ନିର୍ଭୟା ଘଟଣା: ଅଭିଯୁକ୍ତ ପବନ କୁମାରଙ୍କ ଆବେଦନ ଖାରଜ, ଓକିଲଙ୍କୁ ଜୋରିମାନା
Advertisement
Article Detail0/zeeodisha/odisha612539

ନିର୍ଭୟା ଘଟଣା: ଅଭିଯୁକ୍ତ ପବନ କୁମାରଙ୍କ ଆବେଦନ ଖାରଜ, ଓକିଲଙ୍କୁ ଜୋରିମାନା

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଠାଇଛନ୍ତି ହାଇକୋର୍ଟ

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାରେ ଏକ ପ୍ରକାର ପୂର୍ଣ୍ଣଛେଦ ପଠାଇଛନ୍ତି ହାଇକୋର୍ଟ । ଅଭିଯୁକ୍ତ ପବନ ଗୁପ୍ତା ନିଜକୁ ନାବାଳକ ଦର୍ଶାଇ ଆବେଦନ କରିଥିବା ଯାଚିକାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏହା ସହିତ କୋର୍ଟ ଓକିଲ ଏପି ସିଂହଙ୍କୁ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଲୁଚକାଳି ଖେଳ ଖେଳୁଥିବା ଦର୍ଶାଇ ହାଇକୋର୍ଟ ଏପି ସିଂହଙ୍କ ଉପରେ ୨୫ ହଜାର ଟଙ୍କା ଜରିମନା କରିଥିବା ଜଣାପଡ଼ିଛି । ଏହା ସହିତ ଦୋଷୀ ପବନ ଗୁପ୍ତାଙ୍କ ସମ୍ପର୍କରେ ଭୁଲ ତଥ୍ୟ ଦାଖଲ କରିଥିବା ଦର୍ଶାଇ ତାଙ୍କ ବିରୋଧରେ ତଦନ୍ତ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । 

ଏଠାରେ କହି ରଖୁଛୁ କି ପୂର୍ବରୁ ସୁପ୍ରିମକୋର୍ଟ ୨୪ ଜାନୁୟାରୀ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ । ଏହା ପୂର୍ବରୁ ସୁପ୍ରିମକୋର୍ଟ ରିଭ୍ୟୁ ପିଟିସନ ଖାରଜ କରିବା ସହିତ ଫାଶୀ ଦଣ୍ଡାଦେଶକୁ ଜାରି ରଖିଥିଲେ । ମାତ୍ର ସୁପ୍ରିମକୋର୍ଟ ଶୁଣାଣି ତାରିଖ ଘୁଞ୍ଚାଇବା ଦେଖି ନିର୍ଭୟାଙ୍କ ମା ଆଜି ଶୁଣାଣି କରିବାକୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ନିର୍ଭୟା ମାଙ୍କ ଏହି ଅନୁରୋଧ ରକ୍ଷା କରି ହାଇକୋର୍ଟ ମାମଲାର ଶୁଣାଣି କରିବାକୁ ରାଜି ହୋଇ ଯାଇଥିଲେ । 

ନାବାଳକ ହେବାର ଦାବି କରିଥିଲେ ପବନ
ଏହା ନିଶ୍ଚିତ ହୋଇ ଯାଇଛି ଯେ, ନିର୍ଭୟା ହତ୍ୟାକାଣ୍ଡରେ ସାମିଲ ଥିବା ୪ ଦୋଷୀଙ୍କୁ ଫାଶୀ ନିଶ୍ଚିତ ହୋଇ ଯାଇଛି । ତେବେ ଏହାକୁ ବିରୋଧ କରି ପୂର୍ବରୁ ଅକ୍ଷୟ ରିଭ୍ୟୁ ପିଟିସନ ଦାଖଲ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ପବନ ଗୁପ୍ତା ବୁଧବାର କୋର୍ଟରେ ଏକ ଯାଚିକା ଦାଖଲ କରି ଘଟଣା ସମଯରେ ସେ ନାବାଳକ ଥିଲେ ବୋଲି ଦାବି କରିଥିଲେ । ପବନ ଗୁପ୍ତାର ଓକିଲ ଏପି ସିଂ କୋର୍ଟରେ ଯୁକ୍ତି ବାଢିଥିଲେ କି, ଟ୍ରାଏଲ କୋର୍ଟ ଏହି ମାମଲା ଉପରେ ଭୁଲ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ମହକିଲଙ୍କ ପକ୍ଷକୁ ଠିକ ଭାବେ ରଖାଯାଇନାହିଁ ବୋଲି ସେ କହିଛନ୍ତି । 

ଡେଥ ଓ୍ୱାରେଣ୍ଟ ଜାରି କରିବା ନେଇ ୭ରେ ଶୁଣାଣି
ନିର୍ଭୟା ଘଟଣାର ଦୋଷୀ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନକୁ ବୁଧବାର ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏହି ନିଷ୍ପତ୍ତିକୁ ନେଇ ନିର୍ଭୟାଙ୍କ ମା କୋର୍ଟରୁମରେ ବେଶ ଖୁସି ଜାହିର କରିଦେଇଥିଲେ । ମାତ୍ର ପଟିଆଲା ହାଉସ କୋର୍ଟରୁ ଡେଥ ଓ୍ୱାରେଣ୍ଟ ଜାରି ନ ହେବାରୁ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ସେ କୋହଭରା କଣ୍ଠରେ କହିଥିଲେ କି, ଆମକୁ କେବଳ ତାରିଖ ପରେ ତାରିଖ ମିଳୁଛି । ମାତ୍ର ମୋ ଝିଅକୁ ନ୍ୟାୟ ମିଳି ପାରୁନାହିଁ ।