ଆସୁଛି କୋଭିଡ଼ଠାରୁ ୭ ଗୁଣା ଅଧିକ ମାରାତ୍ମକ ମହାମାରୀ, ପ୍ରାଣ ହରାଇପାରନ୍ତି ୫ କୋଟି ଲୋକ!
Advertisement

ଆସୁଛି କୋଭିଡ଼ଠାରୁ ୭ ଗୁଣା ଅଧିକ ମାରାତ୍ମକ ମହାମାରୀ, ପ୍ରାଣ ହରାଇପାରନ୍ତି ୫ କୋଟି ଲୋକ!

New Pandemic: ବର୍ତ୍ତମାନ ସମୟରେ ବିଶେଷଜ୍ଞମାନେ ଏକ ନୂତନ ମହାମାରୀ ନେଇ ଆଶଙ୍କା କରୁଛନ୍ତି, ଯାହା କୋଭିଡ -19 (covid-19)  ଠାରୁ ୭ ଗୁଣ ଅଧିକ ବିପଜ୍ଜନକ ହୋଇପାରେ । ଏଥିରେ ସଂକ୍ରମିତ ହୋଇ ଅତି କମରେ ୫ କୋଟି ଲୋକ ପ୍ରାଣ ହରାଇବେ ବୋଲି ଅନୁମାନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ରୋଗକୁ ଏକ୍ସ (x) ନାମରେ ନାମିତ କରିଛି ।

ସୌ(ସୋସିଆଲ ମିଡିଆ)

Disease x Pandemic: ଏବେ ବି ବିଶ୍ବରେ କରୋନା ମହାମାରୀର (Pandemic) ପ୍ରଭାବ ଜାରି ରହିଛି । କେତେକ ଦେଶର ଲୋକେ ଏବେ ବି ଏହି ମହାମାରୀର ଶିକାର ହେଉଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସମୟରେ ବିଶେଷଜ୍ଞମାନେ ଏକ ନୂତନ ମହାମାରୀ ନେଇ ଆଶଙ୍କା କରୁଛନ୍ତି, ଯାହା କୋଭିଡ -19 (covid-19)  ଠାରୁ ୭ ଗୁଣ ଅଧିକ ବିପଜ୍ଜନକ ହୋଇପାରେ । ଏଥିରେ ସଂକ୍ରମିତ ହୋଇ ଅତି କମରେ ୫ କୋଟି ଲୋକ ପ୍ରାଣ ହରାଇବେ ବୋଲି ଅନୁମାନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ରୋଗକୁ ଏକ୍ସ (x) ନାମରେ ନାମିତ କରିଛି ।

ନୂତନ ମହାମାରୀ ନେଇ ବିଶେଷଜ୍ଞଙ୍କ ଚେତାବନୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ କୁହାଯାଇଛି ଯେ, ଏହି ନୂତନ ମହାମାରୀ (New Pandemic) ବାଟରେ ଅଛି, ଯାହା କୋଭିଡ଼-୧୯ ( COVID-19) ଅପେକ୍ଷା ଅଧିକ ମାରାତ୍ମକ ହୋଇପାରେ । ସେହିପରି ଡେଲି ମେଲର ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ଏକ୍ସ ( X)  ରୋଗ ନେଇ ଚେତାବନୀ ଦେଇ କହିଛନ୍ତି, କୋଭିଡ -19 ମହାମାରୀର ଆରମ୍ଭ ମାତ୍ର। ଅନ୍ୟପଟେ ବ୍ରିଟେନ୍ ଭ୍ୟାକ୍ସିନ୍ ଟାସ୍କ ଫୋର୍ସର ମୁଖ୍ୟ ଡେମ କେଟ୍ ବିଙ୍ଗହମ୍ (Kate Bingham) ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ଏହି ରୋଗ ମହାମାରୀ ରୂପ ନିଏ, ତାହାଲେ ଏଥିରେ ସଂକ୍ରମିତ ହୋଇ ଅତି କମରେ ୫ କୋଟି ଲୋକଙ୍କ ମୃତ୍ୟୁ ହୋଇପାରେ । ଏହାର ମୁକାବିଲା କରିବା ବଡ଼ ଚାଲେଞ୍ଜ ହେବ, କାରଣ ଏହା କୋଭିଡ -19 ଅପେକ୍ଷା ଅଧିକ ମାରାତ୍ମକ ଅଟେ।

​Also Read-Rojgar Mela: ଆଜି ୫୧,୦୦୦ରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବେ ପ୍ରଧାନମନ୍ତ୍ରୀ

କେତେ ବିପଜ୍ଜନକ ଏହି ରୋଗ

କିଟ୍ ବିଙ୍ଗହମ୍ କହିଛନ୍ତି, ଏହି ରୋଗ (Disease x) କରୋନା ଅପେକ୍ଷା ୭ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। ସେ ଆଉ ମଧ୍ଯ କହିଛନ୍ତି, ପରବର୍ତ୍ତୀ ମହାମାରୀ ପୃଥିବୀରେ ଉପସ୍ଥିତ ଥିବା କୌଣସି ଭାଇରସରୁ ଆସିପାରେ । ୧୯୧୮-୧୯ ବର୍ଷରେ ଆସିଥିବା ମହାମାରୀ (Pandemic) ପୂର୍ବରୁ ଥିବା କୌଣସି ଜୀବାଣୁ ଦ୍ବାରା ବ୍ୟାପିଥିଲା  । ସେତେବେଳେ ସମଗ୍ର ବିଶ୍ୱରେ ୫ କୋଟିରୁ ଅଧିକ ଲୋକେ ପ୍ରାଣ ହରାଇଥିଲେ। ତେବେ ବୈଜ୍ଞାନିକମାନେ (scientist) ଏହି ନୂତନ ଭାଇରସ (virus) ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି।

Also Read-PM Modi launches Whatsaap Channel: ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ଚାହୁଁଛନ୍ତି କି, ଏହି ଚ୍ୟାନେଲକୁ ଫଲୋ କରନ୍ତୁ