ମହାରାଷ୍ଟ୍ର ବିଧାନସଭା: ନେତାଙ୍କୁ ଭୟ ୬୦୨ କ୍ୟାବିନ
Advertisement
Article Detail0/zeeodisha/odisha617894

ମହାରାଷ୍ଟ୍ର ବିଧାନସଭା: ନେତାଙ୍କୁ ଭୟ ୬୦୨ କ୍ୟାବିନ

ମହାରାଷ୍ଟ୍ର ବିଧାନସଭାରେ ଅଛି ୬୦୨ କ୍ୟାବିନ, ଯେଉଁଠି କୌଣସି ମନ୍ତ୍ରୀ ବସିବାକୁ ନାରାଜ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ନୂଆ ମେଣ୍ଟ ସରକାର ଗଠନ ହେବା ପରେ ଏବେ ମନ୍ତ୍ରୀମଣ୍ଡଳ ବିସ୍ତାର ମଧ୍ୟ ହୋଇଛି । ମନ୍ତ୍ରୀମଣ୍ଡଳ ବିସ୍ତାର ହେବା ପରେ ଏବେ ବିଧାନସଭାରେ କାର୍ଯ୍ୟାଳୟ ବଣ୍ଟନ କାମ ମଧ୍ୟ ଆରମ୍ଭ ହୋଇ ଯାଇଛି । ଆଉ ଏହି ସବୁ ମଧ୍ୟରେ ମହାରାଷ୍ଟ୍ର ବିଧାନସଭାରେ ଏପରି ଏକ କ୍ୟାବିନ ରହିଛି ଯେଉଁ କ୍ୟାବିନକୁ କେହି ବି ନେବାକୁ ନାରାଜ । ଏପରିକି ଏହି କ୍ୟାବିନ ବା କାର୍ଯ୍ୟାଳୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ନେବାକୁ ନାରାଜ ।

ଛଅ ମହଲାରେ ଥିବା ତିନି ହଜାର ବର୍ଗ ଫୁଟର ଏହି କାର୍ଯ୍ୟାଳୟଟି ବା କ୍ୟାବିନ ନମ୍ୱର ୬୦୨ରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ବଡ଼ ବଡ଼ ନେତା ବସୁଥିଲେ । ଆଉ ପରେ କିଛି ଦିନ ପାଇଁ ଏହି କାର୍ଯ୍ୟାଳୟକୁ କନଫରେନ୍ସ ହଲ ଭାବେ ବ୍ୟବହାର ମଧ୍ୟ କରାଯାଉଥିଲା । ମାତ୍ର ମହା ବିକାଶ ଅଘାଡିର କୌଣସି ବି ମନ୍ତ୍ରୀ ଏହି କାର୍ଯ୍ୟଳୟରେ ବସି କାମ କରିବାକୁ ଚାହୁଁନାହାନ୍ତି । ଆଉ ଏହା ପଛରେ ଥିବା କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ ।  

ମନ୍ତ୍ରୀମାନଙ୍କ ମତରେ ଏହି କାର୍ଯ୍ୟଳୟରେ ଯିଏ ବି ବସେ ତାର କାର୍ଯ୍ୟକାଳ ପୂରା ହୁଏ ନାହିଁ । ଅର୍ଥାତ ୫ ବର୍ଷ ପାଇଁ ମିଳିଥିବା ଶାସନ ଡୋରିକୁ ଅଧାରୁ ଛାଡ଼ିବାକୁ ପଡିଥାଏ । ସେ କାରଣ ଯାହା ହେଉ ନା କାହିଁକି କାର୍ଯ୍ୟାଳୟରେ ବସୁଥିବା ମନ୍ତ୍ରୀର ପଦ ଚାଲିଯାଇଥାଏ ବା ତାର ମୃତ୍ୟୁ ହୋଇଥାଏ । ଏହି ଭଳି କିଛି ଅନ୍ଧବିଶ୍ୱାସରେ କୌଣସି ମନ୍ତ୍ରୀ ସେହି କାର୍ଯ୍ୟାଳୟରେ କାମ କରିବାକୁ ଚାହୁଁ ନାହାନ୍ତି । 

