ପ୍ରଭୂତ୍ୱ ବିସ୍ତାରର ପାଇଁ ନୂଆ ଚାଲ, ଋଣ ଜାଲରେ ଏସୀୟ-ଆଫ୍ରିକୀୟ ଦେଶଙ୍କୁ ଦେବାଳିଆ କରୁଛି ଡ୍ରାଗନ
Advertisement
Article Detail0/zeeodisha/odisha695918

ପ୍ରଭୂତ୍ୱ ବିସ୍ତାରର ପାଇଁ ନୂଆ ଚାଲ, ଋଣ ଜାଲରେ ଏସୀୟ-ଆଫ୍ରିକୀୟ ଦେଶଙ୍କୁ ଦେବାଳିଆ କରୁଛି ଡ୍ରାଗନ

ବିଶ୍ୱରେ ନିଜର ପ୍ରଭୃତ୍ୱ ବିସ୍ତାର କରିବା ପାଇଁ ଋଣ ପ୍ରଦାନ ନାଁରେ ଅନେକ ଏସୀୟ-ଆଫ୍ରିକୀୟ ଦେଶଙ୍କୁ ଦେବାଳିଆ କରିବାରେ ଲାଗିଛି ଡ୍ରାଗନ |

 

ପ୍ରଭୂତ୍ୱ ବିସ୍ତାରର ପାଇଁ ନୂଆ ଚାଲ, ଋଣ ଜାଲରେ ଏସୀୟ-ଆଫ୍ରିକୀୟ ଦେଶଙ୍କୁ ଦେବାଳିଆ କରୁଛି ଡ୍ରାଗନ

ୱାଶିଂଟନ: ଚୀନର ଉହାନ ସହରରୁ ଉତ୍ପତ୍ତି ଲାଭ କରିଥିବା ମହାମାରୀ କୋରୋନା ଭାଇରସ ବିରୁଦ୍ଧରେ ବିଶ୍ୱ ସମୁଦାୟ ସଂଗ୍ରାମ ଜାରି ରଖିଥିବା ବେଳେ, ଆନ୍ତର୍ଜାତୀୟ ସ୍ତରରେ ପ୍ରଭୂତ୍ୱ ବିସ୍ତାରର ପାଇଁ ନୂଆ ଚାଲ ଟଳାଇଛି ଭାରତର ଅନ୍ୟତମ ପ୍ରତିଦ୍ୱନ୍ଦୀ  ଡ୍ରାଗନ| ଏଥିପାଇଁ ସୁଚିନ୍ତିତ ରଣନୀତି ଆପଣାଇଛି ଚାଇନା |

ଋଣନୀତି ମାଧ୍ୟମରେ ଏସୀୟ-ଆଫ୍ରିକୀୟ ଦେଶଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ଜାରି ରଖିଛି ଚୀନ | ଭିତ୍ତିଭୂମି ବିକାଶ ନାଁରେ ପ୍ରଥମେ ପ୍ରଥମେ ଛୋଚ ଛୋଟ ଦେଶଙ୍କୁ  ରଣ ଦେଇଥାଏ ଡ୍ରାଗନ | ଏହା ପରେ ସେମାନଙ୍କୁ ରଣୀ କରିବା ସହ ସେମାନଙ୍କ ସମ୍ପତ୍ତି ହଡପ କରି ନେଇଥାଏ | କୋରୋନା କାଲରେ ଚୀନର ଏପରି ରଣ ନୀତି କାରଣରୁ ଅନେକ ଦେଶ ଋଣଗ୍ରସ୍ତ ହେବା ଦେବାଳିଆ ହେବା ରାସ୍ତାରେ ଅଗ୍ରସର ହେବାରେ ଲାଗିଛନ୍ତି | 

ଏନେଇ ଆମେରିକା ଏବଂ ଜର୍ମାନୀର ଅନେକ ଗବେଷଣକାରୀ ସଂସ୍ଥାଙ୍କ ପକ୍ଷରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି | ଜର୍ମାନୀର କୀଲ ୟୁନିଭରସିଟିର ରିପୋର୍ଟ ଅନୁସାରେ ବର୍ଷ ୨୦୦୦ରୁ ୨୦୧୮ ମଧ୍ୟରେ ଚୀନ ଋଣର ପରିମାଣ ୫୦୦ ାରବ ଡଲାରରୁ ବଢି ୫ ଟ୍ରିଲିୟନ ଡଲାରରେ ପହଞ୍ଚି ସାରିଲାଣି | ଯାହାର ମୂଲ୍ୟ ଆଜିର ଦିନରେ ୩୭୫ ଲକ୍ଷ କୋଟି ଟଙ୍କା ସହ ସମାନ | 

ଆମେରିକାର ହାୱର୍ଡ ବିଜିନେସ ରିଭ୍ୟୁ ରିପୋର୍ଟ ଅନୁସାରେ ଚୀନ ସରକାରୀ ଏହଂ କମ୍ପାନୀ ୧୫୦ରୁ ଅଧିକ ଦେଶକୁ ୧.୫ ଟ୍ରିଲିୟନ ଅର୍ଥାତ ୧୧୨ ଲକ୍ଷ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି | ଏହା ସହିତ ଏକ ଋଣଦାତା ଦେଶ ବିଶ୍ୱରେ ପ୍ରଦର୍ଶିତ କରିଛି ଡ୍ରାଗନ | ଏପରି  ସମାନ ପରିମାଣର ଋଣ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି କିମ୍ବା ବିଶୱ ବ୍ୟାଙ୍କ ପକ୍ଷରୁ ଦିଆଯାଇନାହିଁ |   

