ଯୋଗିଙ୍କୁ ଭେଟିବା ପଡ଼ିଲା କି ମହଙ୍ଗା ! ଅକ୍ଷୟଙ୍କୁ ଶିବସେନାର ଟାର୍ଗେଟ
Advertisement
Article Detail0/zeeodisha/odisha797988

ଯୋଗିଙ୍କୁ ଭେଟିବା ପଡ଼ିଲା କି ମହଙ୍ଗା ! ଅକ୍ଷୟଙ୍କୁ ଶିବସେନାର ଟାର୍ଗେଟ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Aadityanath) ମହାରାଷ୍ଟ୍ର (Maharastra) ଗସ୍ତକୁ ହଜମ କରିପାରୁନି ଶିବସେନା (Shivsena)। ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଯୋଗୀଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ଶିବସେନା ସାଂସଦ (Shivsena MP) ସଞ୍ଜୟ ରାଉତ (Sanjay Raut) ଯୋଗୀଙ୍କୁ ଟାର୍

ଯୋଗିଙ୍କୁ ଭେଟିବା ପଡ଼ିଲା କି ମହଙ୍ଗା ! ଅକ୍ଷୟଙ୍କୁ ଶିବସେନାର ଟାର୍ଗେଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Aadityanath) ମହାରାଷ୍ଟ୍ର (Maharastra) ଗସ୍ତକୁ ହଜମ କରିପାରୁନି ଶିବସେନା (Shivsena)। ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଯୋଗୀଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ଶିବସେନା ସାଂସଦ (Shivsena MP) ସଞ୍ଜୟ ରାଉତ (Sanjay Raut) ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି । କେବଳ ଯୋଗୀ ନୁହନ୍ତି, ଯୋଗୀଙ୍କୁ ଭେଟିଥିବା ବରିଷ୍ଠ ଅଭିନେତା ଅକ୍ଷୟ କୁମାରଙ୍କୁ (Akshay Kumar) ମଧ୍ୟ ସେ ସମାଲୋଚନା କରିଛନ୍ତି । ପରୋକ୍ଷରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ଦେଇ ସଞ୍ଜୟ କହିଛନ୍ତି କି, ଅକ୍ଷୟ କୁମାର ମୁମ୍ବାଇ ସହିତ ବିଶ୍ୱାସଘାତକ କରିଛନ୍ତି । ଏହା ତାଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି ସଞ୍ଜୟ କହିଛନ୍ତି। ସୂଚନାଯୋଗ୍ୟ ଯୋଗୀ ମୁମ୍ବାଇ ଗସ୍ତ କରିଥିବା ବେଳେ ଅକ୍ଷୟ କୁମାର (Akshay Kumar) ତାଙ୍କୁ ହୋଟେଲରେ ଭେଟିଥିଲେ । 

ଅଧିକ ପଢନ୍ତୁ: ରାଜ୍ୟ ରାଜନୀତିରେ ହଇଚଇ: ବିଜେପି ଉପରେ ବର୍ଷିଲା କଂଗ୍ରେସ

ସଞ୍ଜୟ କହିଛନ୍ତି କି, ସେ ଆମ୍ବ ଟୋକେଇ ସହ ସେମାନଙ୍କୁ ଭେଟିବାକୁ ଯାଇଥିବା ପରି ମନେହୁଏ । ରାଉତ କହିଛନ୍ତି ଯେ ଯଦି ସେ ମୁମ୍ବାଇର ଫିଲ୍ମ ସିଟି ଉତ୍ତରପ୍ରଦେଶକୁ (Uttarpradesh) ନେଇ ଆଲୋଚନା କରନ୍ତି, ତେବେ ଏହା ଏକ ପରିହାସ। ମୁଁ ପଚାରିବାକୁ ଚାହେଁ ଯେ ସାରା ଦେଶରେ ଫିଲ୍ମସିଟି (Film City) ରହିଛି। ତେବେ ଦେଶର ସବୁଠାରୁ ଫିଲ୍ମସିଟିକୁ ନେଇ ଉତ୍ତରପ୍ରଦେଶ (Uttarpradesh) ନେଇଯିବେ କି ? କିମ୍ବା ସେମାନେ କେବଳ ମୁମ୍ବାଇ (Mumbai) ସହିତ ବିଶ୍ୱାସଘାତକ କରିଛନ୍ତି। ସଞ୍ଜୟ କହିଛନ୍ତି ଯେ ମୁଁ ପଚାରିବାକୁ ଚାହେଁ ନୋଏଡା (Noida) ରେ ହେବାକୁ ଥିବା ଫିଲ୍ମ ସିଟି (Film City) କୁଆଡ଼େ ଗଲା? ସେଠାରେ କେତେ ସୁଟିଂ ହେଉଛି?

ଏହାପୂର୍ବରୁ ଉଦ୍ଧବ ଠାକରେ ମଧ୍ୟ ସିଏମ ଯୋଗୀଙ୍କ ଗସ୍ତରେ ଆକ୍ରମଣକାରୀ ହୋଇଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ସେ ରାଜ୍ୟରୁ କାହାକୁ 'ବାଧ୍ୟତାମୂଳକ' ବ୍ୟବସାୟ କରିବାକୁ ଦେବେ ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ ମହାରାଷ୍ଟ୍ର କାହାର ବିକାଶ ପାଇଁ ଈର୍ଷା ପରାୟଣ ନୁହେଁ, ଯଦି ଏହା ଉଚିତ ପ୍ରତିଯୋଗିତାରେ ଥାଏ।

ଅଧିକ ପଢନ୍ତୁ: ମହାମେଣ୍ଟର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଚିରାଗ ପାସୱାନ

ସେହିପରି ମହାରାଷ୍ଟ୍ରର ମେଣ୍ଟ ସରକାର ସହଯୋଗୀ ଦଳ କଂଗ୍ରେସର ପ୍ରବକ୍ତା ସଚିନ ସାଓ୍ୱନ୍ତ କହିଛନ୍ତି କି, ହିନ୍ଦୀ ସିନେ ଇଣ୍ଡଷ୍ଟ୍ରୀ ବଲିଉଡ଼କୁ ଏଠାରୁ ସ୍ଥାନାନ୍ତର କରିବାକୁ ପ୍ରୟାସ ଜୋରଦାର କରାଯାଉଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ କି, ମହାରାଷ୍ଟ୍ରରେ ଯେକୌଣସି ବ୍ୟକ୍ତି ଆସି ନିଜର ଉନ୍ନତି ପାଇଁ କାର୍ଯ୍ୟ କରିପାରନ୍ତି । କିନ୍ତୁ ଏଠାରୁ ଅନୁଷ୍ଠାନକୁ ହଟାଇବା ପାଇଁ ଯିଏ ବି ଉଦ୍ୟମ କରିବ ତାଙ୍କୁ କଡ଼ା ଯବାବ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କ ରାଜ୍ୟ ବ୍ୟବହାର କରିଥିବା 'Magnetic Maharashtra' ଟ୍ୟାଗଲାଇନ୍ ବିଷୟରେ ଉଲ୍ଲେଖ କରି ଠାକରେ କହିଛନ୍ତି ଯେ ମହାରାଷ୍ଟ୍ରର ସଂସ୍କୃତି ଏବଂ ଅନୁଷ୍ଠାନର ଶକ୍ତି ଅଛି।