କାଙ୍ଗାଳ ପାକିସ୍ତାନ: ରିଲିଫ ଫଣ୍ଡରୁ ଭରଣା କରୁଛି ବିଜୁଳି ବିଲ
Advertisement
Article Detail0/zeeodisha/odisha685548

କାଙ୍ଗାଳ ପାକିସ୍ତାନ: ରିଲିଫ ଫଣ୍ଡରୁ ଭରଣା କରୁଛି ବିଜୁଳି ବିଲ

କୋରୋନା ଭାଇରସ ଏବଂ ଆର୍ଥିକ ସମସ୍ୟା କାରଣରୁ ଶୋଚନୀୟ ହୋଇପଡିଛି ପାକିସ୍ତାନର ଅବସ୍ଥା | ସ୍ଥିତି ଏପରି ଯେ, ଦୈନନ୍ଦିନ ଖର୍ଚ୍ଚ ଉଠାଇବା ପାଇଁ ଋଣ ନେବାକୁ ପଡୁଛି |  ସଦ୍ୟ ବିଶ୍ୱବ୍ୟାଙ୍କ ଏବଂ ଏସୀୟାନ ଡେଭଲପମେଣ୍ଟ ବ୍ୟାଙ୍କରୁ ୨ ଆରବ ଡଲାର ଋଣ ନେବାକୁ ଯୋଜନା କରିଛି | ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନ ବିଶ୍ୱବ୍ୟାଙ୍କ ଏବ

କାଙ୍ଗାଳ ପାକିସ୍ତାନ: ରିଲିଫ ଫଣ୍ଡରୁ ଭରଣା କରୁଛି ବିଜୁଳି ବିଲ

ଇସାଲାମାବାଦ: କୋରୋନା ଭାଇରସ ଏବଂ ଆର୍ଥିକ ସମସ୍ୟା କାରଣରୁ ଶୋଚନୀୟ ହୋଇପଡିଛି ପାକିସ୍ତାନର ଅବସ୍ଥା | ସ୍ଥିତି ଏପରି ଯେ, ଦୈନନ୍ଦିନ ଖର୍ଚ୍ଚ ଉଠାଇବା ପାଇଁ ଋଣ ନେବାକୁ ପଡୁଛି |  ସଦ୍ୟ ବିଶ୍ୱବ୍ୟାଙ୍କ ଏବଂ ଏସୀୟାନ ଡେଭଲପମେଣ୍ଟ ବ୍ୟାଙ୍କରୁ ୨ ଆରବ ଡଲାର ଋଣ ନେବାକୁ ଯୋଜନା କରିଛି | ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନ ବିଶ୍ୱବ୍ୟାଙ୍କ ଏବଂ ଏସୀୟାନ ଡେଭଲପମେଣ୍ଟ ବ୍ୟାଙ୍କରୁ ଯେଉଁ ଋଣ ମାଗିଥିଲା ତାହା ଜି-୨୦ (G-20) ସଦସ୍ୟ ଥିବା ଦେଶଙ୍କ ଠାରୁ ମଗାଯାଇଥିବା ୧.୮ ଡଲାର ସହାୟତାଠୁ ଅଧିକ |   ନିଜ ରାଜକୋଷକୁ ସୁଧାରିବାକୁ ଏହା କରିଥିଲା ପାକିସ୍ତାନ | 

ପାକିସ୍ତାନ ଯେଉଁ ସହାୟତା ରାଶି ପାଇବା ଅପେକ୍ଷାରେ ରହିଛି  ତାହାର  ଉପଯୋଗ  ପାକିସ୍ତାନୀ ଅର୍ଥ ମନ୍ତ୍ରଣାଳୟ, ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ, ସିକ୍ୟୁରିଟିଜ  ଆଣ୍ଡ ଏକ୍ସଚେଞ୍ଜ କମିଶନ ଅଫ ପାକିସ୍ତାନ ଏବଂ ଫେଡେରାଲ ବୋର୍ଡ ଅଫ ରେଭିନ୍ୟୁ, ବଜାର ସ୍ଥିରତା ଏବଂ ସୁବିଧା, ଯୋଗାଣ ବ୍ୟବସ୍ଥା ଏବଂ ଆବଶ୍ୟକତାକୁ ମଜବୁତ କରିବା ଉଦ୍ଦେଶ୍ୟରେ ନିବେଶ ହେବାର ଥିଲା | ହେଲେ ଏବେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି | ପାକିସ୍ତାନ ବିଦେଶରୁ ପାଇଥିବା ସହାୟତା ରାଶିରୁ ବିଜୁଳି ବିଲ ଭରଣା କରୁଛି | ଦେଶରୁ ବିଜୁଳି ଦରକୁ କମ କରିବା ଲାଗି ଯେଉଁ ଋଣ ନେଇଥିଲା ତାହାର ସୁଧ ପରିଶୋଧ କରିବାକୁ ଇମରାନ ଖାନଙ୍କ ସରକାର ୧୦ ବିଲିୟନ ପାକିସ୍ତାନୀ ଟଙ୍କା ବାହାର କରିଛନ୍ତି। ପାକିସ୍ତାନ କ୍ୟାବିନେଟର ଆର୍ଥିକ ସମନ୍ୱୟ ସମିତି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ଅବଦୁଲ ହାଫିଜ ଶେଖ | ପାକିସ୍ତାନର ରିଲିଫ ପାଣ୍ଠି ପାଇଁ ଏକ ନୀତି ସମିତି ମଧ୍ୟ ନିଯୁକ୍ତ କରିଛନ୍ତି | ଏହି ପାଣ୍ଠି କିପରି ଖର୍ଚ୍ଚ ହେବ ତାହା ଏହି କମିଟି ସ୍ଥିର କରିବ । ବିଦ୍ୟୁତ୍ ହାର ହ୍ରାସ କରିବାକୁ ଏହି ରାଶିକୁ ଆବଣ୍ଟିତ ଏହାର ପ୍ରଥମ ନିଷ୍ପତ୍ତି ଥିଲା | ଚୀନ ପରିଯୋଜନା ସିପିଇସିରେ ନିବେଶ, ପାକିସ୍ତାନର ଅର୍ଥନୀତିକୁ ବିଗାଡୁଛି| ଦେଶର ପ୍ରାଥମିକ ଆବଶ୍ୟକତା ପୂରଣ କରିବା ଭୁଲିଯାଇଛି | ଚଳିତ ବର୍ଷ ଜୁନ ସୁଦ୍ଧା  ପାକିସ୍ତାନର ସାର୍ବଜନିକ ଋଣ ୩୭.୫ ଟ୍ରିଲିୟନ ହେବାର ଅନୁମାନ କରାଯାଉଛି |  ଯାହାକି ଦେଶର ମୋଟ ଜିଡିପିର ୯୦ ପ୍ରତିଶତ | ପାକିସ୍ତାନ ଆର୍ଥିକ ବଜାର ବିକାଶ କାର୍ଯ୍ୟକ୍ରମ ନାଁରେ  ଏସୀୟାନ ଡେଭଲପମେଣ୍ଟ ବ୍ୟାଙ୍କରୁ ୩୦୦ ମିଲିୟନ ଆମେରିକୀୟ ଡଲାର ଋଣ ନେବାକୁ ଚାହୁଁଛି |