Cyrus Mistry: ଓଡ଼ିଶାକୁ ନେଇ ମିସ୍ତ୍ରୀ-ଟାଟାଙ୍କ ସେହି ବିବାଦ, ଯାହା ପୂରା କର୍ପୋରେଟ୍ ଦୁନିଆକୁ ହଲାଇ ଦେଇଥିଲା
Advertisement
Article Detail0/zeeodisha/odisha1335344

Cyrus Mistry: ଓଡ଼ିଶାକୁ ନେଇ ମିସ୍ତ୍ରୀ-ଟାଟାଙ୍କ ସେହି ବିବାଦ, ଯାହା ପୂରା କର୍ପୋରେଟ୍ ଦୁନିଆକୁ ହଲାଇ ଦେଇଥିଲା

Tata-Mistry case: ଓଡିଶାରେ ଏକ ଦାନ ମାମଲାକୁ ନେଇ ସାଇରସ୍ ମିସ୍ତ୍ରୀ ଓ ରତନ ଟାଟାଙ୍କ ମଧ୍ୟରେ ମତଭେଦ ହୋଇଥିଲା । କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ​​ସାଇରସ୍ ମିସ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ୨୦୧୪ ଓଡିଶା ବିଧାନସଭା ନିର୍ବାଚନରେ ୧୦ କୋଟି ଟଙ୍କା ଦାନ କରିବାକୁ ମତ ଦେଇଥିଲେ ।

ସୌ: ସୋସିଆଲ ମିଡିଆ

Tata-Mistry case: ଆମେ ଯଦି କର୍ପୋରେଟ୍ ଦୁନିଆର ଝଗଡ଼ା ବିଷୟରେ କହିବା, ତେବେ ସାଇରସ୍ ମିସ୍ତ୍ରୀ (Cyrus Mistry) ଓ ରତନ ଟାଟା (Ratan Tata)ମଧ୍ୟରେ ବିବାଦ ସବୁଠୁ ବଡ ଥିଲା । ବର୍ଷ ବର୍ଷ ଧରି ସେମାନଙ୍କ ମଧ୍ୟରେ କଳହ ଓ ବିବାଦ ଜାରି ରହିଥିଲା । ଏହି ଦୁଇଜଣଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଝଗଡା କର୍ପୋରେଟ୍ ଇତିହାସର ସବୁଠାରୁ ବଡ ବିବାଦ ବୋଲି ବିବେଚନା କରାଯାଏ । ଲକ୍ଷ ଲକ୍ଷ ପ୍ରୟାସ ଏବଂ ହସ୍ତକ୍ଷେପ ସତ୍ତ୍ୱେ ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇପାରି ନ ଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ବାଚନ ପାଇଁ ଟାଟା ଗ୍ରୁପକୁ କିପରି ଦାନ କରିବେ, କେଉଁ ପ୍ରୋଜେକ୍ଟରେ ଓ କେଉଁ ପ୍ରକଳ୍ପରେ ନିବେଶ କରିବେ, ଟାଟା ଗ୍ରୁପ୍ ଆମେରିକାର ଫାଷ୍ଟଫୁଡ୍ ଶୃଙ୍ଖଳରେ ଯୋଗଦେବା ଉଚିତ କି ନାହିଁ, ସେନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ଜିନିଷକୁ ନେଇ ବିବାଦ ଏତେ ବିବାଦ ଏତେ ବଢି ଯାଇଥିଲା ଯେ ଏହି ମାମଲା ସୁପ୍ରିମକୋର୍ଟରେ (Supreme Court) ପହଞ୍ଚିଥିଲା ।

