ଭୁବନେଶ୍ବର: କୋରୋନା ମହମାରୀ କାଳରେ ମାଡ଼ି ଆସୁଛି ପୁଣି ଏକ ନୂଆ ବିପଦ। ଆରବ ସାଗରରେ ସୃଷ୍ଟ 'ତାଉ-ତେ'  ସାମୁଦ୍ରିକ ଝଡର ତାଣ୍ଡବ ଥମିବାକୁ ଦୁଇ ଦିନ ହୋଇଛି। ସେପଟେ ବଙ୍ଗୋପସାଗର ଠାରେ ପ୍ରାୟ ଦାନା ବାନ୍ଧିସାରିଛି ଆଉ ଗୋଟିଏ ବାତ୍ୟା। ସମୟ ସହ ଧିରେ ଧିରେ ବାତ୍ୟା ହେବା ନେଇ ତଥ୍ୟ ସ୍ପଷ୍ଟ ହେଉଛି। ଏପରିକି ଏନେଇ ଆକଳନ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ୨୨ ତାରିଖ ଶନିବାର ବେଳକୁ ଉତ୍ତର ଆଣ୍ଡାମାନ ସାଗର (Northern Andaman Sea) ସନ୍ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର (East Central Bay of Bengal) ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର (Low Pressure Area) ସୃଷ୍ଟି ହେବ। ଯାହା ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ (Sea Storm) ରୂପ ନେଇ ମେ ୨୬ ତାରିଖ ବୁଧବାର ଓଡ଼ିଶା-ପଶ୍ଚିମବଙ୍ଗ (Odisha-West Bengal) ମଧ୍ୟରେ ସ୍ଥଳଭାଗ (Landfall) ଛୁଇଁବ। 


ଯଦି ବାତ୍ୟା ହୁଏ ତାହା ଭୀଷଣ ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD)। ସେପଟେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ମୁକାବିଲା ପାଇଁ ସବୁସ୍ତରରେ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି।


Also Read: IMD Weather Alert: 'Tauktae' ପରେ ଆସୁଛି 'Yaas'


ସମ୍ଭାବ୍ୟ "ୟାସ" (Yaas) ସାମୁଦ୍ରିକ ଝଡ଼ ଉପରେ ଏବେ ସମସ୍ତଙ୍କ ନଜର। ଆଇଏମଡି ସମେତ ଏକାଧିକ ପାଣିପାଗ ମଡେଲ ସ୍ୟାଟେଲାଇଟ୍ (Weather Model Satellite) ବର୍ତ୍ତମାନ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀତ ହୋଇଛ। ପ୍ରତି ମିନିଟରେ ଅପଡେଟ୍ ହେଉଛି ସେହି ବିପଦର ସମସ୍ତ ତଥ୍ୟ। ଗତ ୨୪ ଘଣ୍ଟା ଧରି ଆଇଏମଡି ପକ୍ଷରୁ ତର୍ଜମା କରାଯିବା ପରେ ବାତ୍ୟା ଘନୀଭୂତ ହେବା ନେଇ ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଗଲାଣି। 


Also Read: କେତେ ଭୟଙ୍କର ହେବ ବାତ୍ୟା 'ୟସ୍'?


ଅର୍ଥାତ୍ "ୟାସ" ଆସି ତାଣ୍ଡବ ରଚିବ। ପାଣିପାଗ ବିଭାଗ ତାଜା ତଥ୍ୟ ମୁତାବକ ଆସନ୍ତା ୨୬ ତାରିଖରେ ଏହି ବାତ୍ୟା ୟଶ ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସି (SRC) ସମୀକ୍ଷା ବୈଠକ କରିବା ସହ କୌଣସି ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଏସଆରସି, ଆଇଏମଡି ସହ ଆଲୋଚନା କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା (Natural Disaster Management) କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓଡିଶା ଏବେ ଏହି ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି। 


Also Read: ମହାମାରୀରେ ମହାବିପତ୍ତି; ଆସୁଛି 'Yaas'


ସେପଟେ ବାତ୍ୟାର ଆଗମନକୁ ନଜରରେ ରଖି ରାଜ୍ୟର ଉପକୂଳବର୍ତ୍ତୀ ୧୦ ଜିଲ୍ଲା ଏବେ ସଜାଗ ହୋଇଉଠିଛି। ଉଭୟ ଜିଲ୍ଲା ପ୍ରଶାସନ ଏବଂ ମତ୍ସ୍ୟ ବିଭାଗ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ଉଦ୍ଦେଶ୍ୟରେ  ସତର୍କତା ଜାରି କରିଛି। ପାରାଦୀପ (Paradip) ଠାରେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ମେ ୨୩ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ଜଣାଇ ଦେଇଛି। ଅନ୍ୟପଟେ ବାଲେଶ୍ୱର ସମେତ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇରହିଛି। ଜେନେରେଟର ବ୍ୟବସ୍ଥା, ଶୁଖିଲା ଖାଦ୍ୟ ମହଜୁଦ କରିବାକୁ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Also Read: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ


ସମ୍ଭାବ୍ୟ ବାତ୍ୟା ନେଇ ସେପଟେ ଅଗ୍ନିଶମ ବିଭାଗ (Fire Brigade Department), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF), ଓଡ଼ିଶା ତ୍ୱରିତ ବିପର୍ଯ୍ୟୟ କାର୍ଯ୍ୟାନୁଷ୍ଠାନ ବଳ-ଓଡ୍ରାଫ୍ (Odisha Disaster Rapid Action Force-ODRAF) ଟିମ୍ ମଧ୍ୟ ଏକଦମ ପ୍ରସ୍ତୁତ ହୋଇଯାଇଛ। ଆଶା ଯଦି ସମ୍ପୂର୍ଣ୍ଣ ପ୍ରଭାବର ସହ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ ହୁଏ ତାହାଲେ ସବୁ ଥର ଭଳି ଏଥର ଓଡ଼ିଶା ଟିମ୍ ଶୂନ୍ୟ ହତାହତ ଫଳାଫଳ (Zero Casualty Result) ଦେଖାଇବ।