ଏହା ହେଉଛି ଚୀନ୍‌ର ନୂତନ କୂଟନୀତି | ଏହା ମାଧ୍ୟମରେ ଡ୍ରାଗନ ଭିତ୍ତିଭୂମି ନାମରେ ପ୍ରଥମ ଛୋଟ ଦେଶକୁ ଋଣ ଦେଇଥାଏ | ଏହା ପରେ ସେହି ଦେଶକୁ ଋଣଧାରକରେ ପରିଣତ କରିବା ସହ ସମ୍ପୃକ୍ତ ଦେଶର ସମ୍ପତ୍ତିକୁ ଦଖଲ କରିନିଏ | ଋଣ ଜାଲ ମାଧ୍ୟମରେ ବିଶ୍ୱର ଅନେକ ଦେଶକୁ ଛନ୍ଦିବାକୁ ଚେଷ୍ଟା କରୁଛି ଡ୍ରାଗନ | କହିବାକୁ ଗଲେ ଚୀନ୍ ବିଶ୍ୱ ଜିଡିପିର ୬ ପ୍ରତିଶତ ଋଣ ଅନ୍ୟ ଦେଶକୁ ପ୍ରଦାନ କରିଛି |

ବର୍ଷ ୨୦୦୫ରେ ଚୀନ ପ୍ରାୟ ୫୦ରୁ ଅଧିକ ଦେଶକୁ, ସେମାନଙ୍କ ଜିଡିପିର ୧% କିମ୍ବା ଏହା ଠାରୁ କମ ପରିମାଣର ଋଣ ଦେଇଥିଲା | ହେଲେ ୨୦୧୭ ଶେଷ ସୁଦ୍ଧା ଚୀନ୍ ସେମାନଙ୍କର ଜିଡିପିର ୧୫% ରୁ ଅଧିକ ଋଣ ଦେବା ଆରମ୍ଭ କରିଥିଲା | ଜିବୌତି, ଟୋଙ୍ଗା, ମାଲଦ୍ୱୀପ, କଙ୍ଗୋ, କିରଗିଜସ୍ଥାନ, କାମ୍ବୋଡିଆ, ନାଇଜର, ଲାଓସ୍, ଜାମ୍ବିଆ ଏବଂ ମଙ୍ଗୋଲିଆ ଭଳି ଏକ ଅନେକ ଜିଡିପିର ୨୦ ପ୍ରତିଶତରୁ ଅଧିକ ଋଣ ଦେଇଛି ଚୀନ | ଡ୍ରାଗନ ଠାରୁ ଋଣ ନେଇଥିବା ଦେଶଙ୍କ ମଧ୍ୟରେ ରହିଛନ୍ତି ପାକିସ୍ତାନ, ନେପାଳ, ଶ୍ରୀଲଙ୍କା ଭଳି ଅନେକ ଏସୀୟ-ଆଫ୍ରିକୀୟ ଦେଶ |

ଋଣ ପ୍ରଦାନ କରିବାରେ ଚୀନର ପ୍ରଥମ ପସନ୍ଦ ହେଉଛନ୍ତି ଆଫ୍ରିକୀୟ ଦେଶ | ଏହାର କାରଣ ହେଉଛି ଅଧିକାଂଶ ଆଫ୍ରିକୀୟ ଦେଶ ଗରିବ ଏବଂ ଆୟତନରେ ଛୋଟ | ଅକ୍ଟୋବର ୨୦୧୮ରେ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଆଫ୍ରିକୀୟ ଦେଶନିକଟ ଅତୀତରେ ଚୀନ୍ ଠାରୁ ଅଧିକ ପରିମାଣର ଋଣ ନେଇଛନ୍ତି |

ବର୍ଷ ୨୦୧୦ରେ ଆଫ୍ରିକୀୟ ଦେଶଙ୍କ ଉପରେ ଚୀନର ୧୦ ବିଲିୟନ ଡ଼ଲାର୍ ଅର୍ଥାତ ପ୍ରାୟ 75 ହଜାର କୋଟି ଟଙ୍କା ଋଣ ରହିଥିଲା | ଯାହା ୨୦୧୬ରେ ୩୦ ବିଲିୟନ ଡ଼ଲାର ଅର୍ଥାତ ୨.୨୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା | ଆଫ୍ରିକୀୟ ଦେଶ ଜିବୌତିରେ ଚୀନର ସର୍ବାଧିକ ପରିମାଣର ଋଣ ରହିଛି | ଏହି ଆଫ୍ରିକୀୟ ଦେଶର ମୋଟ ଜିଡିପିର ୮୦ ପ୍ରତିଶତରୁ ଅଧିକ ବିଦେଶୀ ଋଣ ରହିଛି | ଏହା ମଧ୍ୟରୁ କେବଳ ୭୭ ପ୍ରତିଶତ ଚୀନରୁ ଆସିଛି |

ଅନ୍ୟ ଦେଶଙ୍କ ଠାରୁ ଋଣ ନେବା ବେଳେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସବୁ ଦେଶଙ୍କ ଉଦ୍ଦେଶ୍ୟରେ ଜଣାଇ ଦେଇଛନ୍ତି  ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି |କାରଣ ଏହା ସ୍ପଷ୍ଟ ଯେ ଋଣ ପରିଶୋଧ କରି ନପାରିବା କାରଣରୁ ଚୀନ ଅନେକ ଆନ୍ତର୍ଜାତୀୟ ଚୁକ୍ତିନାମାରେ ବୁଝମଣା କରିବା ପାଇଁ ଋଣ ନେଇଥିବା ଦେଶଙ୍କ ଉପରେ ଚାପ ପକାଇଥାଏ |