ମିଳିଲା କୋରୋନାର କେବଳ ଗୋଟିଏ ମାମଲା, ସାରା ଦେଶରେ ଲାଗିଲା ଲକଡାଉନ୍
Advertisement

ମିଳିଲା କୋରୋନାର କେବଳ ଗୋଟିଏ ମାମଲା, ସାରା ଦେଶରେ ଲାଗିଲା ଲକଡାଉନ୍

Coronavirus in North Korea: ଏହା ପରେ ଉତ୍ତର କୋରିଆରେ ପ୍ରତିବନ୍ଧକ ମଧ୍ୟ ଘୋଷଣା କରାଯାଇଛି । ଯଦିଓ କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବରୁ ମଧ୍ୟ କୋରିଆରେ କୋରୋନା ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଥିଲା । କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ପ୍ୟୋଙ୍ଗୟାଙ୍ଗରେ ମିଳିଥିବା ରୋଗୀର ଜ୍ୱରର ଲକ୍ଷଣ ରହିଛି ଓ ଅନୁସନ୍ଧାନ ପରେ ଓମିକ୍ରନ୍ BA.2 ଭାରିଆଣ୍ଟ ନିଶ୍ଚିତ ହୋଇଛି ।

ମିଳିଲା କୋରୋନାର କେବଳ ଗୋଟିଏ ମାମଲା, ସାରା ଦେଶରେ ଲାଗିଲା ଲକଡାଉନ୍

ନୂଆଦିଲ୍ଲୀ: Coronavirus in North Korea: ଦୁନିଆର କିଛି ଦେଶରେ କୋରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ କିଛି ରାଜ୍ୟରେ କୋରୋନା ମାମଲା (Coronavirus Cases in India) ରେ ବୃଦ୍ଧି ଦେଖାଦେଇଛି । ଏହି ସମୟରେ ଉତ୍ତର କୋରିଆ (North Korea) କୋରୋନା ସଂକ୍ରମଣର ପ୍ରଥମ ମାମଲାକୁ ଚିହ୍ନଟ ହୋଇଛି । ଯାହା ପରେ ଦେଶବ୍ୟାପୀ ଲକଡାଉନ୍ (Lockdown) କରିବାର ଘୋଷଣା ମଧ୍ୟ କରାଯାଇଛି । ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ (North Korean Dictator Kim Jong Un) ଙ୍କ ଦ୍ୱାରା ଏହି ଲକଡାଉନର ନାମ 'ଗୁରୁତର ଜରୁରୀକାଳୀନ ପରିସ୍ଥିତି' ରଖାଯାଇଛି । ଏହାପୂର୍ବରୁ ଉତ୍ତର କୋରିଆ ଏପର୍ଯ୍ୟନ୍ତ ସ୍ୱୀକାର କରୁ ନଥିଲା ଯେ ସେଠାରେ କୌଣସି କୋରୋନା ମାମଲା ମିଳିଛି । କିନ୍ତୁ ବର୍ତ୍ତମାନ ମାମଲାର ପୃଷ୍ଟି ଉତ୍ତର କୋରିଆ ନିଜେ କରିଛି ।

ଏହା ପରେ ଉତ୍ତର କୋରିଆରେ ପ୍ରତିବନ୍ଧକ ମଧ୍ୟ ଘୋଷଣା କରାଯାଇଛି । ଯଦିଓ କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବରୁ ମଧ୍ୟ କୋରିଆରେ କୋରୋନା ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଥିଲା । କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ପ୍ୟୋଙ୍ଗୟାଙ୍ଗରେ ମିଳିଥିବା ରୋଗୀର ଜ୍ୱରର ଲକ୍ଷଣ ରହିଛି ଓ ଅନୁସନ୍ଧାନ ପରେ ଓମିକ୍ରନ୍ BA.2 ଭାରିଆଣ୍ଟ ନିଶ୍ଚିତ ହୋଇଛି ।

