Nuclear war: ଆମେରିକାକୁ ପରମାଣୁ ଯୁଦ୍ଧର ଧମକ ଦେଲା ଋଷ, ଜାଣନ୍ତୁ ମାମଲା
Advertisement
Article Detail0/zeeodisha/odisha1335459

Nuclear war: ଆମେରିକାକୁ ପରମାଣୁ ଯୁଦ୍ଧର ଧମକ ଦେଲା ଋଷ, ଜାଣନ୍ତୁ ମାମଲା

Russia-Ukraine war: ୟୁକ୍ରେନ ସହିତ ଋଷର ଯୁଦ୍ଧ ଦୀର୍ଘଦିନ ଧରି ଜାରି ରହିଛି । ଦୀର୍ଘ କିଛି ମାସଧରି ୟୁକ୍ରେନ ସହ ଋଷ ସଂଗ୍ରାମ କରିଆସୁଛି, ଯେଉଁଥିରେ ଶହ ଶହ ସୈନିକଙ୍କର ମୃତ୍ୟୁ ଘଟିଛି ।

ସୌ: ସୋସିଆଲ ମିଡିଆ

Russia-Ukraine war: ଋଷ ବର୍ତ୍ତମାନ ଆମେରିକାକୁ ସିଧାସଳଖ ଚେତାବନୀ ଦେଇଛି । ଋଷ କହିଛି ଯଦି ତାକୁ ଉସୁକାଯାଏ ତେବେ ପରିସ୍ଥିତି ଭଲ ହେବ ନାହିଁ । ଋଷ ପଶ୍ଚିମ ଦେଶକୁ ପରମାଣୁ ଆକ୍ରମଣ (Nuclear war) କରିବାକୁ ଧମକ ଦେଇଛି ।

ପ୍ରକୃତରେ, ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଦିନଠାରୁ ଏହାର ଓ ପଶ୍ଚିମ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଆମେରିକା ସମେତ ଅନେକ ପଶ୍ଚିମ ଦେଶ ମଧ୍ୟ ୟୁକ୍ରେନକୁ ମାନବିକ ତଥା ସାମରିକ ସହାୟତା ପ୍ରଦାନ କରିଛନ୍ତି । ଋଷ ଆକ୍ରମଣକୁ ମଧ୍ୟ ଏହି ଦେଶ ମାନେ ନିନ୍ଦା କରିଛନ୍ତି । ଏସବୁ ଉପରେ ଋଷ କ୍ରୋଧିତ ହୋଇ ପଶ୍ଚିମ ଦେଶ ଗୁଡିକ ପାଇଁ ଚେତାବନୀ ଜାରି କରିଛି ।

ୟୁକ୍ରେନ ସହ ବିବାଦ ମଧ୍ୟରେ, ସୁରକ୍ଷା ବିଶେଷଜ୍ଞଙ୍କ ମୁଖ୍ୟ ଚିନ୍ତା ହେଉଛି ଯେ ଋଷ ପରମାଣୁ ଅସ୍ତ୍ର ଆଡକୁ ଚାଲି ଯାଇ ପାରେ । ପରମାଣୁ ଯୁଦ୍ଧକୁ ନେଇ ଋଷ ଅନେକ ଥର କଥା ହୋଇ ସାରିଛି । ଅଗଷ୍ଟରେ ପୁଟିନ ଚେତାବନୀ ଦେଇଛନ୍ତି ଯେ ପରମାଣୁ ଯୁଦ୍ଧରେ କେହି ଜିତିବେ ନାହିଁ । ଏଥର ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ ପଶ୍ଚିମ ଦେଶମାନଙ୍କ ପାଇଁ କଠୋର ଆଣବିକ ଯୁଦ୍ଧ ଚେତାବନୀ ଦେଇଛନ୍ତି ।

ମେଡଭେଡେଭ ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ଋଷର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ତାଙ୍କୁ ପୁଟିନଙ୍କ ନିକଟତର ବିବେଚନା କରାଯାଏ ଓ ପୁଟିନ ହିଁ ତାଙ୍କୁ ରାଷ୍ଟ୍ରପତି ପଦରେ ବସାଇଥିଲେ । ସେ ବର୍ତ୍ତମାନ ଋଷ ସୁରକ୍ଷା ପରିଷଦର ଡେପୁଟି ସେକ୍ରେଟେରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ଏକ ଟେଲିଗ୍ରାମ ପୋଷ୍ଟରେ ମେଡଭେଡେଭ ପଶ୍ଚିମ ଦେଶମାନଙ୍କୁ "ୟୁକ୍ରେନରେ ସାମରିକ ବିବାଦର ଫାଇଦା ଉଠାଉଛନ୍ତି" ବୋଲି ଅଭିଯୋଗ କରିଛନ୍ତି । ସେ ଲେଖିଛନ୍ତି - "ଏମାନେ ଆଙ୍ଗ୍ଲୋ-ସାକ୍ସନ୍ ବିକୃତଙ୍କ ମଇଳା ସ୍ୱପ୍ନ, ଯେଉଁମାନେ ଆମ ଦେଶର ଭାଙ୍ଗିବା ବିଷୟରେ ଏକ ଗୁପ୍ତ ବିଚାର ସହିତ ଶୋଇପଡନ୍ତି । ସେମାନେ ଆମକୁ କିପରି ଖଣ୍ଡ ଖଣ୍ଡ କରିବେ ସେ ବିଷୟରେ ଚିନ୍ତା କରୁଛନ୍ତି ।" ସମାନ ପୋଷ୍ଟରେ ମେଡଭେଡେଭ ପରମାଣୁ ଆକ୍ରମଣକୁ ନେଇ ମଧ୍ୟ ଧମକ ଦେଇଥିଲେ ।

ସୂଚନାଯୋଗ୍ୟ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ଧରି ୟୁକ୍ରେନ ଉପରେ ରୁଷିଆ ଘନଘନ ଆକ୍ରମଣ କରିବାରେ ଲାଗିଛି । ଶତାଧିକ ସଂଖ୍ୟରେ ଉଭୟ ପକ୍ଷରୁ ସେନାଙ୍କ ପ୍ରାଣହାନୀ ଘଟିଛି। ଏପରିକି ୟୁକ୍ରେନର ପ୍ରମୁଖ ସହର ଗୁଡ଼ିକ ଉପରେ ଘନଘନ ଆକ୍ରମଣ ଫଳରେ ସହର ଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇ ପଡ଼ିଛି । ଅପର ପକ୍ଷରେ ୟୁକ୍ରେନକୁ ସମଗ୍ର ବିଶ୍ୱର ସହାୟତାର ହାତ ଲମ୍ବିଆସିଛି । ଏହି କ୍ରମରେ ଶିଖ ସଂଗଠନ ଗୁଡ଼ିକ ଏବେ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇ ଆସୁଛନ୍ତି । 

ଏହା ବି ପଢ଼ନ୍ତୁ: Cyrus Mistry: ଓଡ଼ିଶାକୁ ନେଇ ମିସ୍ତ୍ରୀ-ଟାଟାଙ୍କ ସେହି ବିବାଦ, ଯାହା ପୂରା କର୍ପୋରେଟ୍ ଦୁନିଆକୁ ହଲାଇ ଦେଇଥିଲା

ଏହା ବି ପଢ଼ନ୍ତୁ: Heart Attack: ଜିମରେ ବ୍ୟାୟାମ କରିବା ସମୟରେ ଏହି ଜିନିଷଗୁଡ଼ିକୁ ଧ୍ୟାନ ଦିଅନ୍ତୁ, ହେବ ନାହିଁ ହାର୍ଟଆଟାକ​