Noorjahan Mango: ଦାମ ଓ ଓଜନ ଶୁଣିଲେ ଉଡ଼ିଯିବ ହୋସ
Advertisement

Noorjahan Mango: ଦାମ ଓ ଓଜନ ଶୁଣିଲେ ଉଡ଼ିଯିବ ହୋସ

ମାତ୍ର ଏବେ ବଜାରରେ ଚର୍ଚ୍ଚା ସୃଷ୍ଟି କରିବାକୁ ଯାଉଛି ନୂରଜାହାଁ ଆମ୍ବ।

Noorjahan Mango: ଦାମ ଓ ଓଜନ ଶୁଣିଲେ ଉଡ଼ିଯିବ ହୋସ

Noorjahan Mango:ଦେଶର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବଜାରକୁ ଆସିଲାଣି ବିଭିନ୍ନ କିସମର ଭଳିକି ଭଳି ଆମ୍ବ। ମାତ୍ର ଏବେ ବଜାରରେ ଚର୍ଚ୍ଚା ସୃଷ୍ଟି କରିବାକୁ ଯାଉଛି ନୂରଜାହାଁ ଆମ୍ବ। ଯାହାର ଦାମ ଓ ଓଜନ ଉଡାଇଦେବ ଜଣେ ସାଧାରଣ ଖାଉଟିଙ୍କ ହୋସ।  

ବଜାରରେ ଚହଳ ସୃଷ୍ଟି କରିବାକୁ ଯାଉଥିବା ନୂରଜାହାଁ ଆମ୍ବର ଓଜନ ୪ କେଜି ରହିଥିବା ବେଳେ ଏହାର ମୂଲ୍ୟ ହେଉଛି ୨ ହଜାର ଟଙ୍କା। ଯଦି ପରିବେଶ ପରିସ୍ଥିତି ଠିକ ରହେ ତାହେଲେ ଏହି ଆମ୍ବର ଓଜନ ୪ କିଲୋଗ୍ରାମ ରହିବା ନେଇ ପୂର୍ବାନୁମାନ କରିଛନ୍ତି ଜଣେ ଉତ୍ପାଦକ। ଆଫଗାନିସ୍ତାନ ମୂଳର ଏକ ଫଳ ହେଉଛି ନୂରଜାହାଁ ଆମ୍ବ। ଭାରତରେ ନୂରଜାହାଁ ଆମ୍ବର ଗଛ ମଧ୍ୟ ପ୍ରଦେଶର ଅଲୀରାଜପୁର ଜିଲ୍ଲାର କଠିୱାଡ଼଼ ଅଞ୍ଚଳରେ ରହିଛି।   

ଏହି ଆମ୍ବ ଚାଷ କରୁଥିବା ଶିବରାଜ ସିଂହ ଜାଧବ ନାମକ ଜଣେ ଚାଷୀ କହିଛନ୍ତି ଏଥର ମୋ ବଗିଚାରେ ୨୫୦ ଆମ୍ବ ଫଳିଛି। ଏହି ଆମ୍ବ ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବିକ୍ରି ଲାଗି ବଜାରରେ ଉପଲବ୍ଧ ହେବ। ଗୋଟିଏ ନୂରଜାହାଁ ଆମ୍ବର ଓଜନ ୪ କିଲୋଗ୍ରାମ କିମ୍ବା ଏହା ଠାରୁ ଅଧିକ ହେବା ନେଇ ପୂର୍ବାନୁମାନ କରିଛନ୍ତି ସେ। 

Also Read: ଗଛରୁ ମିଳିଲା ଚଢେଇ ଆକୃତିର ଆମ୍ବ

ଜଳବାୟୁ ପରିବର୍ତ୍ତନ ପ୍ରଭାବ କାରଣରୁ ଆମ୍ବ ବଉଳ ଗଛରେ ବଞ୍ଚି ପାରୁନାହିଁ। ଏହା ଫଳରେ ପରିଣତ ହେବା ପୂର୍ବରୁ ଗଛରୁ ଝଡ଼ିପଡିଛି। ଗତ ବର୍ଷ ଗୋଟିଏ ନୂରଜାହାଁ ଆମ୍ବର ହାରାହାରି ଓଜନ ୩.୮୦ କିଲୋଗ୍ରାମ ରହିଥିଲା। ନୂରଜାହାଁ ଆମ୍ବ କିଣିବା ପାଇଁ ଲୋକେ ଆଗୁଆ ବୁକିଂ କରୁଛନ୍ତି। ମାତ୍ର ଏହି ଆମ୍ବ ପାଚିବାକୁ ଆହୁରି ଦେଢ ମାସ ସମୟ ବାକି ରହିଛି। ଜୁନ ମାସରେ ଏହି ଆମ୍ବ ପାଚିବା ପରେ ବିକ୍ରି ଲାଗି ବଜାରରେ ଉପଲବ୍ଧ ହେବ।    

ପାଣିପାଗ ଉପରେ କୌଣସି ଭରସା ନାହିଁ। ଝଡ ତୋଫାନ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନଜରରେ ଆଗୁଆ ବୁକିଂ ରଖିବା ପୂର୍ବରୁ ବିଚାର କରୁଛି। ଏଥର ନୂରଜାହାଁ ଆମ୍ବର କିଲୋଗ୍ରାମ ପିଛା ମୂଲ୍ୟ ୧୦୦୦-୨୦୦୦ ଟଙ୍କାରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଚାଷୀ ଶିବରାଜ ସିଂହ ଜାଧବ। ଗତ ଏହାର କିଲୋଗ୍ରାମ ପିଛା ମୂଲ୍ୟ ୫୦୦-୧୫୦୦ ଟଙ୍କା ରହିଥିଲା।    

Also Read: Guinness World Record କଲା ଆମ୍ବ; ଓଜନ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜାନୁଆରୀ-ଫେବୃଆରୀ ମାସରୁ ନୂରଜାହାଁ ଆମ୍ବ ଗଛରେ ଫଳ ଫଳିବା ଆରମ୍ଭ ହୋଇଥାଏ। ଜୁନ ମାସରେ ପାଚିଯିବା ପରେ ଏହି ଆମ୍ବ ବିକ୍ରି ଲାଗି ବଜାରରେ ଉପଲବ୍ଧ ହୋଇଥାଏ। ଏହି ଆମ୍ବ ଏକ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥିବା ବେଳେ ଏହାର ଟାକୁଆର ଓଜନ ୧୫୦-୨୦୦ ଗ୍ରାମ ହୋଇଥାଏ।