୨୦୧୨ ରେ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପୁଅ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସ ଗ୍ରୁପ୍ ର ଚେୟାରମ୍ୟାନ୍ ହୋଇଥିଲେ । ରତନ ଟାଟାଙ୍କୁ ହଟାଇ ତାଙ୍କୁ ଏହି ପୋଷ୍ଟରେ ରଖାଯାଇଥିଲା । ତେବେ, ୨୦୧୬ ମସିହାରେ ହଠାତ୍ ମିସ୍ତ୍ରୀଙ୍କୁ ଚେୟାରମ୍ୟାନ୍ ପଦରୁ ହଟାଇ ଦିଆଯାଇଥିଲା । ସେବେଠାରୁ ଟାଟା ଗ୍ରୁପ୍ ସହିତ ତାଙ୍କର ଦୂରତା ଓ ବିବାଦ ଚାଲିଥିଲା ​। ଟାଟା ଗ୍ରୁପ୍ ମିଷ୍ଟ୍ରିର ମାଲିକାନାରେ ଥିବା ଏସପି ଗ୍ରୁପ୍ ର ଅଂଶଧନ କିଣିବାକୁ ଓ ଏହାକୁ ଟାଟା ସନ୍ସ ସହିତ ମିଶ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ମିସ୍ତ୍ରୀ ପରିବାର ଏହାକୁ ଗ୍ରହଣ କରିନଥିଲେ । ଏହି ମାମଲା ଶେଷରେ କୋର୍ଟକୁ ଯାଇଥିଲା, ଯେଉଁଠାରେ ରତନ ଟାଟାଙ୍କ ସପକ୍ଷରେ ଏହି ରାୟ ଆସିଥିଲା । ମିସ୍ତ୍ରୀ ପରିବାରର ଏସପି ଗ୍ରୁପ୍ ଅତ୍ୟଧିକ ଋଣଗ୍ରସ୍ତ ଅଟେ, ଏହା ଟାଟା ସନ୍ସ୍ର କିଛି ଅଂଶଧନ ମଧ୍ୟ ବନ୍ଧକ ରଖିଛି ।

ଯେଉଁ ପ୍ରସଙ୍ଗରେ ବିବାଦ ଦେଖାଦେଇଥିଲା ସେଥି ମଧ୍ୟରୁ ଗୋଟିଏ ହେଉଛି ଦାନ ପ୍ରସଙ୍ଗ । ବଡ ବଡ କର୍ପୋରେଟ୍ ହାଉସ୍ ରାଜନୈତିକ ପାର୍ଟିକୁ ଦାନ ଦିଅନ୍ତି ଓ ଏହା ଆରମ୍ଭରୁ ଏକ ପ୍ରଥା ହୋଇ ରହିଆସିଛି । ଟାଟା ସନ୍ସଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଓଡ଼ିଶାରେ ଏକ ଦାନ ମାମଲାକୁ ନେଇ ମିସ୍ତ୍ରୀ ଓ ରତନ ଟାଟାଙ୍କ ମଧ୍ୟରେ ମତଭେଦ ହୋଇଥିଲା । କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ​​ସାଇରସ୍ ମିସ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ୨୦୧୪ ଓଡିଶା ବିଧାନସଭା ନିର୍ବାଚନରେ ୧୦ କୋଟି ଟଙ୍କା ଦାନ କରିବାକୁ ମତ ଦେଇଥିଲେ ।  ମିସ୍ତ୍ରୀ କ୍ୟାମ୍ପରେ ମତ ଥିଲା ଯେ ଓଡିଶାରେ ବହୁତ ଲୁହା ଅଛି, ଯାହାକୁ ନେଇ ଏହାର ଫାଇଦା ନିଆଯାଇପାରିବ । କିନ୍ତୁ ରତନ ଟାଟାଙ୍କ ବୋର୍ଡ ଏହି ମତ ବିରୁଦ୍ଧରେ ଯାଇ ନିଜର ରାୟ ରଖିଥିଲା ।

ଏହା ବି ପଢ଼ନ୍ତୁ: Cyrus Mistry Death: ସଡକ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନଙ୍କ ଦେହାନ୍ତ