କ୍ଷମତା ଲୋଭରେ ଫସିଗଲେ ଇମ୍ରାନ ଖାନ, ମିଳିପାରେ ମୃତ୍ୟୁଦଣ୍ଡ
Advertisement
Article Detail0/zeeodisha/odisha1259596

କ୍ଷମତା ଲୋଭରେ ଫସିଗଲେ ଇମ୍ରାନ ଖାନ, ମିଳିପାରେ ମୃତ୍ୟୁଦଣ୍ଡ

ପାକ୍ ସମ୍ବିଧାନର ଧାରା ୬ ଅନୁଯାୟୀ, ଯେକୌଣସି ବ୍ୟକ୍ତି ବଳପୂର୍ବକ କିମ୍ବା  ଅନୈ​​ତିକ ଉପାୟରେ ସମ୍ବିଧାନକୁ ରଦ୍ଦ କରିଦିଏ କିମ୍ବା ନିଲମ୍ବନ କରେ କିମ୍ବା ସ୍ଥଗିତ କରେ କିମ୍ବା ଏଭଳି କୌଣସି ଷଡଯନ୍ତ୍ର କରେ, ତେବେ ତାଙ୍କୁ ଦେଶଦ୍ରୋହ କୁହାଯିବ। ଯଦି ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଅଛି।

ଇମ୍ରାନ ଖାନ (ଫାଇଲ ଫଟୋ)

ଇସ୍ଲାମାବାଦ: ଇମ୍ରାନ ଖାନଙ୍କ ପିଛା ଛାଡୁନି ବିବାଦ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ଦଳର ମୁଖ୍ୟ ଇମ୍ରାନ ଖାନ ଏକ ଅଡୁଆ ଜାଲରେ ଫସି ଯାଇଛନ୍ତି। ପାକିସ୍ତାନ ସରକାର ବର୍ତ୍ତମାନ ଇମ୍ରାନ ଖାନଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ଶୁକ୍ରବାର ସରକାର ଏକ କମିଟି ଗଠନ କରିଛନ୍ତି।

ପାକିସ୍ତାନର ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ ଗଣମାଧ୍ୟମକୁ କହିଛନ୍ତି ଯେ, ଇମ୍ରାନ ଖାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚଲାଇବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଉଛି। ସେ କହିଛନ୍ତି ଯେ, ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ, ପାକ୍ ସମ୍ବିଧାନର ଧାରା ୬ ଉଲ୍ଲଂଘନ କରିଛନ୍ତି କି ନାହିଁ ତାହା କମିଟି ଆଲୋଚନା କରିବ।

Also Read: ଓଡ଼ିଶା ବାଟରେ କର୍ଣ୍ଣାଟକ! କ୍ୟାମେରା ଉପରେ ୧୨ ଘଣ୍ଟା ବି ଲାଗିଲାନି କଟକଣା

 

ପାକ୍ ସମ୍ବିଧାନର ଧାରା ୬ ଅନୁଯାୟୀ, ଯେକୌଣସି ବ୍ୟକ୍ତି ବଳପୂର୍ବକ କିମ୍ବା  ଅନୈ​​ତିକ ଉପାୟରେ ସମ୍ବିଧାନକୁ ରଦ୍ଦ କରିଦିଏ କିମ୍ବା ନିଲମ୍ବନ କରେ କିମ୍ବା ସ୍ଥଗିତ କରେ କିମ୍ବା ଏଭଳି କୌଣସି ଷଡଯନ୍ତ୍ର କରେ, ତେବେ ତାଙ୍କୁ ଦେଶଦ୍ରୋହ କୁହାଯିବ। ଯଦି ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ଅଛି। ଏପ୍ରିଲ ୩ରେ ଇମ୍ରାନ ସରକାରର ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ମନ୍ତ୍ରୀ ମରିୟମ କହିଛନ୍ତି ଯେ, ଇମ୍ରାନଙ୍କ ବିରୋଧରେ ଚାଲିବାକୁ ଥିବା ଦେଶଦ୍ରୋହ ମାମଲାର ବିଚାର କରୁଥିବା କମିଟି ଆଇନ ମନ୍ତ୍ରୀ ଆଜମ ନାଜିର ତାରାରଙ୍କ ନେତୃତ୍ୱରେ କାର୍ଯ୍ୟ କରିବ। ପରବର୍ତ୍ତୀ କ୍ୟାବିନେଟ ବୈଠକରେ ଏହାର ପ୍ରସ୍ତାବ ଉପସ୍ଥାପନ କରାଯିବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପ୍ରମାଣିତ କରିଛି ଯେ ପୂର୍ବ ଇମ୍ରାନ ସରକାର ଅସାମ୍ବିଧାନିକ ଆଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି। ଏପ୍ରିଲ ୩ରେ ନ୍ୟାସନାଲ ଆସେମ୍ବଲିର ପୂର୍ବତନ ଉପାଧ୍ୟକ୍ଷ କାଶିମ ଖାନ ସୁରୀ, ତତକାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବକୁ ଖାରଜ କରିଦେଇଥିଲେ।