Road Accident: ବିହାର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ଏତିକି ଜୀବନ
Advertisement
Article Detail0/zeeodisha/odisha1588107

Road Accident: ବିହାର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ଏତିକି ଜୀବନ

Road Accident: ଦିନକୁ ଦିନ ସଡ଼କ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗତ ଶନିବାର ଗୋଟିଏ ଦିନରେ ଦୁର୍ଘଟଣା ଘଟି ୨୫ରୁ ଅଧିକ ଜୀବନ ହାନୀ ଘଟିଥିଲା। ଆଜି ପୁଣି ଯମୁନା ଏକ୍ସପ୍ରେସ ଓ୍ୱେର ସଡ଼କ ଦୁର୍ଘଟଣା ଘଟି ୩ଜଣଙ୍କ ଜୀବନ ହାନୀ ଘଟିଛି। 

Road Accident: ବିହାର ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ଏତିକି ଜୀବନ

ନୂଆଦିଲ୍ଲୀ: ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ହାନୀ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାଟି ଦିଲ୍ଲୀ ଉତ୍ତରପ୍ରଦେଶକୁ ସଂଯୋଗ କରୁଥିବା ଯମୁନା ଏକ୍ସପ୍ରେସ ଓ୍ୱେରେ ରବିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ ଦିଲ୍ଲୀରୁ ବିହାର ଯାଉଥିବା ଏକ ଡବଲ ଡେକର ବସ ଯମୁନା ଏକ୍ସପ୍ରେସ ଓ୍ୱେରେ ଓଲଟି ପଡ଼ିଥିଲା। ଫଳରେ ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। 

ଘଟଣାସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। ସେପଟେ ବସଟି ରାସ୍ତା ଉପରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବା ଫଳରେ ରାସ୍ତା ଉପରେ ଗାଡ଼ିଗୁଡ଼ିକର ଏକ ଲମ୍ବା ଲାଇନ ଲାଗି ଯାଇଥିଲା। ମଧ୍ୟରାତ୍ରୀରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ପୋଲିସ କ୍ରେନ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ବସକୁ ରାସ୍ତାରୁ ହଟାଇଥିଲା। ତେବେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ ବସଟି ଦ୍ରୁତ ଗତିରେ ଆସୁଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସଟି ଯାଇ ରୋଡ଼ ଡିଭାଇଡରରେ ପିଟି ହୋଇଥିଲା। ରୋଡ଼ ଡିଭାଇଡରରେ ଧକ୍କା ହେବା ପରେ ବସଟି ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା। ଘଟଣାଟି ରାତି ପ୍ରାୟ ସାଢେ ୧୧ଟା ସମୟରେ ଘଟିଥିଲା। ସେହି ସମୟରେ ବସରେ ସମସ୍ତ ଯାତ୍ରୀ ଶୋଇ ପଡ଼ିଥିବା ନେଇ ପୋଲିସ ସୂଚନା ଦେଇଥିଲା।