ନୂଆଦିଲ୍ଲୀ: ଋଣ ଜାଲ ମାଧ୍ୟମରେ ବିଭିନ୍ନ ଦେଶକୁ ଫସାଇ ବିଶ୍ୱରେ ପ୍ରଭୂତ୍ୱ ବିସ୍ତାର କରିବାକୁ ଷଡଯନ୍ତ୍ର କରୁଛି ଚୀନ। ଅନ୍ୟପଟେ ଆର୍ଥିକ ସଂକଟ କାରଣରୁ ପାକିସ୍ତାନ ଭଳି ଦେଶ ଚୀନ ଠାରୁ ଋଣ ନେଉଛନ୍ତି। ଋଣ ନେଇ ଶୁଝୁ ନଥିବା ଦେଶଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି ଚୀନ ସରକାର।


COMMERCIAL BREAK
SCROLL TO CONTINUE READING

ସହଯୋଗୀ ଚୀନ ନିକଟରେ ଋଣ ନେଇ ଶୁଝି ପାରୁନଥିବା ପାକିସ୍ତାନ ସରକାର ଏବେ ଟଙ୍କା ପରିଶୋଧ କରିବାକୁ ଏକ ନୂଆ ଉପାୟ ଆପଣାଇଛନ୍ତି। ହେଲେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପାକିସ୍ତାନୀ ଜନତା। କାରଣ ଏହା ଦ୍ୱାରା ସେମାନଙ୍କ ଜୀବନଜୀବିକା ସଂକଟ ମଧ୍ୟକୁ ଚାଲି ଯାଇପାରେ। ଏପରିକି ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବେରୋଜଗାର ହୋଇଯିବେ ବୋଲି ଆଶଙ୍କା କରୁଛନ୍ତି ପାକିସ୍ତାନୀ ନାଗରିକ।


Also Read: ପ୍ରଭୂତ୍ୱ ବିସ୍ତାରର ପାଇଁ ନୂଆ ଚାଲ, ଋଣ ଜାଲରେ ଏସୀୟ-ଆଫ୍ରିକୀୟ ଦେଶଙ୍କୁ ଦେବାଳିଆ କରୁଛି ଡ୍ରାଗନ


ଦେଶର ଜଳସୀମା ମଧ୍ୟରେ ମାଛ ମାରିବାକୁ ଚୀନ ମତ୍ସ୍ୟଜୀବୀଙ୍କୁ ଅନୁମତି ପ୍ରଦାନ କରିଛନ୍ତି ପାକିସ୍ତାନ ସରକାର। ହେଲେ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଦେଶର ପ୍ରମୁଖ ବନ୍ଦର ଗ୍ୱାଦର ସମେତ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଦେଶର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଆମର ଜୀବନ ଜୀବିକା ହାତରୁ ଚାଲିଯାଇପାରେ ବୋଲି କହିଛନ୍ତି ବିକ୍ଷୋଭରତ ପାକିସ୍ତାନୀ ମତ୍ସ୍ୟଜୀବୀ।


Also Read: ତିବ୍ଦତ ପରେ ଚୀନ ଟାର୍ଗେଟରେ ପାକିସ୍ତାନ, ପିଓକେ ପରେ ହାତେଇନେଲା ପାକିସ୍ତାନୀ ଦ୍ୱୀପ


ପାକିସ୍ତାନ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଦେଶର ମତ୍ସ୍ୟଜୀବୀ। ସେମାନଙ୍କ ପକ୍ଷରୁ ବିରୋଧ କରାଯିବା ସତ୍ତ୍ୱେ ଚୀନୀ ମତ୍ସ୍ୟଜୀବୀଙ୍କୁ ଲାଇସେନ୍ସ ପ୍ରଦାନ କରି ଦେଶର ଉପକୂଳିଆ ଅଞ୍ଚଳରେ ମାଛ ମାରିବାକୁ ଔପଚାରିକ ଭାବେ ଅନୁମତି ପ୍ରଦାନ କରି ସାରିଛନ୍ତି ସ୍ଥାନୀୟ ସରକାର। ଦେଶର ମତ୍ସ୍ୟଜୀବୀଙ୍କୁ ସମର୍ଥନ ଜଣାଇ ପାକିସ୍ତାନର ବିଭିନ୍ନ ରାଜନୈତିକ କର୍ମକର୍ତ୍ତା, ଛାତ୍ର ସଙ୍ଗଠନ, ନାଗରିକସ ସମାଜ ସଦସ୍ୟ ପ୍ରମୁଖ ରାଜରାସ୍ତାକୁ ଓହ୍ଲାଇଛନ୍ତି। 


