ପୁଣି ୟୁରୋପରେ ତାଣ୍ଡବ ରଚିଲା କୋରୋନା;ପ୍ରତି ୧୭ ସେକଣ୍ଡରେ ଯାଉଛି ଜଣଙ୍କ ଜୀବନ!
Advertisement

ପୁଣି ୟୁରୋପରେ ତାଣ୍ଡବ ରଚିଲା କୋରୋନା;ପ୍ରତି ୧୭ ସେକଣ୍ଡରେ ଯାଉଛି ଜଣଙ୍କ ଜୀବନ!

ବିଗତ ସପ୍ତାହରେ ୟୁରୋପରେ ୨୯ ହଜାରରୁ ଉର୍ଦ୍ଧ୍ୱ କୋଭିଡ୧୯ ଜନିତ ମାମଲା ସାମ୍ନାକୁ ଆସିଥିଲା। ଏଠାରେ ପ୍ରତି ୧୭ ସେକେଣ୍ଡରେ ଜଣେ ବ୍ୟକ୍ତି କୋରନା ପ୍ରକୋପରେ ପ୍ରାଣ ହରାଉଛନ୍ତି।

ପୁଣି ୟୁରୋପରେ ତାଣ୍ଡବ ରଚିଲା କୋରୋନା;ପ୍ରତି ୧୭ ସେକଣ୍ଡରେ ଯାଉଛି ଜଣଙ୍କ ଜୀବନ!

ଜେନିଭା: ପୁଣି ଥରେ ୟୁରୋପକୁ (Europe)ଫେରିଛି କୋରୋନା (Covid19)ପ୍ରକୋପ। ଏହି ମହାଦେଶରେ କୋରୋନା ସଂକ୍ରମଣ ମାମଲା ବଢିବା ପରେ ସ୍ଥିତି ସଂକଟାପର୍ଣ୍ଣ ହୋଇଉଠିଛି। କୋରୋନା କାରଣରୁ ଏଠାରେ ପ୍ରତି ୧୭ ସେକେଣ୍ଡରେ ଜଣେ ବ୍ୟକ୍ତି ପ୍ରାଣ ହରାଉଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (WHO-World Health Organisation) କ୍ଷେତ୍ରୀୟ ନିର୍ଦ୍ଦେଶକ (Regional Director)ହୈନ୍ସ କ୍ଲୁଜ (Hans Kluge)।      

ବିଗତ ସପ୍ତାହରେ ୟୁରୋପରେ ୨୯ ହଜାରରୁ ଉର୍ଦ୍ଧ୍ୱ କୋଭିଡ୧୯ ଜନିତ ମାମଲା ସାମ୍ନାକୁ ଆସିଥିଲା। ଏଠାରେ ପ୍ରତି ୧୭ ସେକେଣ୍ଡରେ ଜଣେ ବ୍ୟକ୍ତି କୋରନା ପ୍ରକୋପରେ ପ୍ରାଣ ହରାଉଛନ୍ତି। ଏହା ସହିତ   ଡବ୍ଲ୍ୟୁଏଚଓ କ୍ଷେତ୍ରୀୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ବୈଶ୍ୱିକ କୋରୋନା ମାମଲାରେ ୟୁରୋପର ୨୮ ପ୍ରତିଶତ ଏବଂ କୋଭିଡ୧୯ କାରଣରୁ ମୃତ୍ୟୁ ସଂଖ୍ୟା ୨୬ ପ୍ରତିଶତ ଭାଗୀଦାରିତା ରହିଛି।

କୋଭିଡ୧୯ କାରଣରୁ ମୃତ୍ୟୁ ସଂଖ୍ୟା ଗତ ସପ୍ତାହ ଅପେକ୍ଷା ୧୮ ପ୍ରତିଶତ ବୃଦ୍ଧି ପାଇଛି। କୋରୋନା ସଂକ୍ରମଣ ତାଲିକାରେ ୟୁରୋପ ସର୍ବାଗ୍ରେ ରହିଛି। ଏକ ରିପୋର୍ଟ ଅନୁସାରେ ୟୁରୋପୀୟ ଦେଶ (European Country)ସ୍ୱୀଜରଲ୍ୟାଣ୍ଡରେ (Switzerland)ସମସ୍ତ ଇଣ୍ଟେସିଭ୍ କେୟାର ୟୁନିଟ-ଆଇସିୟୁ (ICU-Intensive care unit)ଭରିଯିବା ସହ ଖାଲି ନାହିଁ। 

ସ୍ୱୀଜରଲ୍ୟାଣ୍ଡ ସରକାର ସ୍ପଷ୍ଟ କରିଛନ୍ତି ଦେଶରେ ଲାଗୁହୋଇଥିବା ଆଶିଂକ ଲକ ଡାଉନ (Lock Down)ହଟାଯିବାର ସମ୍ଭାବନା ନାହିଁ। ଅନ୍ୟପଟେ ପର୍ତ୍ତୁଗାଲ ସରକାର ଲକ ଡାଉନକୁ ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ପ୍ରସ୍ତୁତି କରୁଛନ୍ତି।   

ସେହିଭଳି ହଙ୍ଗେରୀରେ ମଧ୍ୟ ଆଂଶିକ ଲକଡାଉନ୍ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପଟେ ଡବ୍ଲ୍ୟୁଏଚଓ ସ୍ପଷ୍ଟ କରିଛି କୋରୋନା ଭାଇରସର ଦ୍ୱିତୀୟ ଲହରକୁ (Second wave of corona virus)ମୁକାବିଲା କରିବା ପାଇଁ ଟୀକା (Covid19 Vaccine)ଠିକ୍ ସମୟରେ ଉପଲବ୍ଧ ହେବାର ସମ୍ଭାବନା ବହୁତ କମ। 

ଅନ୍ୟପଟେ ଡବ୍ଲ୍ୟୁଏଚଓ ଜରୁରୀକାଳୀନ ବିଭାଗ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି ଟୀକା ଆସିବାକୁ ଆହୁରି ସମୟ ଅଛି। ପ୍ରାୟ ୪-୬ ମାସ ପରେ ଟୀକା ଆସିବା ସମ୍ଭବ ହୋଇପାରେ। ଦୁନିଆର ଅନେକ ଦେଶ କୋରୋନା ଲହରୀର ସମ୍ମୁଖୀନ ହେଉଛନ୍ତି। ଏହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ଏବଂ ଆମେ ସମସ୍ତେ ବୁଝିବା ଆବଶ୍ୟକ ଟୀକା ବିନା ଆମକୁ କରୋନା ସହିତ ଲଢିବାକୁ ହେବ। ବିଗତ କିଛି ସମୟ ମଧ୍ୟରେ କୋରୋନା ମାମଲାରେ ବୃଦ୍ଧି ଘଟିଛି। ଭାରତରେ ମଧ୍ୟ ଏହିର ପ୍ରଭାବ ଅନୁଭୂତ ହୋଇଛି।