୨୦୧୪ରେ ବିଜେପି ସରକାର ଗଠନ କରିବା ପରେ ବିଜେପିର ତତକାଳୀନ କ୍ୟାବିନେଟ ମନ୍ତ୍ରୀ ବା ବଡ଼ ନେତା ଏକନାଥ ଖଡସେଙ୍କୁ ଏହି କ୍ୟାବିନରେ କାର୍ଯ୍ୟକରିବାକୁ ମିଳିଥିଲା । ଯଦିଓ ଏହି ମନ୍ତ୍ରୀ ନିଜେ ଏକ ଘୋଟାଲାରେ ଫସି ଥିଲେ ଆଉ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା ମାତ୍ର ସେ କ୍ୟାବିନକୁ ଦାୟୀ କରିଥିଲେ ।

fallback

ଖଡସେ ସେହି ସମୟରେ କୃଷି, ରାଜସ୍ୱ ଏବଂ କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ  । ଖଡସେଙ୍କ ଇସ୍ତଫା ପରେ କିଛି ଦିନ ପାଇଁ ଏହି କାର୍ଯ୍ୟାଳୟ ଖାଲି ପଡିଥିଲା । ଆଉ ତାପରେ ନୂଆ କୃଷି ମନ୍ତ୍ରୀ ପାଣ୍ଡୁରଙ୍ଗ ପୁଣ୍ଡଲିକଙ୍କୁ ଏହି କ୍ୟାବିନ ମିଳିଥିଲା । ପାଣ୍ଡୁରଙ୍ଗ କାର୍ଯ୍ୟ ସମ୍ଭାଳିବାର ଦୁଇ ବର୍ଷ ପରେ ତାଙ୍କର ହାର୍ଟ ଆର୍ଟାକରେ ୨୦୧୮ ମସିହାରେ ମୃତ୍ୟୁ ହୋଇଥିଲା । ଆଉ ତାପରେ ୨୦୧୯ ଜୁନ ପର୍ଯ୍ୟନ୍ତ ଏହି କ୍ୟାବିନ କାହାକୁ ବି ଦିଆ ଯାଇ ନ ଥିଲା ।

ତାପରେ ୨୦୧୯ରେ ନୂତନ କୃଷିମନ୍ତ୍ରୀ ଭାବେ ଅନିଲ ସୁଖଦେବ ବୋଡେଙ୍କୁ ଦାୟିତ୍ୱ ମିଳିଥିଲା ଆଉ କାର୍ଯ୍ୟଭାର ସମ୍ଭାଳିବା ପାଇଁ ତାଙ୍କୁ ସେହି କ୍ୟାବିନ ମିଳିଥିଲା । ଆଉ ଯେତେବେଳେ ଅନିଲ ମଧ୍ୟ ଚଳିତ ନିର୍ବାଚନରେ ନିଜ ଆସନରୁ ହାରିଗଲେ ସେତେବେଳେ ଏହି ଚର୍ଚ୍ଚା ଆହୁରି ଜୋର ଧରି ଥିଲା । କୃଷିମନ୍ତ୍ରୀ ନିଜ ଆସନରୁ ହାରିବା ସହିତ ବିଜେପି ମଧ୍ୟ ସରକାର ଗଠନ କରିବାରେ ବିଫଳ ହେଲା । 

କେହିକେହି କୃଷିମନ୍ତ୍ରୀ ପଦ ବିପଦ ବୋଲି କହୁଥିବାବେଳେ ଆଉ କେହି କେହି କ୍ୟାବିନକୁ ଦାୟୀ କରିଥିଲେ । ଶିବସେନାର ବରିଷ୍ଠ ନେତା ଅଜିତ ପାୱାର ଏହି କାର୍ଯ୍ୟାଳୟରେ ପୂର୍ବରୁ କାମ କରି ସାରିଥିବାବେଳେ ବର୍ତ୍ତମାନ ସେ ଏହି କାର୍ଯ୍ୟାଳୟରେ କାମ କରିବାକୁ ରାଜି ହୋଇ ନାହାନ୍ତି । ସେପଟେ ଏହି ଚର୍ଚ୍ଚା ମୂଲ୍ୟହୀନ ବୋଲି କହିଛି ମହା ବିକାଶ ଅଘାଡି ଦଳ । ଆଉ ଖୁବ ଶୀଘ୍ର ଏହି କ୍ୟାବିନକୁ ମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି କହିଛି ପ୍ରଶାସନ ।