Also Read: କାଙ୍ଗାଳ ପାକିସ୍ତାନ: ରିଲିଫ ଫଣ୍ଡରୁ ଭରଣା କରୁଛି ବିଜୁଳି ବିଲ


ଚୀନ ସରକାରଙ୍କ ପକ୍ଷରୁ ବହୁ ଚର୍ଚ୍ଚିତ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (China–Pakistan Economic Corridor) ସିପିଇସି ପ୍ରକଳ୍ପ (CPEC Project) କାର୍ଯ୍ୟକାରୀ ହେବା ପର ଠାରୁ ଦେଶର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ୱାଦର ବନ୍ଦର ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି। ଅନ୍ୟପଟେ ଋଣ ପ୍ରଦାନ କରି ପାକିସ୍ତାନ ଭଳି ଦେଶକୁ ଜାଗିରଦାର ରାଷ୍ଟ୍ର ଭାବେ ବନାଇ ସାରିଲେଣି ଚୀନ ସରକାର।   


Also Read: ବିଜୁଳି ପ୍ରଦାନ ବାହାନାରେ ପାକିସ୍ତାନକୁ ଚୂନ ଲଗାଇଲା ଚୀନ


ଚୀନ ଇସାରାରେ ନାଚୁ ଥିବା ପାକିସ୍ତାନ ସରକାର ଋଣ ବୋଝରେ ଭାରାକ୍ରାନ୍ତ ହୋଇଯିବା ସହ ଦେଶର ନାଗରିକଙ୍କ ଅଧିକାର ରକ୍ଷା କରିବାରେ ସକ୍ଷମ ହୋଇନାହିଁ। ଦେଶ ଜମି,ଜଳ ଭଳି ପ୍ରାକୃତିକ ସମ୍ବଳକୁ ଚୀନ ସରକାର ସିପିଇସି ପ୍ରକଳ୍ପ ମାଧ୍ୟମରେ ଲୁଟୁଥିବା ନେଇ ଅଭିଯୋଗ କରିଛନ୍ତି ପାକିସ୍ତାନୀ ନାଗରିକ। ଦିନକୁ ଦିନ ଦେଶର ଭୂ-ଭାଗ ଉପରେ ଚୀନ ପ୍ରଭାବ ବଢିବା ଫଳରେ ଏହାକୁ ଅସନ୍ତୁଷ୍ଟ ହୋଇଉଠିଲେଣି ବେଲୁଚିସ୍ତାନ ପ୍ରଦେଶ ବାସିନ୍ଦା। 


Also Read: ପିଓକେ ବିକିବ ପାକିସ୍ତାନ, କିଣିବାକୁ ଟଙ୍କାଦେଲାଣି ଚୀନ!


ଏହି ପ୍ରଦେଶର ପ୍ରାୟ ୨୦ ଲକ୍ଷ ବାସିନ୍ଦା ମାଛ ମାରି ନିଦର ଜୀବିକା ନିର୍ବାହ କରିଥାନ୍ତି। ସେମାନଙ୍କ କହିବା ନିଜର ବାଣିଜ୍ୟକ ତଥା ସାମରିକ ସ୍ୱାର୍ଥ ଲାଗି ଚୀନ ଆମ ଦେଶର ଜମିକୁ ବ୍ୟବହାର କରୁଛି। ହେଲେ ଏହା ଦ୍ୱାରା ଆମର ଲାଭ ହେବା ବଦଳରେ କ୍ଷତି ହେଉଛି। କାରଣ ବିଦେଶୀ ସରକାର ଦେଶର ପ୍ରାକୃତିକ ସମ୍ପଦକୁ ଲୁଟିବା ସହ ଆମ ଜୀବନ ଜୀବିକାକୁ ଛଡାଇ ନେବାକୁ ଉଦ୍ୟମ କରୁଛି। ଚୀନ ସରକାର ଆମକୁ ଲୁଟିବାକୁ ଷଡଯନ୍ତ୍ର କରୁଥିବା କହିଛନ୍ତି ପାକିସ୍ତାନୀ ମତ୍ସ୍ୟଜୀବୀ।