କେବଳ ଭାରତ ନୁହେଁ ୧୮ଟି ଦେଶ ସହ ରହିଛି ଚୀନର ସୀମା ବିବାଦ
Advertisement
Article Detail0/zeeodisha/odisha705153

କେବଳ ଭାରତ ନୁହେଁ ୧୮ଟି ଦେଶ ସହ ରହିଛି ଚୀନର ସୀମା ବିବାଦ

କେବଳ ଭାରତ ନୁହେଁ ୧୮ଟି ଦେଶ ସହ ରହିଛି ଚୀନର ସୀମା ବିବାଦ |

 କେବଳ ଭାରତ ନୁହେଁ ୧୮ଟି ଦେଶ ସହ ରହିଛି ଚୀନର ସୀମା ବିବାଦ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ଭାରତ-ଚୀନ ମୁହାଁମୁହିଁ ହେବା ଘଟଣା ପଛରେ ସୀମା ବିବାଦ କାରଣ ଥିବାର ଜଣାପଡିଛି | ଭାରତକୁ ଛାଡି ଅନ୍ୟ ୧୮ଟି ଦେଶ ସହ ଚୀନର ରହିଛି ସୀମା ବିବାଦ | ଯାହା ଏକବିଂଶ ଶତାବ୍ଦୀରେ ସାମ୍ରାଜ୍ୟବାଦୀ ଶକ୍ତି ଭାବେ  ଚୀନକୁ ପ୍ରଦର୍ଶିତ କରୁଛି |

ଭାରତ-ଚୀନ୍ ସୀମା ବିବାଦ

ଚୀନ ବେଆଇନ ଭାବେ ଆକସାଇ ଚୀନରେ ଥିବା ୩୮ ହଜାର ବର୍ଗ କିଲୋମିଟର ଭାରତୀୟ ଜମିକୁ ଦଖଲ କରିଛି | ପୂର୍ବାଞ୍ଚଳ କ୍ଷେତ୍ରରେ ଚୀନ୍ ମଧ୍ୟ ଅରୁଣାଚଳ ପ୍ରଦେଶରେ ପ୍ରାୟ ୯୦ ହଜାର ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳର ଦାବି କରିଛି। କେନ୍ଦ୍ରୀୟ କ୍ଷେତ୍ର, ଯାହା ମୁଖ୍ୟତ ଉତ୍ତରାଖଣ୍ଡ ରାଜ୍ୟକୁ ଅନ୍ତର୍ଭୁକ୍ତ କରେ, ଚୀନ୍ ସହିତ ଭାରତର ୫୪୫ କିଲୋମିଟର ଲମ୍ବା ସୀମା ଅଛି | ଦେଶର ଅନ୍ୟ ଭାଗରେ ପ୍ରାୟ ୨୪୫୦ ବର୍ଗ କିଲୋମିଟର ଅଞ୍ଚଳ ନିଜର ଦାବି କରିଛି ଚୀନ |

ନେପାଳ-ଚୀନ୍ ସୀମା ବିବାଦ

ଚୀନ ମଧ୍ୟ ନେପାଳର ଅଞ୍ଚଳରେ ବେଦଖଲ କରିଥିବା ଅଭିଯୋଗ ହୋଇଛି। ନେପାଳ କଂଗ୍ରେସର ତିନିଜଣ ସଦସ୍ୟ ଦେଶର ଜାତୀୟ ସଂସଦରେ ଏ ପ୍ରସଙ୍ଗ ଉଠାଇଛନ୍ତି | ଦେଶର ଯେଉଁ ଅଞ୍ଚଳକୁ ଚୀନ ଦଖଲ କରିଛି ତାହାକୁ ଦେଶରେ ପୁନର୍ବାର ସାମିଲ କରିବାକୁ ଦାବି ହୋଇଛି | ନେପାଳ ସଂସଦର ସଦସ୍ୟ ଅଭିଯୋଗ କରିଛନ୍ତି ନେପାଳ ମଧ୍ୟରେ ୧୪୧୪.୮୮ କିଲୋମିଟର ଲମ୍ବା ସୀମାରେଖାରେ ଥିବା ମୋଟ ୯୮ ସୀମାସ୍ତମ୍ଭ ମଧ୍ୟରୁ କେତେକକୁ ନେପାଳ ସୀମା ରେଖା ମଧ୍ୟରେ ରଖାଯାଇଥିବା ବେଳେ ଡୋଲାଖା, ହୁମଲା, ସିନ୍ଧୁପାଲଚୋକ୍, ସାଧୁବାସାବା, ଗୋରଖା ଏବଂ ରସୁୱା ଜିଲ୍ଲାରେ 64 ହେକ୍ଟର ଜମିକୁ ଜବର ଦଖଲ କରିଛି ଚୀନ | 

ଏହାପୂର୍ବରୁ ଗତ ମେ ମାସରେ ଚୀନ୍‌ର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଦାବି କରିଥିଲା ମାଉଣ୍ଟ ଏଭରେଷ୍ଟ ହେଉଛି ଚୀନର ଅଂଶ | ଯାହାକୁ ନେଇ ନେପାଳବାସୀଙ୍କ ଉପରେ ଅସନ୍ତୋଷ ସୃଷ୍ଟି ହୋଇଥିଲା |  ଚୀନ ନେପାଳର କିଛି ଅଂଶକୁ ୧୭୮୮-୧୭୯୨ ମସିହାରେ ହୋଇଥିବା ଚୀନ-ନେପାଳ ଯୁଦ୍ଧ ସମୟରୁ ଦାବି କରି ଆସୁଛି | 

