କେତେ ଭୟଙ୍କର ହେବ ବାତ୍ୟା 'ୟସ୍'?
Advertisement

କେତେ ଭୟଙ୍କର ହେବ ବାତ୍ୟା 'ୟସ୍'?

'ୟସ୍'ର ଗତିବିଧି ଉପରେ ଭାରତୀୟ ପାଣିପାଗ ବିଭିଗ ୨୪ ଘଣ୍ଟା ନଜର ରଖିଛି। ତେବେ ଏହା କେଉଁଠି ମାଡ ହେବ? କେତେ ଭୟଙ୍କର ହେବ? ସେନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି।

କେତେ ଭୟଙ୍କର ହେବ ବାତ୍ୟା 'ୟସ୍'?

ଭୁବନେଶ୍ୱର: ଓଡିଶା ଆଡକୁ ମାଡିଆସୁଛି ଚଳିତ ବର୍ଷର ଦ୍ୱିତୀୟ ବାତ୍ୟା 'ୟସ୍'। ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳିଆବାସୀଙ୍କ ଛାତିରେ ଛନକା ପସିଲାଣି। ସବୁ ଥର ପରି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବାକୁ ଘନଘନ ବୈଠକ କରୁଛନ୍ତି। ସେପଟେ 'ୟସ୍'ର ଗତିବିଧି ଉପରେ ଭାରତୀୟ ପାଣିପାଗ ବିଭିଗ ୨୪ ଘଣ୍ଟା ନଜର ରଖିଛି। ତେବେ ଏହା କେଉଁଠି ମାଡ ହେବ? କେତେ ଭୟଙ୍କର ହେବ? ସେନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି।

ସମ୍ଭାବ୍ୟ ବତ୍ୟା 'ୟସ୍'କୁ (Cyclone Yaas) ନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର (Mrutyunjay Mohapatra) କହିଛନ୍ତି ଯେ, ମେ ୨୨ ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଚି ହେବ। ଧୀରେ ଧିରେ ତାହା ଉତ୍ତର ପଶ୍ଚମ ଦିଗ ଆଡକୁ ଗତି କରିବ। ୨୪ ତାରିଖ ସୁଦ୍ଧା ତାହା ବାତ୍ୟାରେ ପରିଣତ ହେବ ଏବଂ ଅଧିକ ଘନିଭୁତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ବୋଲି ଅନୁମାନ କରାଯାଉଛି।

Also Read: ବାୟୁରେ କୋରୋନା: କମ ପଡିବ ଦୁଇ ଗଜ ଦୂରତା, ବାହାର ତୁଳନାରେ ଘରେ ଅଧିକ ବିପଦ

୨୬ ତାରିଖରେ ଉତ୍ତର ବଙ୍ଗୋପ ସାଗରରେ ଘୁର୍ଣ୍ଣିବଳୟ (Low Pressure) ଅଧିକ ଘନିଭୁତ ହୋଇ ଓଡିଶା ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଉଛି। ଏହାର ପ୍ରଭାବରେ ୨୧ ତାରିଖରୁ ପୂର୍ବ କେନ୍ଦ୍ରୀୟ, ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର (Bay Of Bengal) ଏବଂ ଆଣ୍ଡମାନ ସାଗର ଅଶାନ୍ତ ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। କିନ୍ତୁ ତାହା ବଢି ୨୩ ତାରିଖରେ ୫୦ରୁ ୬୦ ଓ ୨୪ ତାରିଖ ବେଳକୁ  ୬୦ରୁ ୭୦ ରହିବ ବୋଲି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

 

ସେହିପରି ଉତ୍ତର ପଶ୍ଚିମ ଦିଗରେ ଗତିକରି ୨୪ ତାରିଖ ମଧ୍ୟାହ୍ଣରେ ଘୁର୍ଣ୍ଣିବଳୟ ଉତ୍ତର ବଙ୍ଗପ ସାଗରରେ ପହଞ୍ଚିବ। ୨୫ ତାରିଖରେ ପବନ ୪୦ରୁ ୫୦ କିମି ରହିପାରେ। ତେଣୁ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି, ସେମାନ ୨୪ ତାରିଖ ପୂର୍ବରୁ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ତେବେ ଘୁର୍ଣ୍ଣିବଳୟର ତୀବ୍ରତା କେତ ହେବ ତାହା ଲୋ ପ୍ରେସର ଏରିଆ ସୃଷ୍ଚି ହେଲେ ଜଣାପଡିବ ବୋଲି IMD ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Also Read: ମହାମାରୀରେ ମହାବିପତ୍ତି; ଆସୁଛି 'Yaas'

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ଏସଆରସିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଛି। ବାତ୍ୟାକୁ ନେଇ ଲୋକେ ଭୟଭୀତ ହୁଅନ୍ତୁ ନାହିଁ। ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପ୍ରସ୍ତୁତ ଅଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରସ୍ତୁତି ଚାଲିଛି । ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା ହୋଇଛି ବୋଲି ଏସଆରସି କହିଛନ୍ତି।