ଋଷକୁ ୧ ଲକ୍ଷ ସୈନ୍ୟ ଦେବ ଉତ୍ତର କୋରିଆ! ଜାଣନ୍ତୁ ପୁଟିନଙ୍କ ସହାୟତା ବଦଳରେ କିମ ଜୋଙ୍ଗଙ୍କୁ କ'ଣ ମିଳିବ
Advertisement

ଋଷକୁ ୧ ଲକ୍ଷ ସୈନ୍ୟ ଦେବ ଉତ୍ତର କୋରିଆ! ଜାଣନ୍ତୁ ପୁଟିନଙ୍କ ସହାୟତା ବଦଳରେ କିମ ଜୋଙ୍ଗଙ୍କୁ କ'ଣ ମିଳିବ

ନ୍ୟୁଜ୍ ଏଜେନ୍ସି କହିଛି ଯେ, ଉତ୍ତର କୋରିଆ ପ୍ରାୟ ୧ ଲକ୍ଷ ସୈନ୍ୟ ଡୋନବାସ ପଠାଇବାକୁ ପ୍ରସ୍ତୁତ ଅଛି । ଉତ୍ତର କୋରିଆ ନିଜର ୟୁନିଟ୍ଗୁଡ଼ିକୁ ଡୋନବାସ ପଠାଇବାରେ ସକ୍ଷମ...

ଋଷକୁ ୧ ଲକ୍ଷ ସୈନ୍ୟ ଦେବ ଉତ୍ତର କୋରିଆ! ଜାଣନ୍ତୁ ପୁଟିନଙ୍କ ସହାୟତା ବଦଳରେ କିମ ଜୋଙ୍ଗଙ୍କୁ କ'ଣ ମିଳିବ

ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ (Russia Ukraine War) ଦୀର୍ଘ ୫ ମାସ ଧରି ଯୁଦ୍ଧ ଜାରି ରହିଛି । ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ ଋଷ (Russia) ବହୁ ସଂଖ୍ୟକ ସୈନିକ (Russian Soldiers) ଙ୍କୁ ହରାଇଛି, ଏହା ପରେ ସେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ (North Korean Dictator) କିମ ଜୋଙ୍ଗ ଉନ (Kim Jong) ଙ୍କ ଠାରୁ ସୈନ୍ୟ ସହାୟତା ମାଗୁଛି । ଋଷ ୧ ଲକ୍ଷ ସୈନିକ ବଦଳରେ ଅଶୋଧିତ ତୈଳ (Crude Oil) ଓ ଗହମ ଦେବା ପାଇଁ ଉତ୍ତର କୋରିଆ (North Korea) କୁ ପ୍ରତିଶୃତି ଦେଇଛି । ଏଥି ସହିତ ଉତ୍ତର କୋରିଆ ମଧ୍ୟ ସୈନିକ ଦେବାକୁ ରାଜି ହୋଇଛି ।

ରେଗ୍ନୁମ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଉତ୍ତର କୋରିଆ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ସ୍ପଷ୍ଟ କରିଛି ଯେ ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ମରାମତି ପାଇଁ ସେ ବିଲଡର୍ ପ୍ରଦାନ କରିବ । ଏକାସାଙ୍ଗରେ ଋଷର ପକ୍ଷକୁ ସନ୍ତୁଳିତ କରିବା ପାଇଁ ଏକ ବିଶାଳ ସୈନ୍ୟ ବଳ ଯୋଗାଇବାକୁ ପ୍ରସ୍ତୁତ  । ଲୁହାନସ୍କ ଓ ଡୋନେଟସ୍କରେ ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀ ବାହିନୀରେ ସେମାନଙ୍କୁ ମୁତୟନ କରାଯିବ । ଉଭୟଙ୍କୁ କିମ ଜୋଙ୍ଗ ଉନ୍ (Kim Jong Un) ସ୍ୱାଧୀନ ଦେଶ ଭାବେ ସ୍ୱୀକୃତି ଦେଇଛନ୍ତି ।

ନ୍ୟୁଜ୍ ଏଜେନ୍ସି କହିଛି ଯେ, ଉତ୍ତର କୋରିଆ ପ୍ରାୟ ୧ ଲକ୍ଷ ସୈନ୍ୟ ଡୋନବାସ ପଠାଇବାକୁ ପ୍ରସ୍ତୁତ ଅଛି । ଉତ୍ତର କୋରିଆ ନିଜର ୟୁନିଟ୍ଗୁଡ଼ିକୁ ଡୋନବାସ ପଠାଇବାରେ ସକ୍ଷମ ଅଛି । ସୈନିକଙ୍କ ବଦଳରେ କିମ ଜୋଙ୍ଗଙ୍କ ଖରାପ ଅର୍ଥନୀତିକୁ ଶକ୍ତି ଓ ଶସ୍ୟ ଯୋଗାଇ ଦିଆଯିବ । ଋଷର ପ୍ରମୁଖ ପ୍ରତିରକ୍ଷା ରିଜର୍ଭ କର୍ଣ୍ଣେଲ ଇଗୋର କୋରୋଟେଙ୍କୋ ଋଷି ଷ୍ଟେଟ୍ ଟେଲିଭିଜନରେ କହିଛନ୍ତି ଯେ, କିମ ଜୋଙ୍ଗ ଉନଙ୍କ ଦ୍ୱାରା ଆମ ପାଇଁ ବଢ଼ାଇ ଯାଇଥିବା ହାତକୁ ମିଶାଇବାରେ କୌଣସି ଦ୍ୱିଧା କରିବା ଉଚିତ୍ ନୁହେଁ ।

ଏହା ବି ପଢ଼ନ୍ତୁ:-ରାଜନୀତିରେ ଏଣ୍ଟ୍ରି ମାରିବେ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ!

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୭୯ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଚରଣରେ ଏକନାଥ ସିନ୍ଦେ ଗୋଷ୍ଠୀ!

 

କୋରୋଚେଙ୍କୋ କହିଛନ୍ତି ଯେ, ଏପରି ଖବର ରହିଛି କି ୧ ଲକ୍ଷ ଉତ୍ତର କୋରିଆବାସୀ ଏହି ଯୁଦ୍ଧରେ ଋଷ ସହ ଯୋଗ ଦେବାକୁ ଚାହୁଁଛନ୍ତି । ଉତ୍ତର କୋରିଆର ଲୋକମାନେ କୌଣସି ଦାବି କରନ୍ତି ନାହିଁ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ଅନୁପ୍ରାଣିତ । ଯଦି ଉତ୍ତର କୋରିଆର ସ୍ୱେଚ୍ଛାସେବୀମାନେ ଆର୍ଟିଲିରି ସିଷ୍ଟମ, କାଉଣ୍ଟର ବ୍ୟାଟେରୀ ଯୁଦ୍ଧ ଏବଂ ଏକାଧିକ ଲଞ୍ଚ ରକେଟ ସିଷ୍ଟମର ଅଭିଜ୍ଞତା ସହ ଏହି ଲଢ଼େଇରେ ଆସିବାକୁ ଚାହାଁନ୍ତି, ତେବେ ଆମେ ସେମାନଙ୍କୁ ସବୁଜ ସଙ୍କେତ ଦେବା ଉଚିତ । ଯଦି ଉତ୍ତର କୋରିଆ ୟୁକ୍ରେନ ଫାସିବାଦ ସହିତ ଲଢ଼ିବାକୁ ଚାହୁଁଛି, ତେବେ ଆମକୁ ରୋକିବା ଉଚିତ ନୁହେଁ ।