ଖସିଲା ପାରଦ, କମ୍ପାଇଲା ଶୀତ
Advertisement
Article Detail0/zeeodisha/odisha810421

ଖସିଲା ପାରଦ, କମ୍ପାଇଲା ଶୀତ

ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ ଲହରୀ।

ଖସିଲା ପାରଦ, କମ୍ପାଇଲା ଶୀତ

ଭୁବନେଶ୍ୱର: ଫେରିଲା ଶୀତ (Winter) ଆଉ ଖସିଲା ପାରଦ। ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ ଲହରୀ। ଶନିବାର ରାଜ୍ୟର ୧୦ଟି ସହର ତାପମାତ୍ର ୧୩ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ର ୮.୨ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି। 

ଏହା ସହ ଫୁଲବାଣୀରେ ୯.୫, ଅନୁଗୁଳରେ ଓ ଦାରିଙ୍ଗବାଡିରେ ୧୦, ବାରିପଦାରେ ୧୦.୫, କୋରାପୁଟରେ ୧୧, କେନ୍ଦୁଝରରେ ୧୧.୭, ସୁନ୍ଦରଗଡରେ ୧୨, ବଲାଙ୍ଗିରରେ ୧୨.୪, ବୌଦ୍ଧରେ ୧୨.୫ ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି। ସେହିପରି କଟକରେ ୧୩.୮ ଏବଂ ଭୁବନେଶ୍ବରରେ ୧୬.୫ ଡିଗ୍ରା ତାପମାତ୍ର ରେକର୍ଡ ହୋଇଛି। ଆସନ୍ତା ୫ ଦିନ ୨୩ ତାରିଖ ପର୍ଯ୍ୟନ୍ତ କୌଣସି ଭାରୀ ବର୍ଷା କିମ୍ବା କୁହୁଡି ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। 

Also Read: ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ; ନଭେମ୍ବରରୁ କମ୍ପୁଛି ରାଷ୍ଟ୍ରୀୟ ରାଜଧାନୀ

 

ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାପରେ ଉପକୂଳ ଓଡିଶାରେ କୌଣସି ବିଶେଷ ପରିବର୍ତ୍ତନ ନହେବା ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ତାପମାତ୍ରା ଠାରୁ ୨-୩ ଡିଗ୍ରୀ ତଳେ ପାରଦ ରହିବ। ଫଳରେ ଏହି ସ୍ଥାନରେ ଶୀତର ବଢିବାର ସମ୍ଭାବନା ରହିଛି।