାରୀଙ୍କୁ ତାଙ୍କର କାର୍ଯ୍ୟ ସମୟ ୮ରୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ପଡିବ । ସେପଟେ ବର୍ତ୍ତମାନର ପ୍ରଚଳିତ ନିୟମ ଅନୁଯାୟୀ, କାର୍ଯ୍ୟ ସମୟ ୮ ଘଣ୍ଟା ରହିଛି ଏବଂ ସପ୍ତାହରେ ୬ ଦିନ କାମ କରିବାକୁ ପଡିଥାଏ ।