ଚୀନ-ପାକିସ୍ତାନକୁ ମିଳିବ ଜବାବ, ଭାରତକୁ ଆସୁଛି ୟୁଏସ ନିର୍ମିତ ଆସଲ୍ଟ ରାଇଫଲ
Advertisement

ଚୀନ-ପାକିସ୍ତାନକୁ ମିଳିବ ଜବାବ, ଭାରତକୁ ଆସୁଛି ୟୁଏସ ନିର୍ମିତ ଆସଲ୍ଟ ରାଇଫଲ

ପାକିସ୍ତାନ-ଚୀନ ସହ ବଢୁଥିବା ପ୍ରତିଦ୍ୱନ୍ଦିତାକୁ ଦୃଷ୍ଟିରେ ରଖି  ସେନାବାହିନୀର ଆଧୁନିକୀକରଣ କାର୍ଯ୍ୟକୁ ଜାରି ରଖିଛି ଭାରତ। 

 ଚୀନ-ପାକିସ୍ତାନକୁ ମିଳିବ ଜବାବ, ଭାରତକୁ ଆସୁଛି ୟୁଏସ ନିର୍ମିତ ଆସଲ୍ଟ ରାଇଫଲ

ନୂଆଦିଲ୍ଲୀ: ସାମରିକ କ୍ଷେତ୍ରରେ ଚୀନ-ପାକିସ୍ତାନ ସହ ବଢୁଥିବା ପ୍ରତିଦ୍ୱନ୍ଦିତାକୁ ନଜରରେ ରଖି ଏହାର ମୁକାବିଲା କରିବା ଲାଗି ସତର୍କ ହୋଇଉଠିଛି ଭାରତ। ଏହି କ୍ରମରେ ଉଭୟ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୈନ୍ୟ ଉପସ୍ଥିତିକୁ ବୃଦ୍ଧି କରିବା ସହ ଭିତ୍ତିଭୂମି ଜନିତ ବିକାଶ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖାଯାଇଛି। ଏହା ସହିତ ସୈନ୍ୟବାହିନୀକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦାନ କରି ସମସ୍ତ ପ୍ରକାର ସଂଘର୍ଷମୂଳକ ପରିସ୍ଥିତିର ମୁକାବିଲା କରିବାକୁ ସଜାଗ ରହିଛି ଭାରତ। 
 
ସାମରିକ କ୍ଷେତରେ ପ୍ରତିଯୋଗୀ ଚୀନ ଏବଂ ପାକିସ୍ତାନକୁ ମାତ ଦେବା ଲାଗି ସ୍ଥଳସେନାର ଆଧୁନିକୀକରଣ କାର୍ଯ୍ୟ ଆରମ୍ଭ କରିଦେଇଛି ଭାରତ । ଏଥିଲାଗି ଯୁ୍କ୍ତରାଷ୍ଟ୍ର ଆମେରିକା-ୟୁଏସଏ(United States of America-USA) ଦ୍ୱାରା ନିର୍ମିତ ପ୍ରାୟ ୭୨,୦୦୦ ସିଗ୍ ସାଉର୍ ଆସାଲେଟ୍ ରାଇଫଲ୍(SIG Sauer Assault Rifle) ଭାରତୀୟ ସ୍ଥଳ ସେନା ଲାଗି କ୍ରୟ କରାଯାଉଛି ।

ରବିବାର ଏହି ସୂଚନା ଦେବା ବେଳେ ସୈନ୍ୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି, ପୂର୍ବ ଲଦାଖ ଅଞ୍ଚଳରେ ଭାରତୀୟ-ଚୀନ ସେନା ମଧ୍ୟରେ ସଂଘର୍ଷ ହେବା ପରେ ସୈନ୍ୟବାହିନୀର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ଆମେରିକାରକୁ ଆସିବାକୁ ଥିବା ରାଇଫଲକୁ ଚୀନ ସୀମାରେ ନିୟୋଜିତ ଭାରତୀୟ ସୈନ୍ୟ ବ୍ୟବହାର କରିବେ।

ଭାରତୀୟ ସେନା ପକ୍ଷରୁ ଏକ ବଡ ଧରଣର  ଆଧୁନିକୀକରଣ ଅଭିଯାନ କରୁଛି । ଯାହା ଅଧିନରେ ପୁରୁଣା ଏବଂ ଅବ୍ୟବହୃତ ଅସ୍ତ୍ର ବଦଳରେ ସୈନିକଙ୍କ ପାଇଁ ହାଲୁକା ମେସିନ୍ ଗନ(light machine gun), ୱାରହେଡ୍ କାର୍ବାଇନ୍(warhead carbine) ଏବଂ ଆସଲ୍ଟ ରାଇଫଲ(Assault Rifle) ଆଦିର ବ୍ୟବହାର ଉପରେ  ପ୍ରାଧାନ୍ୟ ଦିଆଯାଉଛି ।

ଗତ ୨୦୧୭ ଅକ୍ଟୋବରରେ ଭାରତୀୟ ସେନା ପ୍ରାୟ ୭ ଲକ୍ଷ ରାଇଫଲ, ୪୪ ହଜାର ହାଲୁକା ମେସିନ ଗନ ଏବଂ ପ୍ରାୟ ୪୪ ହଜାର ୬୦୦ କାର୍ବାଇନ କ୍ରୟ କରିବା ଆରମ୍ଭ କରିଥିଲା। ଏଥି ସହିତ ଚୀନ୍ ଏବଂ ପାକିସ୍ତାନ ସୀମାରେ ବଢୁଥିବା ସୁରକ୍ଷା ଜନିତ ଆହ୍ୱାନକୁ ସାମ୍ନା କରିବା ଲାଗି ଭାରତ ବିଭିନ୍ନ ସାମରିକ ଉପକରଣର ଆମଦାନୀକୁ ଜୋରଦାର କରିଛି ।