ରାମ ମନ୍ଦିର ନିର୍ମାଣକୁ ପାକିସ୍ତାନର ସମାଲୋଚନା, ମୁହଁତୋଡ ଜବାବ ଦେଲା ଭାରତ
Advertisement

ରାମ ମନ୍ଦିର ନିର୍ମାଣକୁ ପାକିସ୍ତାନର ସମାଲୋଚନା, ମୁହଁତୋଡ ଜବାବ ଦେଲା ଭାରତ

ରାମ ମନ୍ଦିର ନିର୍ମାଣ  ମାମଲାରେ ମୁହାଁମୁହିଁ ହୋଇଛନ୍ତି  ଭାରତ-ପାକିସ୍ତାନ। 

ରାମ ମନ୍ଦିର ନିର୍ମାଣକୁ ପାକିସ୍ତାନର ସମାଲୋଚନା, ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ପ୍ରସଙ୍ଗରେ ଭାରତ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ପାକିସ୍ତାନ । ହେଲେ ଏହାର ମୁହାଁତୋଡ ଜବାବ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ।  ଏନେଇ ଭାରତ ପକ୍ଷରୁ କୁହାଯାଇଛି  ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି କାମରୁ ଦୂରେଇ ରହୁ ପାକିସ୍ତାନ । 

ଏନେଇ ପ୍ରତିକ୍ରିୟା ରଖି  ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ପାକିସ୍ତାନ ଉଦ୍ଦେଶ୍ୟରେ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବା ପଡୋଶୀ ଦେଶ ଉଦ୍ୟମ ନକରୁ। ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ଆମେ ଇସଲାମିକ୍ ରିପବ୍ଲିକ୍ ଅଫ୍ ପାକିସ୍ତାନର ପ୍ରେସ ବିବୃତ୍ତି ଦେଖିଛୁ। ସେମାନେ ଭାରତର ଘରୋଇ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ଏବଂ ସାମ୍ପ୍ରଦାୟିକ ଭାବନାକୁ ଉତ୍ତେଜିତ କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବା ଆବଶ୍ୟକ। 

ଏହା ସହିତ ସେ ଏହା ମଧ୍ୟ ପାକିସ୍ତାନ ସୀମା ପାର ଆତଙ୍କବାଦ ମାଧ୍ୟମରେ ଭାରତରେ ଅଶାନ୍ତି ସୃଷ୍ଟି କରୁଛି। ଗୋଟିଏ ପଟେ ନିଜ ଦେଶର ସଂଖ୍ୟାଲଘୁଙ୍କୁ ସେମାନଙ୍କ ଧାର୍ମିକାରରୁ ବଞ୍ଚିତ ରଖୁଛି ପାକିସ୍ତାନ ଅନ୍ୟପଟେ ଭାରତରେ ସଂଖ୍ୟା ଳଗୁ ନିର୍ଯାତିତ ହେଉଥିବା ନେଇ ବିଶ୍ୱ ସମୁଦାୟକୁ ଜଣାଉଛି। ଯାହା ପାକିସ୍ତାନର ଦୋମୁହାଁ ଚେହେରାକୁ ପଦାରେ ପକାଉଛି।