ହାଇଦ୍ରାବାଦ: ଏକାସାଙ୍ଗରେ ଜାଳି ଦେଲେ ୫୦ କୋରୋନା ରୋଗୀଙ୍କ ମୃତଦେହ
Advertisement

ହାଇଦ୍ରାବାଦ: ଏକାସାଙ୍ଗରେ ଜାଳି ଦେଲେ ୫୦ କୋରୋନା ରୋଗୀଙ୍କ ମୃତଦେହ

ପ୍ରକୃତରେ ଏହି ମାମଲା ଜୁନ୍ ୨୧ର ବୋଲି କୁହାଯାଉଛି । ହାଇଦ୍ରାବାଦର ESI ଶ୍ମଶାନରେ ସାମୂହିକ ଦାହ ସଂସ୍କାରର ଭିଡିଓ ଭାଇରାଲ ହୋଇଛି ।

ହାଇଦ୍ରାବାଦ: ଏକାସାଙ୍ଗରେ ଜାଳି ଦେଲେ ୫୦ କୋରୋନା ରୋଗୀଙ୍କ ମୃତଦେହ

ହାଇଦ୍ରାବାଦ: ଦେଶରେ କୋରୋନା ବିପର୍ଯ୍ୟୟ ଜାରି ରହିଛି । ଏହି ସମୟରେ ହାଇଦ୍ରାବାଦରୁ ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ୫୦ କୋରୋନା ରୋଗୀଙ୍କ ମୃତଦେହକୁ ଏକାଠି ପୋଡି ଦିଆଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପ୍ରକୃତରେ ଏହି ମାମଲା ଜୁନ୍ ୨୧ର ବୋଲି କୁହାଯାଉଛି । ହାଇଦ୍ରାବାଦର ESI ଶ୍ମଶାନରେ ସାମୂହିକ ଦାହ ସଂସ୍କାରର ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ପଦାକୁ ଆସିବା ପରେ ବିରୋଧୀମାନେ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ସରକାର ମୃତ୍ୟୁର ତଥ୍ୟ ଲୁଚାଇ ରଖି ଡେଟାକୁ ହେରଫେର କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଏହି ମାମଲା ବଢ଼ୁଥିବାର ଦେଖି ସ୍ୱାସ୍ଥ୍ୟ ଅଧିକାରୀମାନେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସାମୂହିକ ଦାହ ସଂସ୍କାରକୁ ସ୍ୱୀକାର କରିଛି । ​​କିନ୍ତୁ କୋରୋନା ଡେଟାରେ କୌଣସି ହେରଫେର କରିବା କଥାକୁ ପ୍ରତ୍ୟାଖ୍ୟାନ କରିଛି ​​।