କିମ ଜୋଙ୍ଗ ଉନ (Kim Jong Un) ଗୁରୁବାର ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଡାକିଛନ୍ତି ଓ ପରେ କୋରୋନା ସଙ୍କଟର ମୁକାବିଲା ପାଇଁ ଲକଡାଉନ୍ ଲଗାଇବାକୁ ଘୋଷଣା କରିଛନ୍ତି । କିମ ଜୋଙ୍ଗ ଉନ୍ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ସହରରେ ଲକଡାଉନ୍ ଲାଗୁ କରାଯାଉ ଓ ପ୍ରତିବନ୍ଧକ ପାଳନ କରାଯାଉ । ତେବେ କୋରିଆ ନାଗରିକଙ୍କ ଉପରେ କେଉଁ ପ୍ରତିବନ୍ଧକ ଲଗାଯାଇଛି ତାହା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ । ଲକଡାଉନ୍ ଘୋଷଣା କରି କିମ ଜୋଙ୍ଗ ଉନ୍ ନିଶ୍ଚିତ କରିଛନ୍ତି ଯେ କୋରୋନା ସଂକ୍ରମଣରୁ ଦେଶ ଜିତିବ । ସେ କହିଛନ୍ତି ଯେ ଯେଉଁ ପରିସ୍ଥିତି ଉପୁଜିଛି ଆମେ ଏହାକୁ ଦୂର କରିବୁ ଓ ଶୀଘ୍ର ଆମେ ଏହା ଉପରେ ବିଜୟ ହାସଲ କରିବୁ ।

ଏହା ବି ପଢ଼ନ୍ତୁ:-'ତାଜମହଲ କିଏ ନିର୍ମାଣ କରିଛନ୍ତି, ଯାଆନ୍ତୁ ପ୍ରଥମେ ପଢ଼ିବେ', ୨୨ କୋଠରୀ ଖୋଲିବା ଉପରେ ଆବେଦନକାରୀଙ୍କୁ ହୋଇକୋର୍ଟଙ୍କ ତାଗିଦ

ଏହା ବି ପଢ଼ନ୍ତୁ:-ବିଜେପି ସଂଖ୍ୟାଲଘୁ ତ କଂଗ୍ରେସ ଯୁବ ବର୍ଗଙ୍କୁ ଆକର୍ଷିତ କରିବାରେ ବ୍ୟସ୍ତ, ଜାଣନ୍ତୁ ୨୦୨୪ ପାଇଁ ନଡ୍ଡା ଓ ସୋନିଆଙ୍କ କ'ଣ ରହିଛି ପ୍ଲାନ

ଏହା ବି ପଢ଼ନ୍ତୁ:-7th Pay Commission ପରେ ଆସିବନି ଅଷ୍ଟମ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ହେବ ନୂଆ ଫର୍ମୂଲା

 

ଉତ୍ତର କୋରିଆରେ ଏପର୍ଯ୍ୟନ୍ତ କେତେ କୋରୋନା ମାମଲା ଦେଖିବାକୁ ମିଳିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ମାତ୍ର ଗୋଟିଏ ମାମଲା ନିଶ୍ଚିତ ହୋଇଛି । ଏହା ଆଶଙ୍କା କରାଯାଉଛି ଯେ ଦେଶରେ ବଡ଼ ଧରଣର ସଂକ୍ରମଣ ମାମଲା ହୋଇଥାଇପାରେ, କେବଳ ସେତେବେଳେ ତାଲା ପକାଇବାର ଘୋଷଣା କରାଯାଇଛି । ବାସ୍ତବରେ ଉତ୍ତର କୋରିଆର ଜନସଂଖ୍ୟା ୨.୫ କୋଟି ଓ ଏପର୍ଯ୍ୟନ୍ତ ସେଠାରେ କୌଣସି ଟିକାକରଣ ଅଭିଯାନ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କ ସାମ୍ନାରେ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ମନେ କରାଯାଉଛି । ସିଓଲ୍ ଭିତ୍ତିକ ପ୍ରଫେସର ଲେଫ୍ ଏରିକ୍ ଆଇସଲି କହିଛନ୍ତି ଯେ ପ୍ୟୋଙ୍ଗୟାଙ୍ଗ ଏହି ମାମଲାକୁ ସର୍ବସାଧାରଣରେ ସ୍ୱୀକାର କରିଛନ୍ତି ଓ ସେଠାରେ ଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଦୁର୍ବଳ ଅଟେ ।