Snake: ଖେଳଣା ଭାବି ସାପକୁ କାମୁଡ଼ିଲା ବର୍ଷକର ଶିଶୁ
Advertisement
Article Detail0/zeeodisha/odisha2393209

Snake: ଖେଳଣା ଭାବି ସାପକୁ କାମୁଡ଼ିଲା ବର୍ଷକର ଶିଶୁ

Snake: ବିହାର ଗୟା ଅଞ୍ଚଳରେ ଏକ ଅଦ୍ଭୁଦ ଘଟଣା ସାମ୍ନାକୁ ଆସିଛି। ଛାତ ଉପରେ ଖେଳୁଥିବା ଜଣେ ବର୍ଷକର ଶିଶୁ ଗୋଟିଏ ସାପକୁ ହାତରେ ଧରି କାମୁଡ଼ି ପକାଇଛି। ପୁଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପିଲାର ଦଂଶନରେ ସାପର ମୃତ୍ୟୁ ହୋଇଛି। ପିଲାଟି ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଇଛନ୍ତି। ଏକମାସ ପୂର୍ବରୁ ଏମିତି ଏକ ଅନୁରୂପ ଘଟଣା ବିହାରରେ ଘଟିଥିଲା। 

Snake: ଖେଳଣା ଭାବି ସାପକୁ କାମୁଡ଼ିଲା ବର୍ଷକର ଶିଶୁ

Snake: ବିହାର ଗୟା ଅଞ୍ଚଳରେ ଏକ ଅଦ୍ଭୁଦ ଘଟଣା ସାମ୍ନାକୁ ଆସିଛି। ଛାତ ଉପରେ ଖେଳୁଥିବା ଜଣେ ବର୍ଷକର ଶିଶୁ ଗୋଟିଏ ସାପକୁ ହାତରେ ଧରି କାମୁଡ଼ି ପକାଇଛି। ପୁଣି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପିଲାର ଦଂଶନରେ ସାପର ମୃତ୍ୟୁ ହୋଇଛି। ପିଲାଟି ସୁସ୍ଥ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଜଣାଇଛନ୍ତି। ଏକମାସ ପୂର୍ବରୁ ଏମିତି ଏକ ଅନୁରୂପ ଘଟଣା ବିହାରରେ ଘଟିଥିଲା। ସେତେବେଳେ ଜଣେ ବଡ଼ ମଣିଷ ସାପକୁ କାମୁଡ଼ି ମାରି ଦେଇଥିଲେ। 

ALSO READ:  ବିଷ୍ଣୁଙ୍କ କୃପାରୁ ଆସନ୍ତାକାଲି ଏହିସବୁ ରାଶି ପାଇବେ ବ୍ୟବସାୟରେ ଆଶାତିତ ଲାଭ ସହ...

ଏବେ ଜଣେ ଶିଶୁ ଏପରି କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଡାକ୍ତରଖାନାକୁ ଆସିଥିବା ଶିଶୁଟିର ମା' କହିଛନ୍ତି, ପିଲାଟି ଛାତ ଉପରେ ଖେଳୁଥିଲା। ଶିଶୁଟି ଏହି ସମୟରେ ଏକ ସାପ ଯାଉଥିବାର ଦେଖି ତାକୁ ଖେଳଣା ବୋଲି ଭାବିଥିଲା। ଆଉ ତାକୁ ଧରି ସ୍ୱାଭାବ ସ୍ୱରୂପ ପାଟିରେ ପୂରାଇ କାମୁଡ଼ି ପକାଇଥିଲା। ଯଦିଓ ଏହା ସେ ଦେଖି ନାହାନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ପିଲାଟିକୁ ମଲା ସାପ ପାଖରେ ଦେଖି ଡରି ଯାଇ ଏକଥା ପିଲାଟିକୁ ପଚାର ବୁଝିଛନ୍ତି। ପିଲାଟି ପାଟି ଦେଖାଉଥିବାରୁ ସେ ଏହାକୁ କାମୁଡ଼ି ପକାଇଥିବା ଆଶଙ୍କା କରିଥିଲେ। 

ଏହାପରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ କରିଛି। ଏହି ସମୟରେ ଡାକ୍ତର ପିଲାଟିକୁ ଯାଞ୍ଚ କରି ପିଲାଟି ସୁସ୍ଥ ଥିବା କହିଛନ୍ତି। 
ଅପରପକ୍ଷେ ସାପଟି ବିଷାକ୍ତ ନଥିଲା ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଯଦି ବିଷଧର ସାପ ହୋଇଥାଆନ୍ତା ତେବେ ହୁଏତ ପରିସ୍ଥିତି ଭିନ୍ନ ପ୍ରକାରର ହୋଇଥାଆନ୍ତା।