Puri: ସାଇବର ଠକେଇ ରୋକିବା ଲାଗି ପୁରୀ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
Advertisement
Article Detail0/zeeodisha/odisha1562033

Puri: ସାଇବର ଠକେଇ ରୋକିବା ଲାଗି ପୁରୀ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Puri Police Cyber Fraud Awareness Campaign: ସାଇବର ଠକେଇ ଘଟଣାକୁ ନେଇ ସଚେତନ ହୋଇଉଠିଛି ପୁରୀ ପୋଲିସ। ଏନେଇ ଏକ ସଚେତନତା କାର୍ଯ୍ୟକ୍ରମ ପୁରୀର ବିଭିନ୍ନ ହୋଟେଲ ମାଲିକଙ୍କୁ ନେଇ ଟାଉନ ଥାନା ପରିସରରେ ଆୟୋଜନ କରାଯାଇଛିl

Puri: ସାଇବର ଠକେଇ ରୋକିବା ଲାଗି ପୁରୀ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Cyber Fraud Awareness In Puri: ସାଇବର ଅପରାଧ ଘଟଣାକୁ ନେଇ ଏବେ ସତର୍କ ହୋଇଉଠିଛି ପୁରୀ ପୋଲିସ। ଲୋକଙ୍କୁ ସଚେତନ କରାଇବା ସହ ସାଇବର ଠକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ। ପୁରୀ ନୀଳାଚଳ ଭକ୍ତ ନିବାସ ନାମରେ ଫେକ ୱେବ ସାଇଟ କରି ଲୋକଙ୍କୁ ଠକିବା ଅଭିଯୋଗରେ ୨ ଜଣକୁ ବାନ୍ଧିଛି ପୁରୀ ପୋଲିସ। ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ମଧ୍ୟ ଫେରାର ରହିଛି l ସେପଟେ ପୁରୀ ଆସୁଥିବା ପର୍ଯ୍ୟଟକ ଏବଂ ଭକ୍ତ କିପରି ଅନଲାଇନ ଠକେଇରୁ ବର୍ତ୍ତିପାରିବେ ସେ ନେଇ ପୁରୀ ପୋଲିସ ପକ୍ଷରୁ ହୋଟେଲି ମାଲିକଙ୍କୁ ଡାକି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। 

ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଥିବା ଭକ୍ତନିବାସ ସାଇବର ଠକେଇ ଘଟଣାରେ ତଦନ୍ତ କରି  ପୁରୀ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ବର୍ଷ ୨୪ ନଭେମ୍ବରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକଙ୍କ ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ନୀଳାଚଳ ଭକ୍ତନିବାସ ନାମରେ ଏକ ଫେକ୍ ୱବସାଇଟ୍ କରି ପର୍ଯ୍ୟଟକଙ୍କ ଠାରୁ ଲୁଟ୍ କରୁଥିଲେ ସାଇବର ଠକ। ଏହି ଘଟଣାରେ ତଦନ୍ତ କରି ପୁରୀ ପୋଲିସ ଭଦ୍ରକ ଅଗରପଡା ଅଞ୍ଚଲର ଚନ୍ଦନ ସିଂହ ଏବଂ କେନ୍ଦୁଝର ହାଟଡିହି ବ୍ଲକ ସୋସୋ ଗ୍ରାମର ଗୌତମ ସାହୁଙ୍କୁ ଗିରଫ କରିଛି। 

ଗିରଫ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତକୁ ୱେବସାଇଟ ଲାଗି ବ୍ୟବହାର ହେଉଥିବା ସିମ ଯୋଗାଉଥିଲେl ସେମାନଙ୍କ ଠାରୁ ୫ ମୋବାଇଲ ଫୋ ସହ ୩୧ ସିମ୍ କାର୍ଡ, ଗୋଟିଏ ବାୟୋମେଟ୍ରିକ୍ ଡିଭାଇସ୍ ଏବଂ କଡ୍ ଜବତ କରିଛି ପୋଲିସ। ସେମାନଙ୍କ ବିରୋଧରେ କେସ୍ ନମ୍ବର 116/2022, 499, 420, 120(b)IPC, 66 (C), 66( D), IT ACT ଅଧିନରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୁରୀ ପୋଲିସ ଉପଯୁକ୍ତ ପ୍ରମାଣ ଦେଖାଇଲେ ଭକ୍ତ ନିବାସ ନାମରେ ଠକାମୀର ଶିକାର ହୋଇଥିବା ଭକ୍ତ ସେମାନଙ୍କ ଅର୍ଥ ରାଶି ଫେରି ପାଇବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ପୁରୀ ପୋଲିସ ପକ୍ଷରୁ ଦ୍ୱିତୀୟ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ପୁରୀର ବିଭିନ୍ନ ହୋଟେଲ ମାଲିକଙ୍କୁ ନେଇ ଟାଉନ ଥାନା ପରିସରରେ ଆୟୋଜନ କରାଯାଇଛିl ପୁରୀକୁ ଦୈନିକ ଲକ୍ଷଲକ୍ଷ ସଂଖ୍ୟକ ପର୍ଯଟକ ଏବଂ ଶ୍ରଦ୍ଧାଳୁ ଆସୁଛନ୍ତି। ରହଣୀ ଲାଗି ବିଭିନ୍ନ ହୋଟେଲ ସମେତ ଶ୍ରୀମନ୍ଦିର ଭକ୍ତ ନିବାସରେ ରୁମ ବୁକିଂ କରିବା ବେଳେ ଲୋକେ ଯେପରି କୌଣସି ଠକାମୀର ଶୀକାର ନ ହେବେ ସେ ନେଇ ପୋଲିସ ପ୍ରଶାସନ ଏବଂ ହୋଟେଲ ମାଲିକଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛିl 

ଏହା ସହ ବିଭିନ୍ନ ହୋଟେଲ ନାମରେ ମଧ୍ୟ ବିଭିନ୍ନ ସମୟରେ ୱେବ ସାଇଟ ଫ୍ରଡ଼ କରାଯାଉଥିବା ଆଲୋଚନା କରାଯାଇଛିl ଯେଉଁ ସବୁ ହୋଟେଲ ୱେବ ସାଇଟ ନାମରେ ମିଛ ୱେବ ସାଇଟ ଖୋଲାଯିବାର ଦେଖିବାକୁ ପାଉଛନ୍ତି ସଙ୍ଗେ ସଙ୍ଗେ ସାଇବର ଥାନାକୁ ଜଣାଇବା ଲାଗି କହିଛନ୍ତି ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା। ସେହିପରି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥୁବା ଭକ୍ତ ଏବଂ ପର୍ଯଟକଙ୍କ ଲାଗି ଅନଲାଇନ ରୁମ ବୁକିଂ କିପରି ସହଜ ହେବ ଏବଂ ସେମାନେ କିପରି ଉତ୍ତମ ସେବା ପାଇ ପାରିବେ ସେ ନେଇ ସମସ୍ତ ହୋଟେଲ ମାଲିକଙ୍କ ସହ ଆଲୋଚନା କରାଯାଇଥିଲା l ଆଗାମୀ ଦିନରେ ଏହି ଅନଲାଇନ ଫ୍ରଡ଼ ରୋକିବା ଲାଗି ଆଇଟି ବିଶେଷଜ୍ଞଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ହୋଟେଲ ମାଲିକl

ପୁରୀ ସହରକୁ ସାଇବର କ୍ରାଇମ ମୁକ୍ତ କରିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ସାଇବର ଠକଙ୍କ ଉପରେ କଡା ନଜର ରଖିଛି ପୁରୀ ପୋଲିସl