ଚୀନ୍-ଭୁଟାନ ସୀମା ବିବାଦ

ବର୍ଷ ୨୦୧୭ ଜୁଲାଇରେ ଭୁଟାନର ବରିଷ୍ଠ ଅଧିକାରୀ ସୀମାରେ ଥିବା ଚୀନ ଅନୁପ୍ରବେଶକୁ ବିରୋଧ କରିଥିଲେ | ଡୋକଲାମରେ ହୋଇଥିବା ଘଟଣା ବିଶ୍ୱରେ ହଟଚମଟ ସୃଷ୍ଟି କରିଥିଲା | ଏହା ବ୍ୟତୀତ ତାଇୱାନ, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଭିଏତନାମ ଏବଂ ଜାପାନ ସହିତ ଚୀନ୍‌ର ସାମୁଦ୍ରିକ ବିବାଦ ରହିଛି | ଏହି ଭୌଗୋଳିକ କ୍ଷେତ୍ର ମଧ୍ୟରେ ଅବସ୍ଥିତ ଦକ୍ଷିଣ ଚୀନ ସାଗର ଏବଂ ପ୍ରଶାନ୍ତ ମହାସାଗରରେ ଉପସ୍ଥିତି ଜାହିର କରିବାକୁ ନେଇ ସଂଘର୍ଷ ଜାରି ରହିଛି |  

 

ଏହା ସହିତ ମିତ୍ର ଦେଶ ଋଷର ୧,୬୦,୦୦ ବର୍ଗ କିଲୋମିଟର ଅଞ୍ଚଳ ଉପରେ ଚୀନ୍ ଏକପାଖିଆ ଦାବି ଉପସ୍ଥାପନ କରିଛି | ପୂର୍ବ ଋଷିଆରେ ଚୀନ ଅନୁପ୍ରବେଶ ନେଇ ସନ୍ଦେହ ଘେରରେ ରହିଛନ୍ତି ଋଷୀୟ ସରକାର ଏବଂ ନାଗରିକ | କାରଣ ଋଷର ପୂର୍ବାଞ୍ଚଳ ଦେଶର ମୁଖ୍ୟ ଭୂଖଣ୍ଡ ଦୂର ଏବଂ ଉତ୍ତର ଚୀନ ସୀମା ସଂଲଗ୍ନରେ ଅବସ୍ଥିତ | କାରଣ ଏହି ଅଞ୍ଚଳ ପ୍ରାକୃତିକ ସମ୍ବଳରେ ସମୃଦ୍ଧିଶାଳୀ ଏବଂ ଜନସଂଖ୍ୟା ଦୃଷ୍ଟିରୁ ଦୁର୍ବଳ|

ଅନ୍ୟତମ ସହଯୋଗୀ ଉତ୍ତର କୋରିଆ ସହ  ବାକଡୁ ମାଉଣ୍ଟେନ୍ ଏବଂ ଜିଆଣ୍ଡାଓ କ୍ଷେତ୍ରକୁ ନେଇ ଐତିହାସିକ ଅଧିକାର ଦାବି କରିଛି ଚୀନ | ସିଙ୍ଗାପୁର ସହ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଚୀନର ବିବାଦ ଚାଲିଛି | ଦକ୍ଷିଣ କୋରିଆ ସହ ପୂର୍ବ ଚୀନ୍ ସାଗରର କିଛି ଅଂଶକୁ ନେଇ ଚୀନର ବିବାଦ ଚାଲିଛି | ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ଲାଓସର ଏବଂ କାମ୍ବୋଡିଆ ସହ ସୀମା ବିବାଦରେ ଜଡିତ ରହିଛି ଚୀନ | ଏହା ଉତ୍ତର-କେନ୍ଦ୍ର ଏସୀୟାରେ ଅବସ୍ଥିତ ତାଜିକିସ୍ତାନ ଏବଂ ମୋଙ୍ଗୋଲିଆର ଭୌଗୋଳିକ କ୍ଷେତ୍ର ଉପରେ ଅଧିକାର ଜାହିର କରିବାକୁ ଉଦ୍ୟମ ଜାରି ରଖିଛି ଚୀନ |  

ଅନ୍ୟତମ ଦେଶ ତିବ୍ଦତ ୧୯୫୦ ପର୍ଯ୍ୟନ୍ତ ଏକ ସ୍ୱାଧିନ ରାଷ୍ଟ୍ର ଥିଲା | ହେଲେ ପରେ ଏହାକୁ ଚୀନ ବଳପୂର୍ବକ ଦଖଲ  କରିବା ସହ ଏହାକୁ ଏବେ ସାମରିକ ବାହିନୀ ଦ୍ୱାରା ପରିଚାଳିତ କରୁଛି ଡ୍ରାଗନ ସେନା | ପୂର୍ବ ତୁର୍କସ୍ତାନର(ଜିନଜିଆନ୍ ପ୍ରଦେଶ) ୧୬.୬ ଲକ୍ଷ ବର୍ଗ କି.ମି, ମଙ୍ଗୋଲିଆର ୧୧.୮୩  ଲକ୍ଷ ବର୍ଗ କି.ମି, ତାଇୱାନର ୩୬୧୯୭ ବର୍ଗ କିମି, ହଂକଂର ୧୧୦୬.୬୬ ବର୍ଗ କିମି ଏବଂ ମାକାଓର ୩୨.୯ ବର୍ଗ କି.ମି ଅଞ୍ଚଳକୁ ନିଜ ଅଧିକାରଭୂକ୍ତ କରିସାରିଛି ଚୀନ |