Nirmala Sitharaman's Daughter Ties : ବିନା ଅତିଥିରେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ବାଜିଲା ସାହାନାଇ, ସରିଲା ସୀତାରମଣଙ୍କ ଝିଅଙ୍କ ବିବାହ
Advertisement
Article Detail0/zeeodisha/odisha1730423

Nirmala Sitharaman's Daughter Ties : ବିନା ଅତିଥିରେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ବାଜିଲା ସାହାନାଇ, ସରିଲା ସୀତାରମଣଙ୍କ ଝିଅଙ୍କ ବିବାହ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘରେ ବାଜିଲା ବିବାହ ସାହାନାଇ। କେନ୍ଦ୍ରମନ୍ତ୍ରୀଙ୍କ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପାରାକାଲା ୱାଙ୍ଗମାଇ ତାଙ୍କ ବେଙ୍ଗାଲୁରୁ ଘରେ ଆୟୋଜିତ ଏକ ସରଳ ସମାରୋହରେ ଗୁଜରାଟର ପ୍ରତୀକଙ୍କୁ ବିବାହ କରିଛନ୍ତି।

Nirmala Sitharaman's Daughter Ties : ବିନା ଅତିଥିରେ କେନ୍ଦ୍ରମନ୍ତ୍ରୀଙ୍କ ଘରେ ବାଜିଲା ସାହାନାଇ, ସରିଲା ସୀତାରମଣଙ୍କ ଝିଅଙ୍କ ବିବାହ

Nirmala Sitharaman's Daughter Ties ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘରେ ବାଜିଲା ବିବାହ ସାହାନାଇ। କେନ୍ଦ୍ରମନ୍ତ୍ରୀଙ୍କ ଝିଅ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପାରାକାଲା ୱାଙ୍ଗମାଇ ତାଙ୍କ ବେଙ୍ଗାଲୁରୁ ଘରେ ଆୟୋଜିତ ଏକ ସରଳ ସମାରୋହରେ ଗୁଜରାଟର ପ୍ରତୀକଙ୍କୁ ବିବାହ କରିଛନ୍ତି। ବାଙ୍ଗାଲୋରର ଏକ ହୋଟେଲରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ସୂଚନାନୁସାରେ, ବିବାହ ସମୟରେ କେବଳ ପରିବାର ଏବଂ କିଛି ସାଙ୍ଗ ଉପସ୍ଥିତ ଥିଲେ। ଏହି କାର୍ଯ୍ୟ ପାଇଁ କୌଣସି ରାଜନୈତିକ ହେଭିୱେଟଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା। ପ୍ରତୀକଙ୍କ ସହ ପାରାକାଲାଙ୍କ ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ ଉଦୁପି ଆଦାମାରୁ ମତ୍ତଙ୍କ ସାଧୁମାନଙ୍କ ଆଶୀର୍ବାଦରେ ହୋଇଥିଲା।

ସୀତାରମଣଙ୍କ ଝିଅ ଓ୍ୱାଙ୍ଗମାଇ ଜଣେ ଫିଚର ଲେଖିକା। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ନର୍ଥ ଓ୍ୱେଷ୍ଟର୍ଣ୍ଣ ମେଡ଼ିଲ ସ୍କୁଲ ଅଫ ଜର୍ଣ୍ଣାଲିଜମରୁ ସାମ୍ବାଦିକତା କ୍ଷେତ୍ରରେ ଶିକ୍ଷା ଲାଭ କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ୨୦୧୯ ସେପ୍ଟେମ୍ବର ମାସରେ ଡଟର୍ସ ଡେ ଦିନ ପାରାକାଲଙ୍କ ସହିତ ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ସେ ଟ୍ୱିଟ କରି କହିଥିଲେ କି ପାରାକାଲା ଜଣେ ବନ୍ଧୁ, ଦାର୍ଶନିକ ତଥା ମାର୍ଗଦର୍ଶକ ଅଟନ୍ତି। 

Also Read: Horoscope Today 09 June 2023: ମାଲେମାଲ ହେବେ ଏହିସବୁ ରାଶି, ଏହି ରାଶି ଲାଗି ରହିଛି ବିପଦ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Also Read: IND vs AUS: ରୋହିତ-ବିରାଟ ଭାଙ୍ଗିଲେ ପ୍ରଶଂସକଙ୍କ ହୃଦୟ! ବଡ଼ ମ୍ୟାଚରେ ବିଫଳ ବଡ଼ ଖେଳାଳି, ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ଦବଦବା

Also Read: WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ଦଳର ବଡ ସଫଳତା; ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଲା